-+91-9937148622 |
prerana_bgr@rediffmail.com |
Monday 4th May 2026 |
R.N.I. Regd No. ODIODI/2010/46693
Breaking News
21-Oct-2024
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ କଲଙ୍ଗାପାଲି ସ୍ଥିତ ସାହୁ ସମାଜ କଲ୍ୟାଣ ମଣ୍ଡପ ଠାରେ ତୈଳ ବୈଶ୍ୟ ସାହୁ ସମାଜର ଆୟୋଜନ କ୍ରମେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ତୈଳ ବୈଶ୍ୟ ସାହୁ ସମାଜର ସଭାପତି ଶ୍ରୀଯୁକ୍ତ ଚୈତନ୍ୟ ସାହୁଙ୍କ ପୈାରହିତ୍ୟରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ମାନ୍ୟବର ବରଗଡ ସାଂସଦ ଶ୍ରୀଯୁକ୍ତ ପ୍ରଦୀପ ପୁରୋହିତ, ଓଡ଼ିଶା ରାଜ୍ୟର ମାନ୍ୟବର ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୁକେଶ ମହାଲିଙ୍ଗ, ବିଜେପୁର ଜମିଦାର ତଥା ବିଜେପୁର ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ସନତ କୁମାର ଗଡତୀୟା ଯୋଗଦେଇ ପ୍ରାରମ୍ଭେ ମାଁ ସମଲେଶ୍ଵରୀଙ୍କ ଠାରେ ପୂଜାର୍ଚ୍ଚନା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ହଜାର ସଂଖ୍ୟାରେ ଜନସାଧାରଣଙ୍କ ସମାଗମ ଦେଖିବାକୁ ମିଳିଥିଲା। ଏକ୍ରମରେ ପଶ୍ଚିମଓଡିଶାର କଳା ସଂସ୍କୃତି ଏବଂ ଭାଷା ସହିତ ଅଙ୍ଗାଙ୍ଗୀଭାବେ ଜଡିତ ଥିବା ତଥା ନୂଆଁଖାଇ ଭେଟଘାଟର ତାତ୍ପର୍ଯ୍ୟ ଉପରେ ସମ୍ବୋଧିତ କରିବା ସହ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକହିତ ଯୋଜନା ଉପରେ ତିନି ହେବିୱେଟ ପ୍ରମୁଖ ନେତା ଲୋକଙ୍କ ସାମ୍ନାରେ ଉପସ୍ଥାପନ କରିଥିଲେ। ବର୍ତ୍ତମାନ ରାଜ୍ୟ ସରକାରଙ୍କ ଧାନ କିଣା ବିକାର ନୂଆଁ ନିୟମ, ସ୍ବାସ୍ଥ୍ୟ କାର୍ଡ , ଶୁଭଦ୍ରା ଯୋଜନା ବିଷୟରେ ଅବଗତ କରିଥିଲେ। ଅଞ୍ଚଳର ବିକାଶ ଉନ୍ନତିକରଣକୁ ନେଇ ତିନି ନେତା ଅଭିଭାଷଣ ରଖିଥିଲେ । ଏ ସୁନ୍ଦର ମୁହୁର୍ତ୍ତରେ ସାହୁ ସମାଜର ଗର୍ବ ଓ ଗୌରବ ଭାବେ ସୁଦୁର କଳାହାଣ୍ଡି ଜିଲ୍ଲାର ଗୁରୁଶ୍ରୀ ସଞ୍ଜୟ ସାହୁ, ଗାଇସିଲେଟ ବ୍ଲକ ଅନ୍ତର୍ଗତ କଲଙ୍ଗାପାଲି ଗ୍ରାମର କୋଶଲି କବି ବୈରାଗୀ ସାହୁ,ତାଲପାଲିର ସାମ୍ବାଦିକ ଗୋପାଳ ସାହୁ,ମଞ୍ଚ କଳାକାର ଦୁର୍ଲ୍ଲଭ କୁମାର ସାହୁଙ୍କୁ ଏଇ ଭବ୍ୟ ସମାରୋହରେ ଅତିଥି ଗଣ ତାଙ୍କ କୋମଳ ହସ୍ତରେ ସମ୍ମାନୀତ କରିଥିଲେ।ଏହାପରେ ସମ୍ୱଲପୁରୀ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରୁଦ୍ର ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଡୋଲାମଣି ସାହୁ ମଞ୍ଚ ପରିଚାଳନା କରିଥିଲେ।ବିପିନ ସାହୁ ଏବଂ ଘନଶ୍ୟାମ ସାହୁ ଅତିଥି ମାନଙ୍କୁ ମଞ୍ଚକୁ ପାଛୋଟି ଆଣିଥିବା ବେଳେ,ଯତିନ୍ଦ୍ର ସାହୁ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।