-+91-9937148622 |
prerana_bgr@rediffmail.com |
Friday 1st May 2026 |
R.N.I. Regd No. ODIODI/2010/46693
Breaking News
23-Oct-2024
ନବରଙ୍ଗପୁର(ମିହିର ଶଙ୍କର ପାତ୍ର)
ଡାବୁଗାଁ ବ୍ଲକ ଜୁନାପାଣି ପଞ୍ଚାୟତଜୁନାପାଣି ବିଦ୍ୟାଳୟ ନିକଟରେ କଇଲାରୀ ଯିବା ରାସ୍ତା ପାର୍ଶରେ ଥିବା କାଜୁ ବଗିଚାରେ ଚାଲିଛି କୁକୁଡା ଲୋଡ଼ଇ ଓ ଖୁଡଖୁଡି ଜୁଆ ଖେଳ। କିଛି ଅସାଧୁ ବ୍ୟକ୍ତି କୁକୁଡ଼ା ଲଢେ଼ଇ, ଖୁଡଖୁଡି, ଜୁଆ ଖେଳ ମାଧ୍ୟମରେ ନିରୀହ ଆଦିବାସୀଙ୍କ ଠାରୁ ଟଙ୍କା ଲୁଟି ନେଇଥିବା ଦେଖିବାକୁ ମିଳିଛି। ଏହି କୁକୁଡ଼ା ଲଢେ଼ଇରେ ନବରଙ୍ଗପୁର ଜିଲ୍ଲାର ଭିନ୍ନ ଭିନ୍ନ ଅଞ୍ଚଳରୁ ବହୁ ଲୋକ କୁକୁଡ଼ା ଲଢେ଼ଇ ଖେଳ ଖେଳିବାକୁ ଆସିଥାନ୍ତି । ଏହି କୁକୁଡ଼ା ଲଢେ଼ଇ ଅପରାହ୍ନ 3 ଘଣ୍ଟ ଠାରୁ ସନ୍ଧ୍ୟା ୭ ଘଣ୍ଟା ପର୍ୟ୍ଯନ୍ତ ଚାଲୁଛି । ସବୁଠୁ ଆଶ୍ଚର୍ଯ୍ୟର କଥା ଡାବୁଗାଁରୁ ମାତ୍ର ୭ କିଲୋମିଟର ଦୂରରେ ଏହି କୁକୁଡ଼ା ଲଢେ଼ଇ ସ୍ଥାନ କିନ୍ତୁ ପୋଲିସ ବିଭାଗ କୁ କୌଣସି ସୂଚନା ନାହିଁ। କୁକୁଡ଼ା ଲଢେ଼ଇ ଖେଳ ସହ ଜୁଆ ଓ ମଦ କାରବାର ଭଳି ନିନ୍ଦନୀୟ ପ୍ରଥାକୁ ପରୋକ୍ଷରେ ଅବକାରୀ ବିଭାଗ ଏବଂ ପ୍ରତ୍ୟେକ୍ଷ ଭାବରେ ଅସାମାଜିକ ଲୋକଙ୍କର ଯୋଗୁଁ ଥମିବା ବଦଳରେ ବଢ଼ିବାକୁ ଲାଗିଛି।ଏହି କୁକୁଡ଼ା ଲାଡେଇ ଖେଳକୁ ବନ୍ଦ କରିବା ପିଇଁ ସାଧାରଣ ରେ ଦାବି ହେଉଛି ଏହାର ମୁଖ୍ୟ କାରଣ ନିକଟରେ ବିଦ୍ୟାଳୟ ଅଛି
ବିଦ୍ର:-ବିଦ୍ୟାଳୟ ନିକଟରେ ରାସ୍ତା ପାର୍ଶ୍ୱରେ ଖୁଲମଖୁଲା କୁକୁଡ଼ା ଲଡେଇ ଚାଲିଥିବା ହେତୁ,ପୋଲିସ ପ୍ରଶାସନ ଦୃଷ୍ଟଦେବାକୁ ସାଧାରଣରେ ଦାବି ହେଉଛି