-+91-9937148622 |
prerana_bgr@rediffmail.com |
Friday 21st August 2026 |
R.N.I. Regd No. ODIODI/2010/46693
Breaking News
05-Jan-2021
ବରଗଡ଼, (ମୁକୁନ୍ଦ ଦାସ) - ଆଜି କାହିଁକି ଅଲୋଡା ବୃଦ୍ଧ ବାପା ମାଁ ?? ଏ ପ୍ରଶ୍ନ ବାରମ୍ବାର ଆମକୁ ଆନ୍ଦୋଳିତ କରେ....l ଆଜି 5 ତାରିଖ ବରଗଡ ରେଲ ଷ୍ଟେସନ ପାଖରେ ହାଡଭଙ୍ଗା ଶୀତରେ ରୋଡ ସାଇଡରେ ପଡିଥିଲେ ଜଣେ ଅଜଣା ବୃଦ୍ଧ, ବୟସ ପାଖାପାଖି ୭୫ବର୍ଷ ରୁ ଅଧିକ ହେବ l
ସକାଳୁ ସକାଳୁ ସନ୍ଦିପ ନାମକ ଜଣେ ବ୍ୟକ୍ତି ନିଷ୍ଠା ପରିବାରକୁ ଫୋନ କରି ଏହି ଖବର ଦେଇଥିଲେ । ତୁରନ୍ତ ଟିମ୍
ନିଷ୍ଠା ପହଞ୍ଚିଥିଲା ଘଟଣାସ୍ଥଳକୁ ଏବଂ ୧୦୮ ଆମ୍ବୁଲାନ୍ସ ଯୋଗେ ଅସହାୟଙ୍କୁ ଉଦ୍ଧାର କରିଥିଲା, ତାଙ୍କ ସ୍ବାସ୍ଥ୍ୟବସ୍ଥା ଅତ୍ୟନ୍ତ ସଂକଟାପନ୍ନ ଥିଲା। ପ୍ରାଥମିକ ଚିକିତ୍ସାର କିଛି ସମୟ ପରେ ତାଙ୍କର ମୃତ୍ଯୁ ହୋଇଥିଲା। ଯଦି କେହି ତାଙ୍କର ପରିଚୟ ପାଆନ୍ତି ତେବେ ବରଗଡ଼ ର ନିଷ୍ଠା ପରିବାର ସହ ଯୋଗଯୋଗ କରିବାକୁ ଅଧୁରୋଧ କରାଯାଇଛି l