-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
24-Oct-2024
କୋକସରା (ତ୍ରିନାଥ ବେଶ୍ରା )
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଟେମରା ପଞ୍ଚାୟତ ବୋବରିଆ ଗ୍ରାମ ନିକଟରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମର ଟି ଆଜି ସନ୍ଧ୍ୟାରେ ସଟ ସର୍କିଟ ଯୋଗୁଁ ହଟାତ ନିଆଁ ଲାଗି ପୋଡି ଯାଇଥିବା ବେଳେ ଗ୍ରାମବାସୀ ମାନେ ଏହା ଦେଖି ତୁରନ୍ତ ସ୍ଥାନୀୟ ବିଦ୍ୟୁତ ବିଭାଗ କର୍ମଚାରୀ ଓ କୋକସରା ଅଗ୍ନିଶମ ବିଭାଗ କର୍ମଚାରୀ ଙ୍କୁ ସୂଚନା ଦେବାପରେ ବିଦ୍ୟୁତ ସରା ବରାହ ବିଛିନ୍ନ କରିବା ପରେ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଟ୍ରାନ୍ସଫର୍ମର ରେ ଲାଗିଥିବା ନିଆଁ କୁ ଆୟତ୍ତ କରିଥିଲେ। ତେବେ ଟ୍ରାନ୍ସଫର୍ମର ପୋଡିଯିବା କାରଣରୁ ଗ୍ରାମ ରେ ବିଦ୍ୟୁତ ସେବା ବନ୍ଦ ରହିଛି। ବୋବ ରିଆ ଗ୍ରାମର ଯୁବକ ରୋହିତ କୁମାର ମାଝୀ, ଜଗମୋହନ ମାଝୀ , ତୁଳସୀ ରାମ ପାଣିଗ୍ରାହୀ ଓ ସୁଦାମ ରାଉତ ପ୍ରମୁଖ ଉପସ୍ଥିତ ରହି କର୍ମଚାରୀ ଙ୍କୁ ସହଯୋଗ କରିଥିଲେ