-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
24-Oct-2024
ନବରଙ୍ଗପୁର (ମିହିର ଶଙ୍କର ପାତ୍ର,)
ନେଟୱାର୍କ ସମସ୍ୟା ପାଇଁ ସରକାରୀ PDF ଚାଉଳ ପାଇ ପାରୁନାହାନ୍ତି କଣ୍ଟାମାଲପଞ୍ଚାୟତ ବାସି। ଏହି ଘଟଣା ବିଷୟରେ ପ୍ରତିକ୍ରିୟା ରଖିଲେ ରଣ୍ଡାଗୁଡା ଗ୍ରାମବାସୀ। ଗ୍ରାମବାସୀ କହିଵା ପ୍ରକାରେ କଣ୍ଟାମାଳ ପଞ୍ଚାୟତର
ଯୋଗାଣ ସହାୟକ ରଣ୍ଡାଗୁଡାରେ ହିତାଧିକାରୀ ମାନଙ୍କୁ ଦେବା ପାଇଁ ଆସିଥିବା PDF ଚାଉଳକୁ ଏକ ଟ୍ରାକ୍ଟର ରେ ନେବା ସମୟରେ ଗ୍ରାମବାସୀ ଅଟକାଇ ଥିଲେ।ଗ୍ରାମବାସୀ ପାଖରୁ ମିଳିଥିବା ସୂଚନା ପ୍ରକାରରେ ସରପଞ୍ଚ, ୱାର୍ଡମେମ୍ବର କିମ୍ବା ଗ୍ରାମବାସୀଙ୍କୁ ନ ଜଣାଇ ସେ ଚାଉଳ ଚାଳନା କରୁଥିଲା । ସେହି ସମୟରେ ଗ୍ରାମବାସୀ ଅଟକାଇ ଗୂଦାମରେ ରଖି ତାଲା ପକାଇଥିଲେ।ଏବିଷୟରେ ପାପଡାହାଣ୍ଡି ବ୍ଲକ ଯୋଗାଣ
ନିରୀକ୍ଷକଙ୍କୁ ଯୋଗାଯୋଗ କରିବାରୁ ନେଟୱାର୍କ ସମସ୍ୟା ପାଇଁ ଅନ୍ୟସ୍ଥାନକୁ ନେଉଥିବେ। ତଥାପି ମୁ ଏହାର ତଦନ୍ତ କରି ସମସ୍ୟାର ସମାଧାନ କରିବି ବୋଲି କହିଥିଲେ । ଯୋଗାଣ ସହାୟକ ମଧ୍ୟ ଉପରକ୍ତ ଅଧିକାରୀଙ୍କୁ ଜଣାଇ PDF ଚାଉଳ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରୁଥିବା କହିଲେ। ତଦନ୍ତ ପରେ ପ୍ରକୃତ ଘଟଣାଟି ଜଣାପଡିବ। ଖାଲି ଏତିକି ନାହିଁ ଯେଉଁ ସଂସ୍ଥା PDf ଚାଉଳ ଜଗାଉଛି ତାହା ମଧ୍ୟ ନିମ୍ନମାନର ବୋଲି ଜଣାପଡିଛି। ଜିଲ୍ଲା ପ୍ରଶାସନ ଏଦିଗରେ ଦୃଷ୍ଟି ଦେଇ ଏହାର ସମାଧାନ କରିଲେ ନିରୀହ ଜନତା ଭଲ ଚାଉଳ ପାଇ ପାରିବେଏହା ଖାଲି ପାପଡାହାଣ୍ଡି ବ୍ଲକ ର ସମସ୍ୟା ନାହିଁ ଏଭଳି ଡାବୁଗାଁ ବ୍ଲକ ରେ ମଧ୍ୟ ଯେଉଁ ଡିଲର ଚାଉଳ ସପ୍ଲାଇ କରୁଛି ତାହାମଧ୍ୟ ଅଧିକାଂଶ ପେକେଟ ରେ ଖରାପ ଏଵଂ ପକଡା ଚାଉଳ ଥିବା ସୂଚନା ମିଳୁଛି ।