-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
27-Oct-2024
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ବରଗଡ ଜିଲ୍ଲା କ୍ରାଫ୍ଟ ଭିଲେଜ୍ କପାଶିରା ଗ୍ରାମରେ " ମହୀୟସୀ ଇଳାପଣ୍ଡା ମହିଳା ସମିତି " କାର୍ଯ୍ୟାଳୟରେ ସଭାପତି ଶ୍ରୀମତୀ ରଜନୀ ଭୋଇଙ୍କ ଅଧ୍ୟକ୍ଷତାରେ ଇଳା ପଣ୍ଡା ଜୟନ୍ତୀ ପାଳିତ ହୋଇଯାଇଛି । ସଂପାଦିକା ସୁଚରିତା ମିଶ୍ରଦାସ ଏନ୍.ଜି. ଓ. ର ଲକ୍ଷ୍ୟ ଶିକ୍ଷା , ସ୍ବାସ୍ଥ୍ୟ , ପରିବେଶ ପରିମଳ ଏବଂ ବୃକ୍ଷରୋପଣ ଉପରେ ଆଲୋକପାତ କରିଥିଲେ । ସଭାପ୍ରାରମ୍ଭରେ ସଂପାଦିକା ପ୍ରଦୀପ ଜଳାଇ ଭାବପୂର୍ଣ୍ଣ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ପ୍ରତିଷ୍ଠାତା ସଂସ୍ଥାପକ ବୈଷ୍ଣବ ଭୋଇ , 'ରେ ଆତ୍ମନ୍ ...ନିଦ୍ରା ପରିହରି ....' ହାର୍ମୋନିୟମ୍ ରେ ସ୍ବରସହ ବାଦନ କରିଥିଲେ ଏବଂ ଇଳା ପଣ୍ଡାଙ୍କ କଳା - ସଂସ୍କୃତି ଓଡିଆତ୍ବ ଉପରେ ବିଷଦ୍ ବକ୍ତବ୍ୟ ରଖିଥିଲେ । ଉପଦେଷ୍ଟା ଶ୍ରୀମାନ୍ ସଞ୍ଜିବ କୁମାର ଦାଶ ଜନସେବା ଉପରେ ଗୁରୁତ୍ବ ଦେବାକୁ ଦିଗଦର୍ଶନ ଦେଇଥିଲେ । ସଞ୍ଚାର କଳାକାର ଶ୍ରୀମତୀ ବସନ୍ତ ଗଣ୍ଡ ଇଳା ପଣ୍ଡାଙ୍କ ଗ୍ରାମ ବରପାଲି କଁଟାପାଲି ଏବଂ ଥେରୁବାଲି ପ୍ରୋଗ୍ରାମରେ ତାଙ୍କ ଅନୁଭବସିଦ୍ଧ କଥା ବଖାଣିବା ସହିତ ମାତୃବନ୍ଦନା ଗାନ କରିଥିଲେ । ଅନ୍ୟତମ ଅତିଥି ଭାବରେ ହୃଷୀକେଶ ପଧାନ ଭିନ୍ନକ୍ଷମ ସଂଯୋଜକ ଅମ୍ବାଭୋନା ବ୍ଲକ୍ ଏନ୍. ଜି. ଓ. ସଂପର୍କରେ ବକ୍ତବ୍ୟ ରଖିଥିଲେ । ଦଳିତ ଶିଶୁ ୧୪ ଜଣଙ୍କୁ ଶିକ୍ଷା ଉପକରଣ ବଣ୍ଟନ କରାଯାଇଥିଲା । ଶ୍ରୀୟା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ