-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
05-Oct-2024
ଅତାବିରା (ଆକାଶ ମିଶ୍ର): ବରଗଡ଼ ଜିଲ୍ଲା ଅତାବିରା ଅଗ୍ରସେନ ଭବନ ସମିତି ପକ୍ଷରୁ ୩୯ ତମ ଅଗ୍ରସେନ ଜୟନ୍ତୀ , ଅଗ୍ରସେନ ଭବନ ଠାରେ ପାଳିତ ହୋଇଯାଇଛି। ସମାଜର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପାଦନ ରେ ମାରୱାଡ଼ି ସମାଜର ଭୂମିକା ସର୍ବଦା ସମସ୍ତଙ୍କୁ ଆକର୍ଷିତ କରିଥାଏ ଏବଂ ଦୃଷ୍ଟାନ୍ତ ସୃଷ୍ଟି କରିଥାଏ। ସମାଜ ଏହି ଭୂମିକା କୁ ବଞ୍ଚେଇ ରଖିବା କୁ ନୂତନ ପିଢ଼ି ଙ୍କୁ ପ୍ରେରଣା ଦିଏ ଏହି ଜୟନ୍ତୀ ।
ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନିଆରା ଢଙ୍ଗରେ ଧୁମ୍ ଧାମରେ ଜୟନ୍ତୀ ପାଳନ ସହ ପୂର୍ବରୁ ହୋଇଥିବା ବିଭିନ୍ନ ପ୍ରତି ଯୋଗିତା ତଥା ଖେଳ କୁଦ ମାଧ୍ୟମରେ ଅଞ୍ଚଳର ସଂସ୍କୃତି ଓ ପରମ୍ପରା ପ୍ରତି ଭବିଷ୍ୟତ ଯୁବ ପୀଢ଼ି ମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବା ତଥା ଶିଶୁ ଓ ଯୁବକ ଯୁବତୀ ମାନଙ୍କ ଅନ୍ତର୍ନିହିତ ପ୍ରତିଭା ଅନ୍ୱେଷଣ କରିବାର ମହତ୍ ଉଦ୍ଦେଶ୍ୟ କୁ ପ୍ରାଥମିକତା ଦେଇ ପ୍ରତିଯୋଗିତା ରେ ଅତାବିରା ର ସମସ୍ତ ମାରୱାଡ଼ି ପରିବାର ର ଆବାଳ ବୃଦ୍ଧ ବନିତା ଅତି ଉତ୍କଣ୍ଠାର ସହ ଭାଗ ନେଇଥିଲେ।ଏହି ପ୍ରତିଯୋଗିତା ଗୁଡ଼ିକ ଭିତରେ ସାମାଜିକ ରୀତିନୀତି, ଆଧ୍ୟାତ୍ମିକ ଚିନ୍ତାଧାରା ଓ ନୈତିକ ମୂଲ୍ୟ ବୋଧ ଏବଂ ଏକତା ର ଭାବଧାରା ଭରି ରହିଥିବା ସହ ତିନି ଦିନ ଧରି ଏକ ବର୍ଷରୁ ୟୁ କେ ଜି ପର୍ଯ୍ୟନ୍ତ କୁନି କୁନି ପିଲାଙ୍କ ପାଇଁ ଫେନ୍ସୀ ଡ୍ରେସ,ପ୍ରଥମ ରୁ ତୃତୀୟ ଶ୍ରେଣୀ ପିଲାଙ୍କ ପାଇଁ ଏକ ମିନିଟିଆ ଖେଳ,ଅବିବାହିତା ଝିଅ ଓ ପୁଅ ମାନଙ୍କ ପାଇଁ ,ଲୁଡୁ,ମାଁ ଓ ପୁଅ ଙ୍କୁ ନେଇ ପ୍ରଶ୍ନୋତ୍ତରୀ,ବିବାହିତା ମହିଳା ଙ୍କ ପାଇଁ ମ୍ୟୁଜିକାଲ ଚେୟାର,କମ୍ଭୋଲା, ଫେନ୍ସି ଡ୍ରେସ୍ଲ , ଏକ ମିନିଟ , ସ୍କୁଟି ସ୍ଲୋ ,ବିବାହିତ ପୁରୁଷ ମାନଙ୍କ ପାଇଁ କେରମ୍,ଚେସ,ବ୍ୟାଡମିଣ୍ଟନ,ନିଶାନା ଲଗାଓ,ବୃଦ୍ଧ ପୁରୁଷ ଓ ମହିଳା ଙ୍କ ପାଇଁ ମୁଦ୍ରା ଗଣିବା ଆଦି ପ୍ରତିଯୋଗିତା କରା ଯାଇ ପ୍ରତିଯୋଗିତାରେ ପ୍ରଥମ,ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ୧୨୦ ଜଣ ପ୍ରତିଯୋଗୀ ମାନଙ୍କୁ ଟ୍ରଫି ଦେଇ ପୁରସ୍କୃତ କରାଯାଇ ଥିଲା।ନିର ପେକ୍ଷ ଭାବରେ ବିଚାର କରିବା ପାଇଁ ବିଚାରକ ଭାବରେ ଅନୁସୁୟା ଦେବତା, ଜିତୁ ମହାନନ୍ଦ ଓ ରାଜେଶ୍ୱର ପ୍ରଧାନ କୃତି ପ୍ରତିଯୋଗୀ ଚୟନ କରିଥିଲେ।ବିଚାରକ ମାନଙ୍କୁ ମାନପତ୍ର ସହ ଅଗ୍ରସେନ ଭବନ ସମିତି ପକ୍ଷରୁ ମଞ୍ଚରେ ସମ୍ବର୍ଦ୍ଧିତ କରା ଯାଇଥିଲା।ଅଗ୍ରସେନ ଜୟନ୍ତୀ ଅବସର ରେ ସୁସଜ୍ଜିତ ରଥରେ ଅଗ୍ରସେନ ମହାରାଜ ଙ୍କୁ ରଥାରୂଢ଼ କରାଇ ସୁଦୂର କଲିକତାରୁ ଆସୁଥିବା ରାଧା କୃଷ୍ଣ ଲୀଳା ସହ ବିଭିନ୍ନ ନୃତ୍ୟ ସଙ୍ଗୀତର ତାଳେ ତାଳେ ଅତାବିରା ଦୁର୍ଗl ମନ୍ଦିର ରୁ ବିରାଟ ଶୋଭାଯାତ୍ରା ବାହାରି ଅଗ୍ରସେନ ଭବନ ରେ ପହଞ୍ଚିବl ପରେ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ତେବେ ଏହି ସମସ୍ତ କାର୍ଯ୍ୟକ୍ରମକୁ ଉମେଶ ଅଗ୍ରୱାଲ ପରିଚାଳନା କରିଥିବା ବେଳେ ଅର୍ପିତ ବାଙ୍କା,ପପୁ,ବୀଟୁ,ରିଙ୍କୁ,କୁନୁ, ଅନୁପ,ପବନ,ଅଶୋକ,ସୁରେଶ, ଲଲିତ,ମନୋଜ,ତଥା ଅତାବିରା ର ସମସ୍ତ ମାରୱାଡ଼ି ସମାଜ ର ଭାଇ ଭଉଣୀ ମାନଙ୍କ ସକ୍ରିୟ ସହଯୋଗ ରହିଥିଲା।ଶେଷରେ ସମ୍ବଲପୁରୀ ଲୋକ ନୃତ୍ୟ ତଥା ବିଭିନ୍ନ ଆକର୍ଷିତ ନୃତ୍ୟ ଦେଖଣାହାରୀ ଙ୍କ ମନ ମୁଗ୍ଧକର ହୋଇଥିଲା।