-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
05-Oct-2024
କୋକସରା (ତ୍ରିନାଥ ବେଶ୍ରା)
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋଷ୍ଠି ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁବାର ନିପୁଣ ଓଡିଶା ଲୋଗୋ ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କୋକସରା ବ୍ଲକ ଗୋଷ୍ଠି ଶିକ୍ଷା ଅଧିକାରଣୀ ସୁଶ୍ରୀ ରଶ୍ମିତା ନେତମ ଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜବାହାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡା,ମୁଖ୍ୟ ବକ୍ତା ଭାବେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରା, ସମ୍ମାନିତ ଅତିଥି ଭାବେ ବିଆରସିସି ତୋଫାନ ମାଝୀ ଉପସ୍ଥିତ ରହିଥିବା ବେଳେ ନିପୁଣ ଓଡ଼ିଶା ଲୋଗୋ ଉନ୍ମୋଚିତ କରିଥିଲେ। ନିପୁଣ ଓଡ଼ିଶାର ମାର୍ଗ ଦର୍ଶିକା କୋକସରା ନୋଡାଲ ସିଆରସିସି ବୈକୁଣ୍ଠ ଜାଲ ପଠନ କରିଥିଲେ। ନିପୁଣ ଓଡ଼ିଶାର ଉଦ୍ଦେଶ୍ୟ ଓ କାର୍ଯ୍ୟକାରିତା ଉପରେ ବିଇଓ ନେତମ ଓ ମୁଖ୍ୟ ବକ୍ତା ଦୀପକ କୁମାର ବେହେରା ନିଜର ମତ ଉପସ୍ଥାପନ କରିଥିଲେ। କାର୍ଯ୍ୟକ୍ରମ ପରିଶେଷରେ ବିଆରସିସି ତୋଫାନ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।ନିପୁଣ ଓଡ଼ିଶା ଲୋଗୋ ଉନ୍ମୋଚନ କାର୍ଯ୍ୟକ୍ରମ ରେ ବ୍ଲକ ଶିକ୍ଷା ବିଭାଗ ର ସମସ୍ତ ସିଆରସିସି, ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି ଥିଲେ।