-+91-9937148622 |
prerana_bgr@rediffmail.com |
Thursday 20th August 2026 |
R.N.I. Regd No. ODIODI/2010/46693
Breaking News
05-Jan-2021
ସୁବର୍ଣ୍ଣପୁର, (ପ୍ରେରଣା ଖବର) - ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡଅନ୍ତର୍ଗତ ତେନ୍ତୁଳିମହଦା ଗ୍ରାମର ଯୁବକବି ସଞ୍ଜୟ କୁମାର ମିଶ୍ରଙ୍କୁ ସୁନ୍ଦର ମୋ ଭାଷା ସାହିତ୍ୟ,ଜମ୍ଭରା, କେନ୍ଦୁଝର,ଓଡିଶା ତରଫରୁ " ସୁନ୍ଦର ମୋ ଭାଷାସାହିତ୍ୟ ନବ ଜ୍ୟୋତି ସମ୍ମାନ ୨୦୨୦ " ସମ୍ବର୍ଦ୍ଧିତ
କରାଯାଇଛି । ବର୍ଷସାରା ଅନଲାଇନ କବିତା ଆସର
ଓ ସାପ୍ତାହିକ ଓଡିଓ କବିତା ଆସରରେ ତାଙ୍କର
ଅପୂର୍ବ ସୃଷ୍ଟି ଓ ସୃଷ୍ଟିକୁ ଜୀବନ୍ତ କରିବାରେ ରସବୋଧ
ଆବୃତ୍ତି ଓ ଲାଳିତ୍ୟ କଣ୍ଠଦାନର ନିୟମିତ ଅଭୀପ୍ସାରେ ବିମୋହିତ ହୋଇଛି ନିରବଚ୍ଛିନ୍ନ ସାପ୍ତାହିକକବିତା ଆସରର ଶୁଦ୍ଧ ପରିବେଶ । ନିଷ୍କାମ ଶ୍ରଦ୍ଧା ବାଣୀ ଭଣ୍ଡାରକୁ ଅକୁଣ୍ଠିତ ଦାନ ଓ ସୁନ୍ଦର ମୋୋ ଭାଷା ସାହିତ୍ୟକୁ ଦୁର୍ଲଭ ସମର୍ପଣ ପାଇଁ ତାଙ୍କୁ ଏ ନବ ବର୍ଷ ପହିଲି ପାହାଚରେ ଅନନ୍ୟ ପ୍ରତିଭାଧାରୀ
ଭାବରେ ସମ୍ମାନ ପ୍ରଦାନ କରାଯାଇଛି ।ସଞ୍ଜୟ
କୁମାର ମିଶ୍ର ସମ୍ମାନିତ ହେବାପରେ ଚାରିଆଡୁ
ଶୁଭେଚ୍ଛା ଓ ପ୍ରଶଂସାର ସୁଅ ଛୁଟିଛି ।