-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
05-Oct-2024
ଜରଡା ଥାନା ଅନ୍ତର୍ଗତ ତିନି ଘରିଆ ଗ୍ରାମର ଜୁରିଆ ପାତ୍ର ନାମକ ଜଣେ ବ୍ୟକ୍ତି ଜମି ରେ ପାଣି ମଡା ଘଟଣାକୁ ନେଇ ନିଜ ଭଉଣୀ ବାସନ୍ତୀ ପାତ୍ର କୁ ମାରଣାନ୍ତକ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ସୋଇଯାଇଥିଲା। ପରବର୍ତ୍ତୀ ସମୟରେ ଜୁରିଆ ମାନ୍ୟବର ଉଚ୍ଚନ୍ୟାୟାଳୟରୁ ଆଗୁଆ ଜାମିନ ପାଇଥିଲା। କିନ୍ତୁ ମାନ୍ୟବର ଅଦାଲତକୁ ସହଯୋଗ କରିନଥିବାରୁ ତା ବିରୁଦ୍ଧରେ ଜାମିନବିହୀନ ପରୱାନା ବଳରେ ପୋଲିସ ଗତ ଅଗଷ୍ଟ ମାସରେ ତାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ମାନ୍ୟବର ଅଦାଲତ ୮ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଅଭିଯୁକ୍ତ ଜୁରିଆ କୁ ଏକ ବର୍ଷ ଜେଲଦଣ୍ଡ ଓ ଏକ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଆଉ ଏକ ମାସ ଅତିରିକ୍ତ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି।
(କୈଳାଶ ଚନ୍ଦ୍ର ଚୌଧୁରୀଙ୍କ ରିପୋର୍ଟ)