-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
05-Oct-2024
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ସାରା ଭାରତ ବର୍ଷରେ ଶାରଦୀୟ ଦୂର୍ଗାପୂଜା ତଥା ବାସନ୍ତୀକ ପୂଜା ମହା ସମାରୋହରେ ପାଳନ କରାଯାଉଛି। ଆଶ୍ୱିନ ଶୁକ୍ଲ ପକ୍ଷ ଠାରୁ ଆରମ୍ଭ ହୋଇଥିବା ମାଁ ଙ୍କୁ ନବରୂପରେ ଭକ୍ତ ଗଣ ଆରାଧନା କରି ଆସୁଥିବାବେଳେ ଆଜି ତୃତୀୟ ଦିବସରେ ଚନ୍ଦ୍ରଘଣ୍ଟା ବେଶରେ ମାଁ ସମସ୍ତ ଦେବୀ ପୀଠରେ ପୂଜା ପାଇଛନ୍ତି। ମହିଷାସୁର କୁ ବଧ ସକାଶେ ଯେତେବେଳେ ମାଁ ଦୁର୍ଗା ଆବିର୍ଭାବ ହୋଇଥିଲେ ସମସ୍ତ ଦେବଗଣ ଏକତ୍ରିତ ହୋଇ ମାଁ ଦୁର୍ଗାଙ୍କ ହସ୍ତରେ ବିଭିନ୍ନ ଅସ୍ତ୍ରଶସ୍ତ୍ର ପ୍ରଦାନ କରିଥିଲେ।ଦେବରାଜ ଇନ୍ଦ୍ର ଦେବ ଠିକ ସେତିକି ବେଳେ ମାଁ ଦୁର୍ଗାଙ୍କୁ ଘଣ୍ଟା ଟିଏ ମଧ୍ୟ ପ୍ରଦାନ କରିଥିଲେ। ଦେବରାଜ ଇନ୍ଦ୍ର ମାଁଙ୍କ ଠାରୁ ଯେଉଁ ବ୍ରହ୍ମଜ୍ଞାନ ପାଇଥିଲେ। ତାହାକୁ ବିଶ୍ୱରେ ଘୋଷିତ କରିବାପାଇଁ ସେ ଇନ୍ଦ୍ରଦେବଙ୍କୁ ଏଇ ଘଣ୍ଟାକୁ ଫେରସ୍ତ କରିଥିଲେ।ଏଇ ଘଣ୍ଟାରେ ଐରାବତ ହସ୍ତୀର ସମସ୍ତ ବଳ ପୁରି ରହିଥିଲା।ଏଇ ଘଣ୍ଟାର ଧ୍ୱନି ଅତି ପ୍ରଖର ବୋଲି ଶାସ୍ତ୍ରରେ ଲିପିବଦ୍ଧ ହୋଇ ରହିଛି। ଏପରିପେକ୍ଷୀରେ ମାଁ ତାରିଣୀ ବରଗଡ଼ ଜିଲ୍ଲା ବିଜେପୁର ସ୍ଥିତ ନଗର ଠାରେ ଥିବା ତାରିଣୀ ପୀଠରେ ମାଁ ତାରିଣୀ ଚନ୍ଦ୍ରଘଣ୍ଟା ବେଶରେ ଶୋଭା ପାଇବା ସହ ରିତୀନିତୀ ଅନୁଯାୟୀ ପୂଜା ପାଉଛନ୍ତି। କର୍ତ୍ତା ଭାବେ ଭକ୍ତ ହରେକୃଷ୍ଣ ସେନାପତି ଏବଂ ତାଙ୍କ ସହଧର୍ମିଣୀ ସୈାଦାମିନୀ ସେନାପତି ଦାୟିତ୍ଵ ନିର୍ବାହ କରିଥିବା ବେଳେ, ପଣ୍ଡିତ ତଥା ମନ୍ଦିର ପୂଜକ ମଣ୍ଟୁ ସାବତ ପୂଜା କାର୍ଯ୍ୟ ବିଧି ଅନୁସାରେ ସମ୍ପାଦନ କରୁଛନ୍ତି।ଠିକ ସେଭଳି ସାର୍ବଜନୀନ ମାଁ ଦୁର୍ଗାପୂଜା ଅବସରରେ ମାଁ ଦୁର୍ଗା ସ୍ଥାନୀୟ ଥାନା ସମ୍ମୁଖରେ ଥିବା ସୁସଜ୍ଜିତ ଦୁର୍ଗା ମଣ୍ଡପରେ ଚନ୍ଦ୍ରଘଣ୍ଟା ବେଶରେ ଶୋଭା ପାଉଥିବା ବେଳେ, ଚଣ୍ଡୀ ପାଠକ ରାଜ ପୁରୋହିତ କିଶୋର ଚନ୍ଦ୍ର ପୂଜାରୀ ଏବଂ ତାଙ୍କ ସହଯୋଗୀ ପୁସ୍ତକାଚାର୍ଯ୍ୟ ସୁରେନ୍ଦ୍ର ମହାପାତ୍ର ଓ ବିଜୟ ମହାପାତ୍ର ବେଦମନ୍ତ୍ର ଉଚ୍ଚାରଣ କରି ପୂଜାକାର୍ଯ୍ୟ ବିଧିବଦ୍ଧ ଭାବେ ରିତୀନିତି ଅନୁସାରେ ସମ୍ପାଦନ କରୁଛନ୍ତି। କର୍ତ୍ତା ଭାବେ ବିଜେପୁର ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ଜମିଦାର ସନତ କୁମାର ଗଡତୀୟା ଦାୟିତ୍ଵ ତୁଲାଇଥିବା ବେଳେ, ସରୋଜ କୁମାର ସାହୁ ତାଙ୍କ ପ୍ରତିନିଧିତ୍ୱ କରୁଛନ୍ତି। ସମଲେଶ୍ଵରୀ ପୀଠରେ ମନ୍ଦିର ପୂଜକ ତୁଳସୀ ରାମ ଭୋଇ ମାଁ ଙ୍କୁ ଚନ୍ଦ୍ରଘଣ୍ଟା ବେଶରେ ପୂଜା ଅର୍ଚ୍ଚନା କରିଥିବା ବେଳେ, ମାଁ ଙ୍କ ପୀଠରେ ପଣ୍ଡିତ ଯଶୋବନ୍ତ ମିଶ୍ର ଏବଂ ଅଭିଳାଷ ମିଶ୍ର ଚଣ୍ଡିପାଠ ଓ ବେଦମନ୍ତ୍ର ଉଚ୍ଚାରଣ ସହ ପୂଜା କାର୍ଯ୍ୟ ସମ୍ପାଦନ କରୁଛନ୍ତି। ଏଇ ପରିପ୍ରେକ୍ଷୀରେ କର୍ତ୍ତା ଭାବେ ପ୍ରଭାତ ପଧାନ ଏବଂ ତାଙ୍କ ସହଧର୍ମିଣୀ ରେବତୀ ସାହୁ ଦାୟିତ୍ଵ ତୁଲାଉଛନ୍ତି।ଠିକ ସେଭଳି ଗାୟତ୍ରୀ ମନ୍ଦିରରେ ମାଁ ଚନ୍ଦ୍ରଘଣ୍ଟା ବେଶରେ ପୂଜା ପାଉ ଥିବା ବେଳେ,ଦିପକ କୁମାର ମେହେର ଏବଂ ତାଙ୍କ ସହଧର୍ମିଣୀ ମନିଷା ମେହେର କର୍ତ୍ତା ଦାୟିତ୍ଵ ତୁଲାଉଛନ୍ତି। ମନ୍ଦିର ପୂଜକ ଭରତ କୁମାର ନାଗ ଭକ୍ତ ଗଣଙ୍କୁ ମାଁ ଙ୍କ ନବରୂପ ଉପରେ ଆଲୋକପାତ କରୁଥିବା ଦେଖିବାକୁ ମିଳିଛି।