-+91-9937148622 |
prerana_bgr@rediffmail.com |
Friday 1st May 2026 |
R.N.I. Regd No. ODIODI/2010/46693
Breaking News
23-Oct-2024
ରାୟଗଡା(ସୁପ୍ରିୟା ଷଡଙ୍ଗୀ): ରାୟଗଡ଼ ସହରରେ ମାତିଛନ୍ତି ଚୋର ଓ ଲୁଟେରା।
ଠେଲା ଗାଡ଼ିରେ ଟିଫିନ୍ ବିକ୍ରି କରି ପେଟ ପୋଷୁଥିବା ଲୋକଙ୍କୁ ମଧ୍ୟ ଛାଡ଼ିଲେ ନାହିଁ ଚୋର।
ସୁଚନା ଯୋଗ୍ୟ, ଗତକାଲି ବିଲମ୍ୱିତ ରାତିରେ ରାୟଗଡ଼ ସହର ରଥ ଛକ ନିକଟରେ ନିରଞ୍ଜନ ଗୁରୁ ନାମକ ଜଣେ ବ୍ୟବସାୟୀ
ଟିଫିନ୍ ଓ ଫାଷ୍ଟ ଫୁଡ୍ ଠେଲା ଗାଡ଼ିରେ ବିକ୍ରି କରି ନିଜ ପରିବାର ପୋଷନ୍ତି। ଆଜକୁ ଦୁଇ ମାସ ହେବ ନିରଞ୍ଜନ ଗୁରୁ
ସ୍ଥାନୀୟ ରଥ ଛକ ନିକଟରେ ଠେଲା ଗାଡ଼ିରେ ଜଳଖିଆ ବିକ୍ରି କରି ଆସୁଛନ୍ତି।
ଗତକାଲି ବିଳମ୍ବିତ ରାତିରେ ଅର୍ଥାତ ମଙ୍ଗଳବାର ଦିନ ରାତି ଦୋକାନ ବନ୍ଦ କରି ବିଶ୍ରାମ କରିବା ପାଇଁ ନିଜ ଘରକୁ ଯାଇଥିଲେ। ରଥ ଛକ ନିକଟସ୍ଥ ଜଣକ ଦାଣ୍ଡ ଅଗଣାରେ ସେ ଟିଫିନ୍ ତିଆରି କରିବା ପାଇଁ ପ୍ରସ୍ତୁତ ହେଉଥିବା ସମୟରେ ଚୁଲି ଲଗାଇବା ପାଇଁ ସିଲିଣ୍ଡର ଖୋଜନ୍ତି.!ଦୁଇଟି ସିଲିଣ୍ଡର ସହିତ ଗ୍ରାଇଣ୍ଡର ମଧ୍ୟ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। ସକାଳୁ ନିରଞ୍ଜନଙ୍କ ସ୍ତ୍ରୀ ଲିପ୍ସା ରାଣୀ ମହାନ୍ତି ବିରିବଟା ଏବଂ ଅଟା ଚୋକଟି ପୁରୀ ବନାଇବେ ଏଵଂ ରାତିରେ ପ୍ରସ୍ତୁତ ହୋଇଥିବା ସାମଗ୍ରୀ ଦ୍ଵାରା ଜଳଖିଆ ପ୍ରସ୍ତୁତ କରିବା ପୂର୍ବରୁ ହିଁ ଚୋରି ହୋଇଥିବାର ଜାଣି ମୁଣ୍ଡରେ ହାତ ଦେଇ ବସିଥିଲେ। ନିଜ ଭାଗ୍ୟକୁ ଆଦୋରି ଭୋ ଭୋ ହୋଇ କାନ୍ଦିବା ଆରମ୍ଭ କରିଥିଲେ। ଦିନ,ରାତି ଖରା, ବର୍ଷା ଓ ଶୀତରେ ନିଜ ପରିବାର ପୋଷିବା ପାଇଁ କଷ୍ଟ ହେଉଥିବା ବେଳେ, ଟଙ୍କା ଟଙ୍କା ଯୋଡ଼ି କିଣିଥିବା ଜିନିଷ ମଧ୍ୟ ଚୋରି ହୋଇଯାଉ ଥିବା ନେଇ ଦୁଃଖ ପ୍ରକାଶ କରିଥିଲେ। ଆଜି ଦିନସାରା ନିରଞ୍ଜନ ଗୁରୁ ନିଜ ଟିଫିନ୍ ବ୍ୟବସାୟ ବନ୍ଦ କରିଥିଲେ।
ଏ ନେଇ ନିରଞ୍ଜନ ଗୁରୁ ସ୍ଥାନୀୟ ଥାନାରେ ଲିଖିତ ଆକାରରେ ଅଭିଯୋଗ କରିଛନ୍ତି ।
ପୋଲିସ ହଜିବା ଜିନିଷ ଖୋଜା ଯିବ ବ୍ୟସ୍ତ ହୁଅନି ବୋଲି ସାନ୍ତ୍ଵନା ଓ ପ୍ରତିଶ୍ରୁତି ଦେଇଛନ୍ତି। ବାରମ୍ବାର ଏହି ଭଳି ଛୋଟ ବଡ ଘଟଣା ଘଟୁଥିବା ହେତୁ ସ୍ଥାନୀୟ ଅଞ୍ଚଳର ଲୋକ ଭୟଭୀତ ଏବଂ ଆତଙ୍କିତ ଅବସ୍ଥାରେ ରହୁଛନ୍ତି।