-+91-9937148622 |
prerana_bgr@rediffmail.com |
Friday 1st May 2026 |
R.N.I. Regd No. ODIODI/2010/46693
Breaking News
23-Oct-2024
ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ବ୍ଲକର ଶେଷ ସୀମା କୁରସୁଡ ପଞ୍ଚାୟତ ଅନ୍ତର୍ଗତ ତୁରୁକଭଟା ଗ୍ରାମରେ ଏୟାରଟେଲ ୫ ଜି ଟାଓ୍ବାର ଉଦଘାଟିତ ହୋଇଯାଇଛି।
ଅତିଥି ଭାବେ ବଲାଙ୍ଗୀର ଜିଲ୍ଲା ବିଜେପି ସମ୍ପାଦକ ଅନିଲ କୁମାର ନାଏକ, ଓୟୁଜେବଲାଙ୍ଗୀର ଶାଖାର ଜିଲ୍ଲା ସମ୍ପାଦକ (ଗ୍ରାମୀଣ) ଅନିଲ କୁମାର ତ୍ରିପାଠୀ, ଯୁବନେତା ଯୁବରାଜ ବାଗ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ। ତୁରୁକଭଟା ରେ ଟାଓ୍ବାର ବସିବା ଦ୍ବାରା ଆଖପାଖରେ ଥିବା ଗାଁ ମାନଙ୍କ ଜନସାଧାରଣ,
ଛାତ୍ରଛାତ୍ରୀଙ୍କ ସହ ରାଇପୁର-ଭବାନୀପାଟଣା ୧୬ ନମ୍ବର ରାଜ୍ୟ ରାଜପଥର କିଛି କିମି ପର୍ଯ୍ୟନ୍ତ ଏହି ସେବା ପାଇ ପାରିବେ। ଜେଡ ଏସ ଏମ ହୃଷୀକେଶ ଦାସ, ଟା ଏସ ଏମ କୃଷ୍ଣ ଚନ୍ଦ୍ର ଗୁରୁ, ସୁଧାଂଶୁ ମହାନ୍ତି, କଣ୍ଟାବାଞ୍ଜି ଏୟାରଟେଲ ଡିଷ୍ଟିବୁଟର ଆନନ୍ଦ ମୋଟେ, ବିଭୁତି ବାଗ ଙ୍କ ସହ ଗ୍ରାମବାସୀ ଉପସ୍ଥିତ ଥିଲେ।