-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
05-Oct-2024
ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ): ଇଷ୍ଟଦେବୀ ମା'ସୁରେଶ୍ୱରୀ ନବରାତ୍ରି ଅବସରରେ ଦଶ ମହାବିଦ୍ୟା ଅନୁସାରେ ବେଶ ଧାରଣ କରିଥାନ୍ତି।
ସେହି ଅନୁଯାୟୀ ତୃତୀୟ ଦିବସରେ ରହିଥିବା ଛିନ୍ନମସ୍ତା ବେଶ କିନ୍ତୁ ଧାରଣ କରିନଥାନ୍ତି। ତାପରର ରହିଥିବା ବେଶ ଷୋଡ଼ଶୀ ବା ତ୍ରିପୁର ସୁନ୍ଦରୀ ବେଶ ଧାରଣ କରି ଦର୍ଶନ ଦେଇଥାନ୍ତି।
ତେଣୁ ମାତା ଆଜି ନବରାତ୍ରିର ତୃତୀୟ ଦିବସରେ ଷୋଡ଼ଶୀ ବେଶରେ ଦର୍ଶନ ଦେଉଛନ୍ତି।
ଏହି ସ୍ୱରୂପରେ ମା'ଶାନ୍ତ ମୁଦ୍ରାରେ ଶୋଇଥିବା ଦେବ ଦେବ ମହାଦେବଙ୍କ ଉପରେ ସ୍ଥିତପଦ୍ମ ଆସନରେ ବିରାଜିତ।
ଦେବୀଙ୍କର ଏହି ସ୍ୱରୂପରେ ଅତ୍ୟନ୍ତ ଶାନ୍ତି ଦାୟକ ଓ କଲ୍ୟାଣକାରୀ ହୋଇଥାନ୍ତି।
ମା'ଙ୍କ ସମସ୍ତ ବେଶ ମଧ୍ୟରୁ ଦଶମହାବିଦ୍ୟା ର ଚତୁର୍ଥ ବେଶ ତନ୍ତ୍ର ,ମନ୍ତ୍ର,ଯନ୍ତ୍ର ସାଧକ ତଥା ସାଧାରଣ ଶ୍ରଦ୍ଧାଳୁ ବୃନ୍ଦଙ୍କ ପାଇଁ ବେଶ୍ ସହାୟକ ରହିଥାଏ।
ପୌରାଣିକ କଥା ଅନୁଯାୟୀ ଏକଦା ମାତା ପାର୍ବତୀ ଭଗବାନ ଶିବଙ୍କୁ ପଚାରିଥିଲେ 'ହେ ଭଗବାନ' କାହାକୁ ପୂଜାର୍ଚ୍ଚନା କଲେ ଜୀବନରେ ଆଧି-ବ୍ୟାଧି, ଶୋକ-ସନ୍ତାପ ଏବଂ ଏପରିକି ଗର୍ଭବାସ ଓ ମରଣ ଯନ୍ତ୍ରଣାରୁ ମୁକ୍ତିଲାଭ ହୋଇପାରିବ।ସେତେବେଳେ ଦେଵ ଦେବ ମହାଦେବ ମାତା ପାର୍ବତୀଙ୍କୁ ଅବଗତ କରାଇଥିଲେ ଯେଉଁମାନେଶ୍ରଦ୍ଧାପୂର୍ବକ ମା'ଷୋଡ଼ଶୀଙ୍କ ପୂଜାର୍ଚ୍ଚନା କରିବେ
ସେହିମାନେ ସମସ୍ତ ପ୍ରକାରର ଶୋକ-ସନ୍ତାପ ,ଆଦି-ବ୍ୟାଧିରୁ ମୁକ୍ତିଲାଭ କରିବା କଥା ରହିଛି।
ଦଶମହାବିଦ୍ୟାର ତୃତୀୟସ୍ୱରୂପ ମାତା ଷୋଡ଼ଶୀ। ମାଁ ସୁରେଶ୍ୱରୀ ଦଶମହାବିଦ୍ୟାରେ ଏହି ନବରାତ୍ରି ସମୟରେ ଦର୍ଶନ ଦେଇଥାନ୍ତି। ତେଣୁ ମାତା ଆଜି ନବରାତ୍ରିର ତୃତୀୟ ଦିବସରେ ଷୋଡ଼ଶୀ ବେଶରେ ଦର୍ଶନ ଦେଉଛନ୍ତି।
ଦେବୀଙ୍କର ଏହି ସ୍ୱରୂପ ଅତ୍ୟନ୍ତ ଶାନ୍ତିଦାୟକ ଓ କଲ୍ୟାଣକାରୀ ହୋଇଥାନ୍ତି।
ସେଥିପାଇଁ ଉକ୍ତଦିନ ମାଆଙ୍କ ପାଖରେ ଶ୍ରଦ୍ଧାଳୁ ବୃନ୍ଦ ନିଜ ନିଜର ମନୋବାଂଛିତ ଫଳ ଓ ମୋକ୍ଷ ପ୍ରାପ୍ତି ସକାଶେ ବିଶେଷ ପୂଜାର୍ଚ୍ଚନା କରିବା ସକାଶେ ବ୍ୟଗ୍ରଥିବା ମନେହୁଏ।