-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||     

HOME   ଜିଲ୍ଲା

ଦାରିଙ୍ଗବାଡିରେ ଆମ୍ବ କୋଇଲିପ୍ରସ୍ତୁତ ଖାଦ୍ୟ ଖାଇ ଦୁଇ ମୃତ ଛ ଗୁରୁତର

01-Nov-2024



ଫୁଲବାଣୀ(କ୍ଷୀରୋଦ କୁମାର ସାହାଣୀଙ୍କ ରିପୋର୍ଟ )କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଗଦା ପୁର ପଂଚାୟତର ମାଣ୍ଡି ପଙ୍କା ଦଡା ସାହିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି | ଦୁଇଦିନ ତଳେ ମାଣ୍ଡି ପଙ୍କା ଗାଁର କିଛି ଲୋକ ଆମ୍ବ ଟାକୁଆ ବା ଆମ୍ବ କୋଇଲିରୁ ପ୍ରସ୍ତୁତ ଜାଉ ଖାଇ ଗ୍ରାମର ୬
ପରିବାରର ୮ ଜଣ ମହିଳା ଗୁରୁତର ଭାବେ ଅସୁସ୍ଥ ହୋଇ ପଡ଼ିଥିଲେ | ଯାହା ଫଳରେ ସମସ୍ତ  ଅସୁସ୍ଥ ମାନଙ୍କୁ ପ୍ରଥମେ

ବ୍ରାହ୍ମଉଣୀ ଗାଁ ଉପ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରି ଚିକିତ୍ସିଚିତ କରିଥିଲେ, କିନ୍ତୁ ସେମାନଙ୍କ ଅବସ୍ଥା ଅତି ଗୁରୁତର ହେବାରୁ ସମସ୍ତଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇ ଥିଲା | ତେବେ ଡାକ୍ତର ଖାନା ନେବା
ବାଟରେ ରୁନୁ ମାଝୀଙ୍କ ମୃତ୍ୟୁ ହୋଇ ଥ‌ିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ରମିତା ପାଟମାଝୀଙ୍କ  ବ୍ରହ୍ମପୁର ଡାକ୍ତର ଖାନାରେ ମୃତ୍ୟୁ ହୋଇଯାଇଛି |  ଗତ ମଙ୍ଗଳବାର ଦିନ ଆମ୍ବ ଟାକୁଆରୁ ପ୍ରସ୍ତୁତ ଜାଉ ଖାଇବା ପରେ ସମସ୍ତେ ଅସୁସ୍ଥ ଅନୁଭବ କରିଥିଲେ । ଘଟଣାଟି ବିଜୁଳି ବେଗରେ ପ୍ରଚାରିତ ହେବା ପରେ ପ୍ରଶାସନ ପକ୍ଷରୁ  ଦାରିଙ୍ଗବାଡି ବିଡ଼ିଓ ପ୍ରୀତି ରଞ୍ଜନ ରଥ ଓ ତହସିଲଦାର ଶରତ ଶବର ଗ୍ରାମରେ ପହଂଚି ଘଟଣା ସମ୍ପର୍କରେ ଅନୁଧ୍ୟାନ କରିଥିଲେ ।ପ୍ରଶାସନ ପକ୍ଷରୁ ମୃତକଙ୍କ ପରିବାରଙ୍କୁ ଉପଯୁକ୍ତ କ୍ଷତି ପୂରଣ ଯୋଗାଇ ଦେବାକୁ ଗ୍ରାମବାସୀ ଦାବୀ କରିଥିବା ଜଣାପଡିଛି | ରାଜ୍ୟ ସରକାରଙ୍କ ପକ୍ଷରୁ ମାଗଣା ଚାଉଳ, ଗହମ, ମାଣ୍ଡିଆ ଆଦି ଯୋଗାଇ ଦିଆଯାଉଥିଲେ ମଧ୍ୟ୍ୟ ଗଦାପୁର ପଂଚାୟତ ର ମାଣ୍ଡି ପଙ୍କା ଗ୍ରାମର ଜନ ସାଧାରଣଙ୍କୁ କାହିଁକି ଓ କେମିତି ଏ ଆମ୍ବ ଟାକୁଆରୁ ପ୍ରସ୍ତୁତ ଯାଉ ଖାଇବାକୁ ପଡିଲା ??? ଏହା ଭିତରେ ଓ ବାହାର ପଛର କାରଣ କଣ ହୋଇପାରେ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି । ବିଗତ ଦିନ ମାନଙ୍କରେ ରାୟଗଡା ଜିଲ୍ଲା କାଶୀପୁର ଅଂଚଳରେ ଏପରି ଅଖାଦ୍ୟ ଖାଇ କିଛି ଲୋକ ମୃତ୍ୟୁ ମୁଖରେ ପଡିଥିବାର ସମ୍ବାଦ ପତ୍ର ର ପୃଷ୍ଠା ମଣ୍ଡନ କରିଥିବା ଦେଖିବାକୁ ମିଳିଥିବା ବେଳେ ବର୍ତ୍ତମାନ ଓଡ଼ିଶାର କାଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକରେ ଏପରି ଅଖାଦ୍ୟ ଖାଇ ଦୁଇ ଜନ ମହିଳା ମୃତ୍ୟୁ ବରଣ କରିଥିବା ବେଳେ ଆଉ ଛ ଜଣ ମହିଳା ବର୍ତ୍ତମାନ ସୁଦ୍ଧା ବ୍ରହ୍ମପୁର ବଡ଼ ମେଡିକାଲ ରେ ଚିକିତ୍ସିଚିତ ଅବସ୍ଥାରେ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି, ଯାହା ଫଳରେ ଆଉ କେତେ ଜଣ ଙ୍କର ପ୍ରାଣ ହାନି ଘଟିବାର ଆଶଙ୍କା କୁ ଏଡାଇ ଦିଆଯାଇ ନ ପାରେ  ???  ଜିଲ୍ଲାରେ ସରକାର ଙ୍କ ପକ୍ଷରୁ ଯୋଗାଇ ଦିଆ ଯାଉଥିବା ଖାଦ୍ୟ ସାମଗ୍ରୀ ଯଥା, ମାଗଣା ଚାଉଳ, ମାଣ୍ଡିଆ ଗହମ ସତରେ କଣ ଦାରିଙ୍ଗବାଡି ବ୍ଲକ ର ଉପାନ୍ତ ପଂଚାୟତ ର କୋଣ ଅନୁକୋଣ ରେ ବସ ବାସ କରୁଥିବା ଲୋକଙ୍କ ପାଖରେ ପହଂଚି ପାରୁନି କି ???? ନା ଯୋଗାଣ ବିଭାଗ ଓ ଯୋଗାଣ ଅଧିକାରୀ ମାନଙ୍କ ମଧୁ ଚନ୍ଦ୍ରିକା ଭିତରେ ସବୁ କଳା ବଜାରୀ ହୋଇଯାଉଛି  ??? ଯଦି ଏହାର ଉତ୍ତର ନା ହୁଏ ତାହେଲେ ମାଣ୍ଡି ପଙ୍କା ଅଞ୍ଚଳ ବାସି ଏପରି ଅଖାଦ୍ୟ ଖାଇବାକୁ ବାଧ୍ୟ ହୋଇଥିଲେ କଣପାଇଁ ??? ଏହାର ପ୍ରକୃତ ସତ୍ୟା ସତ୍ୟ ଉଚ୍ଚ ସ୍ତରୀୟ ତଦନ୍ତ ପରେ ହିଁ ଜଣା ପଡିବ  | ହେଲେ ବର୍ତମାନ ମୃତ୍ୟୁ ବରଣ କରିଥିବା ମହିଳା ଙ୍କ ପରିବାର ର ଯେଉଁ ଅପୂରଣୀୟ କ୍ଷତି ହୋଇଛି ତାହା କଣ ପୂରଣ ହୋଇପାରିବ କି, ନା ଉକ୍ତ ଶୋକ ସନ୍ତପ୍ତ ପରିବାର ଅନାଥ ପୁଅ ଝିଅ ସେମାନଙ୍କ ମାଙ୍କୁ ଫେରିପାଇବେ କି ??? ଏଭଳି ନା କଳ୍ପନା ଜଳ୍ପନା ଲୋକଙ୍କ ମଧ୍ୟରେ ଗୁଞ୍ଜରିତ ହେବରେ ଲାଗିଛି ???  ଖବର ପ୍ରକାଶିତ ହେବା ମଧ୍ୟରେ ଆମ୍ଭେ କୌଣସି ସରକାରୀ ଅଧିକାରୀ ମାନଙ୍କ ସହିତ ଯୋଗାଯୋଗ କରିଥିଲେ ମଧ୍ୟ୍ୟ ତାହା ସମ୍ଭବ ହୋଇପାରିନ ଥିଲା ?? ତଥାପି ବର୍ତ୍ତମାନ କନ୍ଧମାଳ ଜିଲ୍ଲାପାଳ ଅମୃତ ଋତୁରାଜ ଓ ନୂତନ ଭାବେ ଦାରିଙ୍ଗବାଡି ବ୍ଲକ ରେ ଯୋଗଦାନ କରିଥିବା ଗୋଷ୍ଠୀ ଉର୍ନ୍ନୟନ ଅଧିକାରୀ ଶ୍ରୀ ପ୍ରୀତି ରଞ୍ଜନ ରଥ ଙ୍କ ପାଇଁ ଏହା ଏକ ଘରେ ନ ପଶୁଣୁ ଚାଳ ବାଜିବା ସଦୃଶ୍ୟ ହୋଇଅଛି | କାରଣ ଜିଲ୍ଲାପାଳ

ଭାବେ ଦାୟିତ୍ୱ ଗ୍ରହଣ ପରେ ପ୍ରଥମ କରି ଦାରିଙ୍ଗବାଡି ବ୍ଲକ ଗସ୍ତ ସମୟରେ ସ୍କୁଟି ରେ ବହୁ ଅଞ୍ଚଳ ଗସ୍ତ କରି ଲୋକଙ୍କ ସମସ୍ୟା ବୁଲି ଦେଖିଥିଲେ, ତାର ଦୁଇ ତିନିମାସ ଭିତରେ ସେହି ଅଂଚଳର ଆଦିବାସୀ ସମ୍ପ୍ରଦାୟର ଆଠ ପରିବାର ଆମ୍ବ ଟାକୁଆ ରୁ ପ୍ରସ୍ତୁତ ଯାଉ ଖାଇ ମୃତ୍ୟ ବରଣ କରିଥିବା ଭଳି ଏକ ଗୁରୁତର ଘଟଣା ଘଟିଯାଇଛି, ତେଣୁ ଏଭଳି ଘଟଣା ପାଇଁ ପ୍ରକୃତରେ ଦାୟୀ କିଏ ?? ସରକାର ନା ଜିଲ୍ଲା ପ୍ରଶାସନ ?   ଏବଂ ଏହାର ପ୍ରକୃତ ତଦନ୍ତ ପ୍ରଶାସନ ଦ୍ୱାରା ହୋଇପାରିବ ତ  ?  ଏପରି ଅସମାହିତ ପ୍ରଶ୍ନ ବର୍ତ୍ତମାନ ଜିଲ୍ଲାର ବୁଦ୍ଧିଜୀବୀ ମହଲ ରେ ଚାପା ଗୁଂଜରଣ ସୃଷ୍ଟି ହେବାରେ ଲାଗିଛି, ଦେଖାଯାଉ ଆଗାମୀ ଦିନରେ ଜିଲ୍ଲା ପ୍ରଶାସନ ଏଭଳି ଘଟଣା ର ପୁନରାବୃତ୍ତି ନ ହେବାପାଇଁ କିଭଳି ପଦକ୍ଷେପ ଗ୍ରହଣ କରୁଛି ତାହା ଆଗାମୀ ଦିନରେ ଜଣା ପଡିବ |


News Comment




Photo in News

Advertisment
Lastest News
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026

You Might Also Like