-+91-9937148622 |
prerana_bgr@rediffmail.com |
Friday 21st August 2026 |
R.N.I. Regd No. ODIODI/2010/46693
Breaking News
05-Jan-2021
କଳାହାଣ୍ଡି,କୋକସରା(ତ୍ରିନାଥ ବେଶ୍ର।)
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତି ଵିରୋଦ୍ଧରେ ସ୍ୱର ଉଠାଇ ଥିବା ପୂର୍ବତନ ବ୍ଲକ ଅଧ୍ୟକ୍ଷ କୁଳମଣି ବରାଳ ହତ୍ୟା ମାମଲାରେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ବହିଷ୍କାର ଏବଂ ସମସ୍ତ ଅପରାଧୀଙ୍କୁ ଗିରଫ ଦାବିରେ କୋକସରା ବିଜେପି ପକ୍ଷରୁ ସ୍ଥାନୀୟ ଥାନା ଘେରାଉ କରାଯାଇଛି। ବିଜେପି ନେତା ଲକ୍ଷ୍ମୀକାନ୍ତ ବାଗ ଙ୍କ ନେତୃତ୍ୱରେ ବିଜେପି କର୍ମକର୍ତା ମାନେ କୋକସରା ଥାନା ଠାରେ ଆଜି ଘେରାଉ କରିଥିଲେ l ଏଥିରେ ଜିଲ୍ଲା ପରିଷଦ ସଭ୍ୟା ହେମଞ୍ଜିନୀ ହଂସ ,ଜିଲ୍ଲା ସଭାନେତ୍ରୀ କୁନ୍ତୀ ପାଲ ,ଅର୍ଜୁନ ଭାଟି ,ମଧୁବନ ପତ୍ର ,ଦୁର୍ଗା ପ୍ରସାଦ ପ୍ରଧାନୀ ,ନରେନ୍ଦ୍ର ପ୍ରଧାନୀ,ଭଜମନ ନାଏକ ପ୍ରମୁଖ ଉପସ୍ଥିତ ଥିଲେ l