-+91-9937148622 |
prerana_bgr@rediffmail.com |
Friday 1st May 2026 |
R.N.I. Regd No. ODIODI/2010/46693
Breaking News
23-Oct-2024
ବିନିକା(ହିମାଂଶୁ ଶେଖର ପୁଟେଲ) ଲଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ବିନିକା ଥାନା ଅନ୍ତର୍ଗତ ସିନ୍ଦୂରପୁର ଏଆରଇ ତଥା ଭାରପ୍ରାପ୍ତ ଆରଆଇ ବିବେକାନନ୍ଦ ତ୍ରିପାଠୀ l ସୂଚନା ଅନୁସାରେ ସୂର୍ଯ୍ୟକୁମାର ମହାକୁର ନାମକ ଜଣେ ବ୍ୟକ୍ତି ତାଙ୍କ ଜମିକୁ ଘରବାରିରେ ପରିଣତ କରିବା ପାଇଁ ବିନିକା ତହସିଲରେ ଆବେଦନ କରିଥିଲେ l ତେବେ ସିନ୍ଦୂରପୂର ଏଆରଆଇ ବିବେକାନନ୍ଦ ତ୍ରିପାଠୀଙ୍କୁ ତଦନ୍ତ କରି ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା l ହେଲେ ଏଆରଆଇ ତଦନ୍ତ ରିପୋର୍ଟ ଦେବା ପାଇଁ ସୂର୍ଯ୍ୟ କୁମାରଙ୍କୁ 60ହଜାର ଟଙ୍କା ଦାବି କରିଥିଲେ l ଫଳରେ ସୂର୍ଯ୍ୟକୁମାର ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ l ଯୋଜନା ଅନୁସାରେ ସୂର୍ଯ୍ୟ
କୁମାର ଆଜି ରାସାୟନିକ ପ୍ରଲୋପ ଦିଆ ଯାଇଥିବା ୨୦ହଜାର ଟଙ୍କା ପ୍ରଥମ କିସ୍ତି ବାବଦରେ ଦେବା ପାଇ ସିନ୍ଦୂରପୂର ଆରଆଇ କାର୍ଯ୍ୟାଳୟକୁ ଯାଇ ଏଆରଆଇଙ୍କୁ ଟଙ୍କା ଦେଉଥିବା ବେଳେ ଭିଜିଲାନ୍ସ ଟିମ ମାଡିବସିଥିଲେ l ସେଠାରୁ ରାସାୟନିକ ପ୍ରଲୋପ ଦିଆଯାଇଥିବା ଟଙ୍କା ଜବତ ସହ ଏଆରଆଇଙ୍କୁ ଗିରଫ କରିଥିଲେ l ଏହି ଚଢାଉରେ ସୋନପୁର ଭିଜିଲାନ୍ସ ଡିଏସପି ରୀତାଞ୍ଜଳି ପଧାନ, ଇନ୍ସପେକ୍ଟର ହୃଦାନନ୍ଦ କାଲୋ, ସମ୍ବଲପୁର ଭିଜିଲାନ୍ସର ଇନ୍ସପେକ୍ଟର ଦିଲ୍ଲୀପ ପଧାନଙ୍କ ସମେତ ସୋନପୁର ଏବଂ ସମ୍ବଲପୁରର ଟିମ୍ ସାମିଲ ହୋଇଥିଲେ l