-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||     

HOME   ଜିଲ୍ଲା

ଡୁଙ୍ଗୁରିପାଲି ଆରଏମସି ସଂପାଦକଙ୍କ ବିରୋଧରେ ୫୦ କୋଟିର ଦୂର୍ନିତି ହୋଇଥିବା ଗୁରୁତର ଅଭିଯୋଗ ୧୫ ଦିନରେ ତଦନ୍ତ ରିପୋର୍ଟ ପ୍ରଦାନ କରିବାକୁ , ନିବନ୍ଧକ ସମୟବାୟ ସମିତି ସମୂହ ଓଡିଶା ଭୁବନେଶ୍ଵରଙ୍କ ନିର୍ଦ୍ଦେଶ

05-Oct-2024



ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର)-ସୁବର୍ଷପୁର ଜିଲ୍ଲା ଡୁଙ୍ଗୁରିପାଲି ଆଉଏମସିରେ ଦୁର୍ନୀତି ହୋଇଥିବା ନେଇ ବିଭାଗୀୟ ମନ୍ତ୍ରୀଙ୍କଠାରେ ଚାଷୀମାନେ ଗତ ଜୁଲାଇ ୩୧ ତାରିଖରେ ଅଭିଯୋଗ କରିଥିଲେ। ଭକ୍ତ ଅଭିଯୋଗର ସତ୍ୟାସତ୍ୟ ଜାଣିବା ପାଇଁ ତଦନ୍ତ କରି ୧୫ଦିନ ମଧ୍ୟରେ ଜଣାଇବାକୁ ନିବନ୍ଧକ ସମୟବାୟ ସମିତି ସମୁହ ଓଡିଶା ଭୁବନେଶ୍ଵର ଭକ୍ତବନ୍ଧୁ ସାହୁ ତାଙ୍କ ପତ୍ର ସଂଖ୍ୟା ଆରସିଏସ ଓ- ଏଫବିଆଇ- ଏଫଇଏସଏସଟି ୦୦୯୭-୨୦୨୪/ ୧୬୨୭୯ ତା ୨୬. ୯. ୨୦୨୦୪ ରେ ସହାୟକ କୃଷି ବିପଣନ ଅଧିକାରୀ ଭୁବନେଶ୍ଵର ଙ୍କୁ ନିର୍ଦେଶ ଦେଇଛନ୍ତି । ସଂପାଦକ ଉଦିତ କୁମାର ବାବୁ ଗତ ୭.୧୧.୨୦୧୬ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଉକ୍ତ ଆରଏମସିର ସଂପାଦକ ଭାବରେ ରହିଛନ୍ତି । ତାଙ୍କ ରହଣୀର ଦୀର୍ଘ ୮ ବର୍ଷ ମଧ୍ୟରେ ସେ ବିଭିନ୍ନ ଉନ୍ନୟନ କାମ ସହିତ ଅନେକ ଗୁଡିଏ କାମ କରିଛନ୍ତି । ସେଥିମଧ୍ୟରେ କେତେକ କାମରେ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି ।

ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଆରଏମସି, ରାଜ୍ୟର ଏକ ଅଗୁଣି ଆରଏମସି ଅଟେ । ଏହି ଆରଏମସି ରେ ଉଦିତ କୁମାର ବାବୁ ସଂପାଦକ ଭାବରେ ଦୀର୍ଘ ୮ ବର୍ଷରୁ ଉର୍ଦ୍ଧ୍ୱ ହେବ ଆସ୍ଥାନ ଜମାଇ ଏକଛତ୍ରବାଦ ଶାସନ ଚଳାଇଛନ୍ତି । ଶ୍ରୀ ବାବୁଙ୍କ ପଦୋନ୍ନତି ପରେ ଡି ଆର୍ ସି ଏସ୍  ବଲାଙ୍ଗିରକୁ ବଦଳି ହୋଇଥିଲେ ମଧ୍ୟ ପୂର୍ବ ସରକାରଙ୍କ ଆର୍ଶିବାଦ ବଳରେ ସେଠାରୁ ସୋନପୁର ଆସି ପୁନର୍ବାର ଆରଏମସିରେ କାର୍ଯ୍ୟରତ ଅଛନ୍ତି । ଶ୍ରୀବାବୁଙ୍କ ସଂପାଦକ କାଯ୍ୟକାଳ ଭିତରେ ଆରଏମସିର ହାରାହାରି ୫୦ କୋଟି ଟଙ୍କାର ଅନେକ ଅନାବଶ୍ୟକ ନିର୍ମାଣ, ଅଦରକାରୀ ମେସିନ ଓ ଅନାବଶ୍ୟକ ତାରପୋଲିନ ଏବଂ ବେଆଇନ ନିଯୁକ୍ତି ଦେଇ କୋଟି କୋଟି ଟଙ୍କା ଆରଏମସିରୁ ପିସି ହାତେଇବା ପାଇଁ, ଚଢାଦରରେ ଜିନିଷ କିଣି ଆରଏମସି ଟଙ୍କା ହରିଲୁଟ କରିଥିବାର ଅନୁମାନ ହେଉଛି ।

ଆଉ ଏମସି କମିଟି ନଥାଇ ମଧ୍ୟ ବେଆଇନ ରିଜୋଲେସନ କରି OSMA Board and Collector-Cum-Chairman, ଆରଏମସି ଙ୍କ ପ୍ରତ୍ୟକ୍ଷ ଓ ପରୋକ୍ଷ ସାହାଯ୍ୟରେ ଆରଏମସିରେ ବିରାଟ ଧରଣର ଦୁର୍ନିତି ଚାଲିଛି । ଆରଏମ ସିଚେୟାରମେନ ଓ OSAM Board ଅଧୁକାରୀ ଏବଂ ସଂପାଦକଙ୍କ ମିଳିଭଗତରେ ଗୁଣ୍ଡନ ହେଉଥିବା ଆର ଏମ୍ ସି  ଟଙ୍କାର ଯଦି ଭିଜିଲାନ୍ସ କିମ୍ବା ଉଚ୍ଚସ୍ତରୀୟ ସ୍ବତନ୍ତ୍ର ଅଡିଟ କରାଯାଏ ତାହେଲେ କେତେ ଯେ ଦୁର୍ନିତି ହୋଇଛି ତାର ପର୍ଦ୍ଦାଫାସ ହୋଇପାରିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । କାରଣ ଚେୟାମେନ, OSAM Board ଓ ପୂର୍ବ ସରକାରଙ୍କ ସଂପାଦକଙ୍କ ପ୍ରତି ଅହେତୁକ ଅନୁକମ୍ପା ରହି ଆସିଥିବାରୁ ତାଙ୍କ ଦୁର୍ନିତି ବିରୋଧରେ ଯାହା ଅଭିଯୋଗ ହେଲେ ମଧ୍ୟ କୌଣସି ଫଳପ୍ରଦ ହେଉନାହିଁ । ତେଣୁ ସଂପାଦଳଙ୍କ ଦ୍ୱାରା ହୋଇଥିବା କେତେକ ଦୃଷ୍ଟାନ୍ତ ମୂଳକ ଦୁର୍ନୀତି ଉପରେ ଦୃତ ପଦକ୍ଷେପ ନେବା ପାଇଁ ନିମ୍ନରେ ଆପଣଙ୍କ ଦୃଷ୍ଟି ଆକର୍ଷଣ କରୁଅଛୁ ।

(୧) ଡୁଙ୍ଗୁରିପାଲି ଆରଏମରେ ଯେତେ ଧାନ ବିକ୍ରୟ ପାଇଁ ଆସୁଛି ଚାଷୀ ଓ ମିଲର୍ସ ମଧ୍ୟରେ ବୁଝାମଣା ହୋଇ ସିଧାସଳଖ ମିଲକୁ ଧାନ ଯାଇଥାଏ । ବହୁତ କମ ଧାନ ମଣ୍ଡିମାନଙ୍କରେ ଓଳନ ହୁଏ । ମାତ୍ର ମଣ୍ଡିମାନଙ୍କରେ ପୂର୍ବରୁ ଥ‌ିବା ଓଳନ ମେସିନ ଗୁଡିକ ସଚଳ ଥାଇ ପୁଣି ମଣ୍ଡିମାନଙ୍କରେ ଦ୍ଵିତୀୟ ଓଜନ ମେସିନ ସଂପାଦକ ଟଢାଦରରେ କିଣି ନିଜେ ମାଲେମାଲ ହେଉଛନ୍ତି ।

(୨) ପୂର୍ବରୁ କେତେକ ପେବି କ୍ଲିନର ମେସିନ ଅଛି ଯାହାକୁ ବ୍ୟବହାର କରାନଯାଇ ରହି ରହି ଖତ ଖାଉଥିବା ବେଳେ ପୁଣି ୧୦ଗୋଟି ପେଡି କ୍ଲିନର ମେସିନ ଜିଣି ମଣ୍ଡିମାନଙ୍କରେ ପକାଇ ରଖୁଛନ୍ତି । ଉକ୍ତ ମେସିନ ବଜାର ରେ ୧୨ରୁ ୧୫ଲକ୍ଷ ଟଙ୍କାରେ ମିଳୁଥିବା ବେଳେ ମେସିନ ପ୍ରତି ୨୮ଲକ୍ଷ ଟଙ୍କା ହିସାବରେ ୧୦ଗୋଟି ମେସିନ କିଣାଯାଇ ଆରଏମର କୋଟି କୋଟି ଟଙ୍କା ବରବାଦ କରୁଛନ୍ତି  । ସେହିପରି ବିନା ଟେଣ୍ଡରରେ ଏବଂ ବିନା ଆବଶ୍ୟକରେ ପେଡି ଲିଫ୍‌ଟିଙ୍ଗ୍ ମେସିନ, ମଣ୍ଡ ର ମେସିନ ଇତ୍ୟାଦି ଆଇ ମଧ୍ଯ ଚଢା ଦରରେ କିଣାଯାଉଅଛି ଏବଂ ବୋଟେସନ ଫିଙ୍ଗି କରି କମିଶନୀ ଅନୁସାତ କରୁଛନ୍ତି । (୩) ଶ୍ରୀବାବୁଙ୍କ କାର୍ଯ୍ୟକାଳ ସମୟ ମଧ୍ୟରେ ଅନୁନ୍ୟ ୩ହଜାରୁ ଉର୍ଦୁ ତାରପୋଲିନ ଚଢାଦରରେ କିଣି ବିଲକରି ଆରଏମ ଅର୍ଥ ଲୁଟ କରିଛନ୍ତି l

ତାରପୋଲିନ କମ୍ ଦରରେ କିଣା ଯାଇ ଟିଲରେ ବେଶି ଦେଖା ଯାଉଅଛି ତାହା ତଦନ୍ତ କଲେ ତାରପୋଲିନ ଫେରସ୍ତ ଷ୍ଟବ୍‌ରୁ ଜଣାପଡିବ ।

(୪) ଶ୍ରୀବାବୁଙ୍କ କାର୍ଯ୍ୟକାଳ ସମୟରେ ଅହେତୁକ ଭାବରେ ମାର୍କେଟ ୟାର୍କମାନ ନିର୍ମାଣ ହୋଇଛି । ଏଥିରେ ଟେଣ୍ଡର ପ୍ରକ୍ରୀୟାକୁ ଚଞ୍ଚକତା କରି ବହୁ ଗୁଡିଏ କାମ ନିଜେ ଓ ସହକାରୀ ଯନ୍ତ୍ରୀ ହାତେଇଛନ୍ତି ଏବଂ ନିମ୍ନମାନର କାମ କରି କୋଟି କୋଟି ଟଙ୍କା ଆତ୍ମସାତ କରିଛନ୍ତି । ତାର ପରୋକ୍ଷ ପ୍ରମାଣ ହେଲା ଅନେକ ଗୁଡିଏ କାମ ଟେଣ୍ଡର ଫିଙ୍ଗି କରି ସହକାରୀ ଯନ୍ତ୍ରୀଙ୍କ ଭାଇ ନିର୍ମାଣ କରିଛନ୍ତି । ଆହୁରି ମଧ୍ୟ ସୋନପୁର ସହରରେ ଏକ ସୁପର ମାର୍କେଟ କମ୍ପ୍ଲେକ୍ସ ତଥା ସିନେମା ହଲ ତିଆରି ପାଇଁ ୩୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇ ଦୀର୍ଘଦିନ ହେଲା R & B ବିଭାଗକୁ ୮ କୋଟି ଟଙ୍କା ଅଗ୍ରୀମ ଦିଆ ଗଲାଣି । ମାତ୍ର ଆଉଏମ ନାଁରେ ନିର୍ମାଣ ହେବାକୁ ଥିବା ଜାଗା ଏ ପର୍ଯ୍ୟନ୍ତ ଆରଏମ କୁ ଦିଆଯାଇ ନାହିଁ । ଆରଏମ ନାଁରେ ଜମି ହସ୍ତାନ୍ତର ନ ହୋଇ କାହା ଇଙ୍ଗିତରରେ ବର୍ଷ ବର୍ଷ ହେଲା ୮କୋଟି ଟଙ୍କା ଦିଆଯାଇ ଆରଏମର କ୍ଷତି କରାଯାଉଛି

ତାହା ତଦନ୍ତ ସାପେକ୍ଷ । ଆଶ୍ଚଯ୍ୟ କଥା ଏହି ଯେ ଉକ୍ତ କମ୍ପ୍ଲେକ୍ଟର ପ୍ଲାନ ଏଷ୍ଟିମେଟ ନାଁରେ ଜନୈକ ଏଜେନ୍ସିକୁ ୭୦ ଲକ୍ଷ ଟଙ୍କା ଦିଆଯାଇଥିବା ଦେଖାଇ ଟଙ୍କା ହରିଲୁଟ କରିବା ଦୁର୍ଭାଗ୍ୟ ଓ ଚର୍ଚ୍ଚାର ବିଷୟ ।

(୫) ସୋଲାର ସିଷ୍ଟମ / ଜେନେରେଟର / ଅଗ୍ନି ନିର୍ବାପକ ଯନ୍ତ୍ର କିଣିବା ନାଁରେ ଓ ମେସିନ ମରାମତି ନାଁରେ ଲକ୍ଷ ଲକ୍ଷ ଟଙ୍କା ଭାଉଚର କରି ଲୁଟ କରୁଛନ୍ତି । ଏହି ସମସ୍ତ ଜାଲିଆତି କାରବାରର ଆନୁମାନିକ ଅର୍ଥ ୫୦ କୋଟିରୁ କମ୍ ନୁହେଁ । ( ୬) ଚାଷୀମାନଙ୍କ ଉତ୍ପାଦିତ ଧାନକୁ ମତାଇବା ପାଇଁ ସରକାର ଙ୍କ ନିର୍ଦେଶକ୍ରମେ ଉପଯୁକ୍ତ ସ୍ପେନ ମାନଙ୍କରେ ଖଲାମନେ ତିଆରି କରିବାର

ଥିଲା କିନ୍ତୁ ଉପଯୁକ୍ତ ସ୍ଥାନ ନମିଲିବାରୁ ଖଲା ନିର୍ମାଣ କାଯ୍ୟ ବନ୍ଦ କରାଯାଇଥିଲା କିନ୍ତୁ ଶ୍ରୀ ବାବୁ ଆରଏମ ରେ ଯୋଗ ଦେବାପରେ ଭକ୍ତ କଯ୍ୟକୁ ଅଯୋଗ୍ୟ ସ୍ଥାନ ମାନଙ୍କରେ ହାରାହାରି ୮୦ ଗୋଟି ଖଲା କୋଟି କୋଟି ଟଙ୍କା ବିନିମୟରେ ନିଜର ଲାଭ ପାଇଁ ତିଆରି କରିଛନ୍ତି ଯାହା କୌଣସି କାଯ୍ୟରେ ଆସୁ ନଥିବାରୁ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି ।

ଏ ସଂପର୍କରେ ସଂପାଦକ ଶ୍ରୀ ବାକୁଙ୍କୁ ପଚାରିବାରୁ ଅଭିଯୋଗ ପତ୍ର ସେ ପାଇଥିବା ଏବଂ ବିଭାଗୀୟ ଅଧୁକାରୀ ଯାଞ୍ଚ ବା ତଦନ୍ତ କଲେ ସତୟାସତ୍ୟ ଜଣା ପଢିବ । ବିଭାଗୀୟ ଗାଇଡ ଲାଇନକୁ ଆଧାର କରି ସବୁ କିଛି କରାଯାଇଛି । ତଦନ୍ତ ହେଉ । ସତ୍ୟାସତ୍ୟ ପରେ ଜଣାପଡିବ ବୋଲି ତାଙ୍କ ପ୍ରତିକ୍ରିୟାର ସେ ପ୍ରକାଶ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026
  ଜିଲ୍ଲା  
ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   20-Sep-2026

You Might Also Like