-+91-9937148622 |
prerana_bgr@rediffmail.com |
Friday 21st August 2026 |
R.N.I. Regd No. ODIODI/2010/46693
Breaking News
05-Jan-2021
ବଲାଙ୍ଗିର, (ପ୍ରେରଣା ଖବର) - ଆଜି ସ୍ୱାମୀ ବିବେକାନନ୍ଦ ନିର୍ତ୍ତାର ଓ ମାହେଶ୍ଵରୀ ଅନୁଷ୍ଠାନ ର ମିଳିତ ପ୍ରୟାସ ରେ ସ୍ବେଛାସେବୀ ମାନଙ୍କୁ ନିର୍ତ୍ତାର ରେ ମିଳୁଥିବା ସୁବିଧା ସୁଯୋଗ ଓ ତାହା କିପରି ଲୋକାଭିମୁଖୀ ହେବ ଓ ସାଧାରଣ ଲୋକ କିପରି ସବୁ ପ୍ରକାର ସୁବିଧା ପାଇବେ ଓ ସେମାନଙ୍କୁ ସେଥିପାଇଁ କଣ ସବୁ ଆବଶ୍ୟକୀୟ ନଥି ପତ୍ର ଆବଶ୍ୟକ ତାହା ଉପରେ ସ୍ବେଚ୍ଛାସେବୀ ମାନଙ୍କୁ ସବିଶେଷ ତଥ୍ୟ ସହ ଟ୍ରେନିଂ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଉଦ୍ଦେଶ୍ୟ ସମାଜ ରେ ରହୁଥିବା କୋୖଣସି ଅସହାୟ ଦିବ୍ୟାଙ୍ଗ ବ୍ୟକ୍ତି ଯେପରି ବିନା ଚିକିତ୍ସା ରହି ନ ଯାଉ। ଏହି ସଭାରେ ନିର୍ତ୍ତାର ର ଭାରପ୍ରାପ୍ତ ଅଧିକାରୀ ଡ଼ ସୁରେନ୍ଦ୍ର ଭୋଇ, ଡ଼ ରଞ୍ଜିତା ପଣ୍ଡା,ଡ଼ ସୁରଜ ବଢ଼େନା,ଶ୍ରୀ କେଶବ ଚନ୍ଦ୍ର ମହାନ୍ତି ଓ ମାହେଶ୍ଵରୀ ତରଫରୁ ଉପଦେଷ୍ଟା ଶ୍ରୀ ବ୍ୟାସଦେବ ନନ୍ଦ, ଶ୍ରୀ ଦିନେଶ ଶର୍ମା, ଡ଼ ଲଳିତ ସାହୁ ଓ ମାହେଶ୍ଵରୀ ର ନିର୍ଦ୍ଦେଶକ ଅଙ୍କୁଶ କୁମାର ପାଣ୍ଡିଆ ମଞ୍ଚସିନ ଥିଲେ। ସଭା ଶେଷ ରେ ଏକ ପଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏଥିରେ ମାହେଶ୍ଵରୀ ମହିଳା ଶାଖାର
ସ୍ବେଚ୍ଛାସେବୀ, କୁଡ଼ାସିଂହା ମହେଶ୍ୱରୀ ର ସ୍ବେଚ୍ଛାସେବୀ, ଅଗଲପୁର ର ସ୍ବେଛାସେବୀ ଓ ଲୋଇସିଂହା ର ସ୍ବେଛାସେବୀ ମାନେ ଭାଗ ନେଇଥିଲେ। ମାହେଶ୍ଵରୀ ର ଉପଦେଷ୍ଟା ଶ୍ରୀ ବ୍ୟାସଦେବ ନନ୍ଦ ଏପରି ଏକ ଅଭିନବ ଟ୍ରେନିଂ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ନିର୍ତ୍ତାର କର୍ତ୍ତୃପକ୍ଷ ଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ଯେମିତି କେହି ଦିବ୍ୟାଙ୍ଗ ବ୍ୟକ୍ତି ପଛରେ ରହି ନ ଯିବେ ତା ଉପରେ ସ୍ବେଚ୍ଛାସେବୀ ଭାଇ ଭଉଣୀ ମାନଙ୍କୁ ଅନୁରୋଧ କରିଛନ୍ତି।