-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME   ଜିଲ୍ଲା

ଦୁର୍ଗା ପୂଜା ପାଇଁ ଚଳଚଞ୍ଚଳ ସୁବର୍ଣ୍ଣପୁର ସହର, ଅଷ୍ଟମ ଦିନରେ ମା ସୁରେଶ୍ଵରୀ ଙ୍କ ଜୟଦୁର୍ଗା ବେଶ

10-Oct-2024



ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ): ଶାରଦୀୟ ନବରାତ୍ର ପୂଜାର ଆଜି ହେଉଛି ଅଷ୍ଟମଦିନ। ଏଣୁ ଏଥିପାଇଁ ମା'ସୁରେଶ୍ୱରୀ ଜୟ ଦୁର୍ଗାବେଶ ଧାରଣ କରି ଭକ୍ତ ମାନଙ୍କୁ ଦର୍ଶନ ଦେଉଛନ୍ତି।ଏହି ନବରାତ୍ର ସମୟରେ ମା'ଦୁର୍ଗାଙ୍କ ନଅ ଦିନ ବ୍ୟାପି ପୂଜାର୍ଚ୍ଚନା କରାଯାଇଥାଏ। ମା'ଦୁର୍ଗାଙ୍କ ଏହି ସମୟରେ ପୂଜା ଆରାଧନା ଏଥିପାଇଁ ପାଇଁ କରାଯାଇଥାଏ ମା' ଆସୁରିକ ଶକ୍ତି ମାନଙ୍କ କବଳରୁ ବିଶ୍ୱବ୍ରହ୍ମାଣ୍ଡକୁ ଏହିସମୟ ମଧ୍ୟରେ ଉଦ୍ଧାର କରିଥିଲେ। ଯାହାକି ଆଶ୍ୱିନମାସ ରହିଥିଲା। ସେଥିପାଇଁ ହିନ୍ଦୁଧର୍ମାବଳମ୍ବୀ ମାନେ ଉକ୍ତ ସମୟରେ ସେହିଦିନଠାରୁ ମା'ଦୁର୍ଗାଙ୍କ ବିଶେଷ ଭାବରେ ପୂଜାର୍ଚ୍ଚନା କରିଆସୁଥିବା ଜଣାଯାଏ। 
ମା'ଙ୍କ ଏହି ଧରାଧାମକୁ ଆଗମନ ନେଇ ଯାହା ପୌରାଣିକ କଥାରୁ ଜଣାଯାଏ ସାରା ବିଶ୍ୱବ୍ରହ୍ମାଣ୍ଡ ସ୍ୱର୍ଗ,ମର୍ତ୍ତ୍ୟ ଏପରିକି ପାତାଳ ସବୁଠାରେ ଆସୁରିକ ଶକ୍ତି ମାନଙ୍କ ଦୌରାତ୍ମ୍ୟ ବଢି ଚାଲିଥିଲା। ଯେଉଁଥିରେ ସମସ୍ତେ ଥରହର ହୋଇପଡିଥିଲେ।ସାରା ଜଗତରେ ହାହାକାର ମଚିଯାଇଥିଲା।ଏଥିରୁ ଦେବତାଗଣ ମଧ୍ୟ ତ୍ରାହି ପାଇ ନଥିଲେ। 
ସେତେବେଳେ ମହିଷାସୁର ନାମକ ଅସୁର ସୃଷ୍ଟି ର ରଚୟିତା ବ୍ରହ୍ମାଙ୍କ ଠାରୁ ବରପ୍ରାପ୍ତ କରିଥିଲା ଯେ ତାହାର ମୃତ୍ୟୁ ଦେବତା ବା ପୁରୁଷଙ୍କ ଦ୍ୱାରା ହେବନାହିଁ ବୋଲି। ତାହାର ସୁଯୋଗ ନେଇ ସେ ତାହାର ଅତ୍ୟାଚାର ଆରମ୍ଭ କରିଦେଇଥିଲା। 
ଯେଉଥିପାଇଁ ସମସ୍ତ ଦେବତାଗଣ ବ୍ରହ୍ମା,ବିଷ୍ଣୁ ଓ ଦେବ ଦେବ ମହାଦେବଙ୍କ ଶରଣାପନ୍ନ ହେବା କଥା ରହିଛି।
ବ୍ରହ୍ମା ସେତେବେଳେ ମହିଷାସୁରର ବଧ ଏକ କୁମାରିକନ୍ୟା ଦ୍ୱାରା ସମ୍ଭବ ହୋଇ ପାରିବ ବୋଲି ସମସ୍ତ ଦେବତାଗଣଙ୍କୁ ଅବଗତ କରାଇଥିଲେ।
ଏହାଜାଣିବା ପରେ ସମସ୍ତ ଦେବତାଗଣ ତାଙ୍କର ସମସ୍ତ ଶକ୍ତି ଓ ତେଜକୁ ଏକତ୍ରୀତ କରି ଠୁଳ କରିବା ଦ୍ୱାରା ଯେଉଁ ଏକ ଦିବ୍ୟ କନ୍ୟାରତ୍ନଙ୍କ  ଆବିର୍ଭାବ ହୋଇଥିଲେ ତାହାଙ୍କୁ ମାତା ଦୁର୍ଗା ଭାବରେ ଦେବତାଗଣ ନାମିତ କରିଥିଲେ 
ଆଉ ଏକ କଥା ଅନୁଯାୟୀ ମାତାଙ୍କ ଏହି ଧରାଧାମକୁ ଅବତୀର୍ଣ୍ଣ ହୋଇ ଯେଉଁ ଦଶଦିନ ବ୍ୟାପି ଯୁଦ୍ଧ ସମୟରେ ଅନେକ ବଡ଼ ବଡ଼ ଅସୁରରଙ୍କ ବଧ କରିଥିଲେ। ସେହିସମୟରେ  ଦୁର୍ଗମ ଓ ଦୁର୍ଗମାସୁର ନାମକ ଅସୁରର ବଧ କରିଥିବା କାରଣରୁ ମାତାଙ୍କ ନାମ ଦୁର୍ଗତି ନାସିନୀ ମା'ଦୁର୍ଗା ଭାବରେ ସାରା ବିଶ୍ୱ ବ୍ରହ୍ମାଣ୍ଡରେ ଖ୍ୟାତି ଅର୍ଜନ କରିଥିବା କଥା ମଧ୍ୟ ଚଣ୍ଡୀ ପୁରାଣରେ ବର୍ଣ୍ଣିତ ହୋଇଛି।
ରୁକ୍ ବେଦରେ ଉଲ୍ଲେଖ ରହିଛି ,ମାତା ଦୁର୍ଗା ହେଉଛନ୍ତି ଆଦିଶକ୍ତି,ଯେକି ଅବିନାଶୀ ଅଟନ୍ତି।ଏହି ସଂସାରର ସମସ୍ତ କ୍ରିୟାକଳାପକୁ ସଞ୍ଚାଳନ କରୁଥିବା ଦେବୀ ଅଟନ୍ତି।
ମା'ଙ୍କୁ ଶାକ୍ତ ସମ୍ପ୍ରଦାୟ ତାଙ୍କର ଇଷ୍ଟଦେବୀ ଭାବରେ ପୂଜା କରିଥାନ୍ତି।
ଏହି ନବରାତ୍ରି ସମୟରେ ଦାନବ ରାକ୍ଷସ ମହିଷାସୁରର କବଳରୁ ଦେବତା ମାନଙ୍କୁ ମୁକ୍ତି ପ୍ରଦାନ କରିଥିଲେ।ସୁତରାଂ ଏହି ନବରାତ୍ରି ସମୟରେ ମା'ଦୁର୍ଗାଦେବୀଙ୍କ ପୂଜା ଉପାସନାର ଅନେକ ମହତ୍ଵ ବହନ କରିଥାଏ।
ଏହିସମୟରେ ମାତା ଦୁର୍ଗା ଦେବୀଙ୍କୁ ନିଷ୍ଠାର ସହିତ ପୂଜା ଉପାସନା କରିବା ଦ୍ୱାରା ଦୈନନ୍ଦିନ ଜୀବନରେ ସୁଖଶାନ୍ତି ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ ରହିଛି।
ଆହୁରି ମଧ୍ୟ ମାନ୍ୟତା ରହିଛି ମା'ଦୁର୍ଗାଙ୍କ ପୂଜାର୍ଚ୍ଚନା ଦ୍ୱାରା ଅଜ୍ଞାନ ଓ ଅନ୍ଧକାର ରୂପକ ରାକ୍ଷସ କବଳରୁ ମାତା ରକ୍ଷା କରି ସନ୍ତାନକୁ ଏକ ଉତ୍ତମ ମଣିଷ ହେବାର ଆଶୀର୍ବାଦ ପ୍ରଦାନ କରଥାନ୍ତି।
ସେଥିପାଇଁ ଏହି ପବିତ୍ର ନବରାତ୍ର ପୂଜା ଅବସରରେ ଭକ୍ତମାନେ ନିଷ୍ଠାର ସହ ମା'ଙ୍କକୃପା ଆଶିଷ ପ୍ରାପ୍ତ ପାଇଁ ପୂଜାର୍ଚ୍ଚନା କରିବା ସହ ମା' ଙ୍କର ଏହି ଦିବ୍ୟ ଓ ଦୁର୍ଲ୍ଲଭ ବେଶକୁ ଦର୍ଶନ କରିଥାନ୍ତି।


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like