-+91-9937148622 |
prerana_bgr@rediffmail.com |
Thursday 20th August 2026 |
R.N.I. Regd No. ODIODI/2010/46693
Breaking News
05-Jan-2021
ନର୍ଲା (ସଞ୍ଜୀବ ଦାସ) କଳାହାଣ୍ଡି ଜିଲ୍ଲା ନର୍ଲା ବିଜେପି ପକ୍ଷରୁ ଆଜି ନର୍ଲା ଥାନାକୁ ଘେରାଉ କରାଯାଇଛି। ପୂର୍ବତନ ବ୍ଳକ ଅଧ୍ୟକ୍ଷ କୁଳମଣି ବରାଳ ହତ୍ୟା ମାମଲାରେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ବହିଷ୍କାର ଓ ଏଥିରେ ସାମିଲ ଥିବା ସମସ୍ତ ଅପରାଧୀଙ୍କୁ ଗିରଫ କରିବାକୁ ଦାବି କରାଯାଇ ଏହି ଘେରାଉ କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ କୁମାର ନାଏକ, ଅନିରୁଦ୍ଧ ପଧାନ, ପର୍ଶୁରାମ ପଣ୍ଡା, ପଦ୍ମଲୋଚନ ଜାଲ, ସରୋଜ ବୁଦ୍ଧିଆ, ବିଷ୍ଣୁ ଚରଣ ବଡ଼ପଣ୍ଡା, ହୃଷିକେଶ ବୁଦ୍ଧିଆ,ନୈ।କା ମାଝୀ, ଜଗନ୍ନାଥ ଗଉଡ,ତପନ ପଧାନ,ଅଭୟ ନାଏକ , ସଞ୍ଜୟ ମାଝୀ ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କୁ କଡ଼ା ନିନ୍ଦା କରିଥିଲେ। ପ୍ରଧାନମନ୍ତ୍ରୀ ଆବାସ ଦୁର୍ନୀତି ବିରୋଧରେ ପ୍ରତିବାଦ କଲେ ରାଜ୍ୟ ବିଜେଡି ସରକାର ଲୋକଙ୍କୁ ହତ୍ୟା କରୁଛି ବୋଲି ବିଜେପି ଅଭିଯୋଗ କରିଛି l