-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
06-Oct-2024
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ଦିର୍ଘ ୩୦ବର୍ଷ ହେଲା ନିରବଚ୍ଛିନ୍ନ ଭାବେ ସୁବର୍ଣ୍ଣଦୀପ ର ସମ୍ପାଦକ ତଥା ବରଗଡ଼ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ପ୍ରଦୀପ ଭାନୁ ମହାନ୍ତିଙ୍କ ଉଦ୍ୟମରେ ଶିଶୁ ପତ୍ରିକା ପ୍ରକାଶିତ ହୋଇ ଆସୁଛି। ଅନେକ ଉତ୍ଥାପନ ପତନକୁ ଅତିକ୍ରମ କରି ପ୍ରତି ମାସରେ ପ୍ରକାଶିତ ଯୁଗୋପଯୋଗୀ ଶିଶୁ ଓ କିଶୋର ପତ୍ରିକା "ସୁବର୍ଣ୍ଣଦୀପ" ସାରା ଓଡ଼ିଶାର କୋଣ ଅନୁକୋଣରେ ପହଞ୍ଚାଇ ପାରିଥିବାରୁ ତାଙ୍କ ଉଦ୍ୟମକୁ ଭୂୟସୀ ପ୍ରଶଂସା କରାଯାଇଛି। ସ୍ଥାନୀୟ ବରଗଡ଼ ସ୍ଥିତ ବିଜୁପଟ୍ଟନାୟକ ଟାଉନ ହଲ ଠାରେ ଆୟୋଜିତ ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘ-୨ ବରଗଡ଼ ପକ୍ଷରୁ ଶ୍ରୀଯୁକ୍ତ ମହାନ୍ତିଙ୍କୁ "ଶିଶୁ ସାହିତ୍ୟ ରତ୍ନ" ସମ୍ମାନରେ ସମ୍ମାନୀତ କରାଯାଇଛି। ଶ୍ରୀଯୁକ୍ତ ମହାନ୍ତି ନୂତନ ପୀଢ଼ି କବି କବୟିତ୍ରୀ,ଲେଖକ, ଲେଖିକାଙ୍କ କଲମ ମୁନରୁ ସୃଷ୍ଟି ଚିନ୍ତାଧାରାର ଲେଖାକୁ ବେଶ ପ୍ରାଧାନ୍ୟ ଦେଇ ଆଜିକାର ସମୟରେ ଅନେକ କବି, କବୟିତ୍ରୀ ଲେଖକ ଲେଖିକାଙ୍କ ପ୍ରିୟପାତ୍ର ହୋଇ ପାରିଛନ୍ତି। ଓଡ଼ିଶା ସୁନାମ ଧନ୍ୟ ଅନେକ ଲେଖକ ତଥା କବିଙ୍କ ପ୍ରିୟପାତ୍ର ହୋଇ ପାରିଛନ୍ତି।