-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
27-Oct-2024
ଗୋଷାଣୀ ନୁଆ ଗାଁ ଥାନା ଅନ୍ତର୍ଗତ ମାଣ୍ଡିଆପଦର ସାହିର ସନତ୍ ଚୌଧୁରୀ ନାମକ ଜଣେ ବ୍ୟକ୍ତିଙ୍କ ଶବ ବନ୍ଦ ଘରୁ ପୋଲିସ ଉଦ୍ଧାର କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଛେଦ ପାଇଁ ଡାକ୍ତରଖାନାକୁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।
ସୁଚନା ଅନୁଯାୟୀ ଜଣାପଡିଛି ଯେ ମୃତ ସନତ୍ ପରିବାର ଠାରୁ ଅଲଗା ହୋଇ ଏକୁଟିଆ ଉକ୍ତ ଘରେ ରହୁଥିଲା। କିନ୍ତୁ ୪ ଦିନ ହେଲା ସେ ଘର କବାଟ ଖୋଲା ନହେବାରୁ ସାହି ପଡିଶା ଲୋକମାନେ ପରିବାର ଲୋକଙ୍କୁ ଖବର କରିଥିଲେ। ପରିବାର ଲୋକେ ପୋଲିସ କୁ ଖବର ଦେବା ପରେ ଘର କବାଟ ଭାଙ୍ଗି ଭିତରକୁ ଯାଇ ଦେଖିଲା ବେଳକୁ ସନତର ମୃତ ଦେହ ଫୁଲି ଯାଇ ପଡ଼ିଯାଇଛି। ପୋଲିସ ଶବ କୁ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
(କୈଳାଶ ଚନ୍ଦ୍ର ଚୌଧୁରୀଙ୍କ ରିପୋର୍ଟ)