-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
29-Oct-2024
ପାଟଣାଗଡ଼ ( ପୂର୍ଣ୍ଣଶଶୀ ରେଖା ରାଓ )
ବଲାଙ୍ଗିର ଜିଲ୍ଲା ରେ ବର୍ତ୍ତମାନ ଜୋରସୋର ରେ ଦାଦନ ଶ୍ରମିକ ଚାଲାଣ ହେଉଥିବା ବେଳେ ପ୍ରଥମ ଥର ପାଇଁ ପାଟଣାଗଡ଼ ପୋଲିସ ବେଆଇନ ଭାବେ ଚାଲାଣ ହେଉଥିବା ଦାଦନ ଶ୍ରମିକ ଉଦ୍ଧାର କରିଥିବା ଜଣାପଡିଛି। ସୂଚନା ଅନୁସାରେ ଗତକାଲି ରାତିରେ ପାଟଣାଗଡ଼ ଥାନା ଅଞ୍ଚଳରୁ ୨୪ ଜଣ ଦାଦନ ଶ୍ରମିକ ବାହାର ରାଜ୍ୟ କୁ ଚାଲାଣ ହେବାକୁ ପ୍ରୟାସ ଚାଲିଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ପାଟଣାଗଡ଼ ପୋଲିସ ଚଢ଼ାଉ କରିଥିଲେ। ଚାଲାଣ ହେଉଥିବା ଦାଦନ ଶ୍ରମିକ ଙ୍କ ମଧ୍ୟରେ ୧୩ ଜଣ ପୁରୁଷ,୬ ଜଣ ମହିଳା ଓ ୫ ଜଣ ଶିଶୁ ଥିବା ବେଳେ ପାଟଣାଗଡ଼ ର ସର୍ଦ୍ଦାର ଗୁଣ ବିଶି ପିତା.ସନ୍ତୋଷ ବିଶି କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ହରିବନ୍ଧୁ ଗଡତ୍ୟା ସୂଚନା ଦେଇଛନ୍ତି। ପାଟଣାଗଡ଼ ଅଞ୍ଚଳରେ ଥିବା ଆହୁରି ବଡ ବଡ଼ିଆ ସର୍ଦ୍ଦାର ଙ୍କ ଦାଦନ ଶ୍ରମିକ ଚାଲାଣ ବେଳେ ଏମିତି ପୋଲିସ ଧରିବାରେ ସକ୍ଷମ ହେଉ ବୋଲି ଜନସାଧାରଣରେ ଦାବି ହେଉଛି।