-+91-9937148622 |
prerana_bgr@rediffmail.com |
Thursday 20th August 2026 |
R.N.I. Regd No. ODIODI/2010/46693
Breaking News
05-Jan-2021
ନର୍ଲା, (ସଞ୍ଜୀବ ଦାସ)- କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ସରିଆଁ ଗ୍ରାମ ପଞ୍ଚାୟତ ସ୍ଥିତ ଚିଆଁପଦର ଗାଁରେ ଜନ୍ମଗ୍ରହଣ କରିଥିବା କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲା ନିର୍ବାଚନର ପ୍ରଥମ ସାଂସଦ ସ୍ଵର୍ଗତ ଗିରିଧାରୀ ଭୋଇଙ୍କ ୧୧୯ ତମ ଜୟନ୍ତୀ ଉତ୍ସବ ନିଜ ଜନ୍ମମାଟିରେ ଆଜି ତା.୦୫/୦୧/୨୦୨୧ ରିଖ ମଙ୍ଗଳବାର ଦିନ ସକାଳ ପ୍ରାୟ ୧୧ ଘଣ୍ଟା ସମୟରେ ଗିରିଧାରୀ ସ୍ମତି କମିଟି ଆନୁକୂଲ୍ୟରେ ପ୍ରଥମ ଥର ପାଇଁ ମହାସମାରୋହରେ ପାଳିତ ହୋଇଛି। ୧୯୦୩ ମସିହା ଜାନୁଆରୀ ମାସ ୫ ତାରିଖ ରେ ସ୍ଵର୍ଗତ ଗିରିଧାରୀ ଭୋଇ ଚିଆଁପଦର ଗାଁ ରେ ଜନ୍ମଗ୍ରହଣ କରି, ସରିଆଁ ପ୍ରାଥମିକ ବିଦ୍ୟାଳୟରେ ୧୯୦୯ ମସିହାରେ ପଞ୍ଚମ ପାସ୍ କରିଥିଲେ। ଗଣତନ୍ତ୍ର ପରିଷଦ ପ୍ରାର୍ଥୀ ଭାବରେ କଂଗ୍ରେସ ଦଳ ବିରୁଦ୍ଧରେ ପ୍ରତିଦ୍ୱନ୍ଦିତା କରି ପ୍ରାୟ ୧୦୭୬୩ ଭୋଟ ରେ ବିଜୟ ଲାଭ କରିଥିଲେ। ଗତ ୧୯୫୨ ରୁ ୧୯୫୭ ମସିହା ପର୍ଯ୍ୟନ୍ତ କଳାହାଣ୍ଡି ଓ ବଲାଙ୍ଗୀର ଉଭୟ ଜିଲ୍ଲା ଗୋଟିଏ ନିର୍ବାଚନ ହୋଇଥିବା ହେତୁ ସାଂସଦ ଭାବେ କାର୍ଯ୍ୟ କରିଥିଲେ ସ୍ଵର୍ଗତ ଗିରିଧାରୀ ଭୋଇ । ଓଡ଼ିଶାର ଖରସୁଆଁ ଓ ଷଢେ଼ଇକଲା ନାମକ ଦୁଇଟି ଅଞ୍ଚଲ ବିହାର ପ୍ରଦେଶରେ ମିଶ୍ରଣ ହୋଇଥିବା ହେତୁ ତାର ଦୃଢ଼ ପ୍ରତିବାଦ କରି ଇସ୍ତଫା ଦେଇଥିଲେ ଏବଂ ଆନ୍ଦୋଳନ ମଧ୍ୟ କରିଥିଲେ। ସମ୍ପୁର୍ଣ୍ଣ ଭାବେ ୫ ବର୍ଷ ସାଂସଦ ଭାବେ କାର୍ଯ୍ୟ କରିପାରି ନଥିଲେ। ପ୍ରଥମ ସାସଂଦ ଭାବରେ ଯେତେବେଳେ ୪ ବର୍ଷ ୬ ମାସ କାର୍ଯ୍ୟ ଚାଲିଥିଲାବେଳେ ୧୪/୧୧/୧୯୯୩ ମସିହାରେ ସାଂସଦ ଗିରିଧାରୀ ଭୋଇ ଦେହାନ୍ତ ହୋଇଥିଲା। ଆଜିର ଏହି ୧୧୯ ତମ ଜନ୍ମ ଜୟନ୍ତୀ ଉତ୍ସବରେ ସଭାପତି ପ୍ରଫୁଲ୍ଲ କୁମାର ଭୋଇ, ମୁଖ୍ୟ ଅତିଥି ତଥା ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତା ରାଣୀ ସାହୁ, ମୁଖ୍ୟ ବକ୍ତା ତଥା କନ୍ଧ ସଂସ୍କୃତି ଗବେଷକ 'ଭିମା' ପତ୍ରିକା ର ପ୍ରତିଷ୍ଠାତା ମେଦିନୀଧର ଜାନୀ, ସମ୍ମାନୀତ ଅତିଥି ତଥା ନର୍ଲା ପଞ୍ଚାୟତ ସମିତି ଅଧ୍ୟକ୍ଷା ମନୋରମା ମହାନ୍ତି, ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମାହାନ୍ତି, ୨ ନମ୍ବର ଜୋନ୍ ର ଜିଲ୍ଲା ପରିଷଦ ରୀନା ଭୋଇ, ସମିତି ସଭ୍ୟା ନନ୍ଦିନୀ ଭୋଇ, ସରିଆଁ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଜନନୀ ଭୋଇ ଏବଂ ସ୍ଵର୍ଗତ ଗିରିଧାରୀ ଭୋଇ ଙ୍କ ଜୈଷ୍ଠ ବଡୁ ପୁଅ ହଵିସ୍ କୁମାର ଭୋଇ, କନ୍ଧମାଳ ଜିଲ୍ଲା ର ସୁନାମଧନ୍ୟ ଲୋକକବି ପ୍ରଦିପ କହଁର ସମେତ ଅନ୍ୟାନ୍ୟ ସମ୍ମାନିତ ଅତିଥି ବୃନ୍ଦ ମଧ୍ୟ ଯୋଗଦାନ କରି ସ୍ଵର୍ଗତ ଗିରିଧାରୀ ଭୋଇ ଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଆତ୍ମର ସଦ୍ ଗତି ପାଇଁ ୧ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ଏହି ଉତ୍ସବରେ କୁଳମଣି ସାହୁ ମଞ୍ଚ ପରିଚାଳନା କରିକାର୍ଯ୍ୟକ୍ରମ କୁ ଆଗେଇ ନେଇଥିଲେ।