-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
30-Oct-2024
ପାଟଣାଗଡ଼ (ପୁର୍ଣ୍ଣ ଶଶୀ ଶେଖର ରାଓ) ବଲାଙ୍ଗିର ଜିଲ୍ଲାରେ ଦାଦନ ଋତୁ ଆସିଥିବା ବେଳେ ପୋଲିସ ପ୍ରଶାସନ ପକ୍ଷରୁ ବେଆଇନ ଦାଦନ ଚାଲାଣ ଉପରେ ଧରପଗଡ ଚାଲୁଥିଲେ ସୁଦ୍ଧା ବେଆଇନ ଦାଦନ ଶ୍ରମିକ ଚାଲାଣ ଥମିବାର ନାଁ ନେଉନାହିଁ। ସର୍ଦ୍ଦାର ମାନେ କିଛି ପୋଲିସ କର୍ମଚାରୀ ଙ୍କୁ ହାତମୁଠାରେ ରଖି ବେଆଇନ ଦାଦନ ଶ୍ରମିକ ଚାଲାଣ କରିବାକୁ ସକ୍ଷମ ହେଉଛନ୍ତି। ପାଟଣାଗଡ଼ ଉପଖଣ୍ଡରେ ସର୍ଦ୍ଦାର ମାନଙ୍କ ପେଣ୍ଠସ୍ଥଳୀ କୁହାଯାଉଥିବା ଲାଠୋର ରେଲୱେ ଷ୍ଟେସନ ରେ ଭିଡ ହେଉଥିବା ଶୁଣିବାକୁ ମିଳୁଥିବା ବେଳେ ବେଆଇନ ଦାଦନ ଚାଲାଣ ଉପରେ ରୋକ୍ ଲଗାଇବା ପାଇଁ ଲାଠୋର ପୋଲିସ ଅଣ୍ଟା ଭିଡିଛନ୍ତି। ଗତକାଲି ଲାଠୋର ଷ୍ଟେସନ ପଡ଼ା ଘରୁ ଦାଦନ ଶ୍ରମିକ ଉଦ୍ଧାର କରି ଦୁଇ ସର୍ଦ୍ଦାର କୁ ଲାଠୋର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା କପସିପାଲି ଗାଁ ର ସର୍ଦ୍ଦାର ଧୁବଲେଶ୍ବର ପୁଞ୍ଜି ଲାଠୋର ଥାନା ଅଞ୍ଚଳରୁ ବେଆଇନ ଚାଲାଣ କରିବା ପାଇଁ ନେଉଥିବା ବେଳେ ଜଲପାଙ୍କେଲ ଗାଁ ନିକଟରୁ ଉଦ୍ଧାର କରିଥିଲେ। ଦଲାଲ୍ ଦୁର୍ଯ୍ୟୋଧନ ପୁଞ୍ଜି କୁ ଧରିବାରେ ସକ୍ଷମ ହୋଇଥିବା ବେଳେ ମୁଖ୍ୟ ସର୍ଦ୍ଦାର ଫେରାର ଥିବା ପୋଲିସ କହିଛି। ସହଯୋଗୀ ଦୁର୍ଯ୍ୟୋଧନ ନାଁ ରେ ଲାଠୋର ଥାନା କେଶ୍ ନମ୍ବର ୨୩୬/୨୪ ୟୁ, ଏସ ୧୪୩/୧୪୬/୩୧୮(୪)/୩(୫) ବି ଏନ୍ ଏସ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ରାକେଶ ବେହେରା ସୂଚନା ଦେଇଛନ୍ତି। ଏଭଳି ପ୍ରକ୍ରିୟା ଜାରି ରହିଲେ ବେଆଇନ ଦାଦନ ଶ୍ରମିକ ଚାଲାଣ ଉପରେ ରୋକ୍ ଲାଗିପାରେ ବୋଲି ଅନୁମାନ କରାଯାଉଛି।