-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
15-Oct-2024
ବୀରମହାରାଜପୁର, (ବିନୋଦ ପାଣ୍ଡେ ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ସ୍ଥିତ ୧୬ ତମ ଗଜଲକ୍ଷ୍ମୀ ପୂଜା ଅବସରରେ ମଙ୍ଗଳବାର କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ବାଇଗଣୀ ଯୋର ଠାରେ ଗଙ୍ଗା ଦେବୀଙ୍କୁ ଆବାହନ କରି ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା। ଶତାଧିକ ମହିଳା ପୂର୍ଣ୍ଣ କଳସି ଧରି ହରିବୋଲ, ହୁଳହୁଳି, ଢୋଲ, ନାମ ସଂକୀର୍ତ୍ତନ ଓ ଘଣ୍ଟ ବାଦ୍ୟ ସହ ଏକ ଆଧ୍ୟାତ୍ମିକ ପରିବେଶରେ ନଗର ପରିକ୍ରମା କରି ପୂଜା ମଣ୍ଡପ ଠାରେ ପହଞ୍ଚି କଳସ ସ୍ଥାପନ କରିଥିଲେ। ଏଥିରେ ପୂଜକ ବଳରାମ ପଣ୍ଡା ପୂଜା କାର୍ଯ୍ୟ ସମାପନ କରିଥିବା ବେଳେ ମଧୁସୂଦନ ମହାକୁର , ଧର୍ମପତ୍ନୀ କୁନ୍ତୀ ମହାକୁର ସୁରୁଖୁରୁରେ କର୍ତ୍ତା ଦାଇତ୍ୱ ନିର୍ବାହ କରିଥିଲେ। ପୂଜା କମିଟି ସଭାପତି ରୁଦ୍ରପ୍ରକାଶ ମହାକୁର, ସମ୍ପାଦକ ପ୍ରଦୀପ ମାଝୀ,
କୋଷାଧ୍ୟକ୍ଷ ଆଶୁତୋଷ ପଣ୍ଡା, ସକ୍ରିୟ ସଦସ୍ୟ ସୁଭାଷ ପ୍ରଧାନ ପ୍ରମୁଖ ଶୋଭାଯାତ୍ରା ପରିଚାଳନା କରିଥିବା ବେଳେ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ।