-+91-9937148622 |
prerana_bgr@rediffmail.com |
Thursday 20th August 2026 |
R.N.I. Regd No. ODIODI/2010/46693
Breaking News
06-Jan-2021
ବଲାଙ୍ଗିର, (ସନ୍ତୋଷ କୁମାର ଠାକୁର ) - ବଲାଙ୍ଗିର ଜିଲ୍ଲାରେ ଆଜି 18 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି l ବଲାଙ୍ଗିର ପୌରାଞ୍ଚଳ ର ୱାର୍ଡ଼ ନମ୍ବର 20 ରୁ ଦୁଇ ଜଣ କରୋନା ପୋଜିଟିଭ ଚିହ୍ନଟ ହୋଇଛନ୍ତି । ସଇଁତଳା ବ୍ଲକ ଅନ୍ତର୍ଗତ ବିବିନl ଗାଁ ରୁ ଆଜି ମୋଟ୍ଆ 10 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ମୁରିବାହାଲ ବ୍ଲକ ର ଲେବେଡl ଓ ବାନ୍ଦୁପଲା ରୁ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି l ଆଜି ବେଲପଡ଼ା ବ୍ଲକ ର ଖାଲିପଥର ରୁ ଜଣେ ଓ ଖପ୍ରାଖୋଲ ବ୍ଲକ ର ଓଡିଆପାଳି ରୁ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି l ପାଟଣାଗଡ଼ ବ୍ଲକର ମରୁଆ ଅଂଚଳରୁ ଦୁଇ ଜଣ ପଜିଟିଭ ଚିହ୍ନଟ ହୋଇଥିବା ଜଣl ପଡିଛି l
ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ମୋଟ୍ 8608 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 123 ଟି ଆକ୍ଟିଭ କେଶ୍ ରହିଛି l ଆଜି ପର୍ଯ୍ୟନ୍ତ ଜିଲ୍ଲାରେ କରୋନା ରୁ 8444 ଜଣ ବ୍ୟକ୍ତି ସୁସ୍ଥ ହୋଇ ସାରିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକାଶ l