-+91-9937148622 |
prerana_bgr@rediffmail.com |
Friday 1st May 2026 |
R.N.I. Regd No. ODIODI/2010/46693
Breaking News
23-Oct-2024
ତୁଷୁରା(ପଞ୍ଚାନନ ନାଏକ)- ବଲାଙ୍ଗୀର ଜିଲ୍ଲା ତୁଷୁରା ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଗାୟତ୍ରୀ ପରିବାର, ବଜରଙ୍ଗ ଦଳ ଓ ପତିତପାବନ ୟୁଥ୍ କ୍ଲବର ମିଳିତ ଆନୁକୁଲ୍ୟରେ ଗୋଟିଏ ଘଣ୍ଟା ସ୍ବଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସଂଗଠନର ସ୍ବେଚ୍ଛାସେବୀମାନେ ଶ୍ରମଦାନ କରି ବିଦ୍ୟାଳୟର ସମ୍ମୁଖଭାଗ ସଫେଇ କରିଥିଲେ। ବିଶିଷ୍ଟ ସମାଜସେବୀ ଜଗଦୀଶ କେଡିଆ, ରାଧାରମଣ କେଡିଆ, ସତୀଶ ଅଗ୍ରୱାଲ, ପ୍ରମୋଦ କୁମାର ସା, ଗୋପାଳ ସାମଲ, ଦୁର୍ବାସା ଭୋଇ, ମିଥୁନ ସାହୁ, ବିଭୁ ପ୍ରସାଦ ଛତ୍ରିଆ, ବିବେକାନନ୍ଦ ବାଗ ଆଦି ବହୁ ସ୍ବେଚ୍ଛାସେବୀ ଓ ଅଭିଭାବକ ଉପସ୍ଥିତ ରହିଥିଲେ । ପ୍ରତିମାସର ଶେଷ ଶନିବାର ଏକ ଘଣ୍ଟା ଶ୍ରମଦାନ କରିବାକୁ ସ୍ବେଚ୍ଛାସେବୀମାନେ ସଂକଳ୍ପ କରିଥିଲେ। ଶେଷରେ ପ୍ରଧାନ ଶିକ୍ଷକ ହେମନ୍ତ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।