-+91-9937148622 |
prerana_bgr@rediffmail.com |
Friday 19th June 2026 |
R.N.I. Regd No. ODIODI/2010/46693
Breaking News
29-Oct-2024
ବ୍ରହ୍ମପୁର(କୈଳାଶ ଚନ୍ଦ୍ର ଚୌଧୁରୀ): ଖଲ୍ଲିକୋଟ ଥାନା ଅନ୍ତର୍ଗତ କମଳାପଦର ଗ୍ରାମରେ ବିଦ୍ୟୁତ୍ ସଟ୍ ରେ ଅଗ୍ନିକାଣ୍ଡ ଘଟି ୩ ଟି ପରିବାର ର ୧୨ ବଖରା ଘର ଜଳି ପୋଡ଼ି ଧ୍ୱଂସ ହୋଇଯାଇଥିଲା ବେଳେ କ୍ଷତିଗ୍ରସ୍ତ ପରିବାର ର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ଅଗ୍ନିକାଣ୍ଡ ସମୟରେ ଗୋଟିଏ ଘରୁ ଗ୍ୟାସ ସିଲିଣ୍ଡର ଫାଟି ବିସ୍ପୋରଣ ଘଟି ପ୍ରଚଣ୍ଡ ଶବ୍ଦରେ ଗ୍ରାମ ବାସିନ୍ଦା ଆତଙ୍କିତ ହୋଇ ପଡ଼ିଥିଲେ। କିନ୍ତୁ ସାଧାରଣ ଜନତା ଙ୍କ ଉପରେ ଏହାର ପ୍ରଭାବ ପଡିନାହିଁ। ଏହି ଭଳି ପରିସ୍ଥିତି ରେ ଗାଁ ଲୋକେ ଓ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।