-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
27-Sep-2024
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ )
ଡ. ସୌମ୍ୟରୂପା ରଥ ସୋନପୁରର ନୂତନ ଉପ ଜିଲ୍ଲାପାଳ ଭାବେ ଯୋଗଦାନ କରିଛନ୍ତି। ରାଜ୍ୟ ସରକାର ଓଏସ ଅଫିସର ସ୍ତରରେ ଗୁରୁବାର ଅଦଳବଦଳ କରିଛନ୍ତି। ବର୍ତ୍ତମାନ ସୋନପୁର ତହସିଲଦାର ଭାବେ କାର୍ଯ୍ୟରତ ୨୦୧୧ ବ୍ୟାଚ୍ର ଓଏଏସ ଅଫିସର ଡ. ସୌମ୍ୟରୂପା ରଥଙ୍କୁ ସୋନପୁର ଉପ ଜିଲାପାଳ ଭାବେ ନିଯୁକ୍ତି ଦିଆଯାଇଛି। ସେ ଗତକାଲି ସନ୍ଧ୍ୟାରେ ଉପ ଜିଲ୍ଲାପାଳ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି। ଗତ ଅକ୍ଟୋବର ମାସ ଠାରୁ ସେ ସୋନପୁର ତହସିଲଦାର ଭାବେ କାର୍ଯ୍ୟ କରୁଥିଲେ। ସେହିପରି ସୋନପୁର ଉପ ଜିଲ୍ଲାପାଳ ଥିବା ସୁରଜ କୁମାର ପଟ୍ଟନାୟକଙ୍କୁ ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗର ଡେପୁଟି ସଚିବ ଭାବେ ବଦଳି ହୋଇଛି।