-+91-9937148622 |
prerana_bgr@rediffmail.com |
Thursday 20th August 2026 |
R.N.I. Regd No. ODIODI/2010/46693
Breaking News
05-Jan-2021
ବଲାଙ୍ଗିର,(ପ୍ରେରଣା ଖବର)- ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଶାସ୍ତ୍ରୀ ନଗର ଯାହା ସ୍ଥାନୀୟ ନେସନାଲ ପିସ ୟୁନିସନ (ଭାରତ) ଦ୍ୱାରା ପରିଚାଳିତ, ସ୍ୱାସ୍ଥ୍ୟ କ୍ଷେତ୍ରରେ ଉଚ୍ଚସ୍ଥ ପରିଚାଳନା ପ୍ରକ୍ରିୟା ପାଇଁ ଅନ୍ତର୍ଜାତୀୟ ପରିଚାଳନା ପ୍ରମାଣପତ୍ର(ISO CERTIFICATE)ହାସଲ କରିପାରିଛି ll
ଉପରୋକ୍ତ ପ୍ରମାଣପତ୍ର ସାଧାରଣ ସ୍ୱାସ୍ଥ୍ୟ ସେବା, ସ୍ୱାସ୍ଥ୍ୟ ବିଶେଷଜ୍ଞ୍ଜ ସେବା, ଆମ କ୍ଲିନିକ ସେବା, ବିଭିନ୍ନ ସ୍ୱାସ୍ଥ୍ୟ ଯାଞ୍ଚ ପରୀକ୍ଷା ସେବା (ନିଦାନ ମାଧ୍ୟମରେ), ନିଃଶୁଳ୍କ ଔଷଧ ବିତରଣ (ନିରାମୟ ମାଧମରେ )ପରିବାର କଲ୍ୟାଣ ଯୋଜନା, ମା ଓ ଶିଶୁ ବିକାଶ ଯୋଜନା ତଥା ସେବା, NCD ଯୋଜନା ଓ ସେବା ଗୁଡିକ ଉତ୍କୃଷ୍ଟ ସେବା ମାନଙ୍କ ପାଇଁ ଏହା ଉଦ୍ଦିଷ୍ଟ ଅଟେ l
ଏହି ପ୍ରମାଣ ପତ୍ର ହାସଲ ପାଇଁ ନାସନାଲ ପିସ ୟୁନିସନ ର ଚେୟାରମେନ ଓ ନିର୍ଦେଶକ ରବି ରଞ୍ଜନ ଓ ସତ୍ୟ ରଞ୍ଜନ ସମସ୍ତ ଅlନୁଷ୍ଠାନିକ ସଭ୍ୟ,ସଭ୍ୟା ମାନଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି l