-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
27-Sep-2024
ବୀରମହାରାଜପୁର, (ବିନୋଦ ପାଣ୍ଡେ ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗର ନୂତନ କକ୍ଷ ପରିଚାଳନା ସମିତିର ସଭାପତି ସ୍ବୟମ୍ଭୁନାଥ ଖଣ୍ଡଗିରୀଙ୍କ ଦ୍ବାରା ଉଦଘାଟିତ ହୋଇଯାଇଛି । ଏହି ଅବସରରେ ଅଧ୍ୟକ୍ଷ ଡ. ହିମାଂଶୁ ଶେଖର ପାଢୀ, ବିଭାଗ ମୁଖ୍ୟ ଶିବ କୁମାର ପୁରୋହିତ, ଅଧ୍ୟାପକ ନରେନ୍ଦ୍ର ଝା ଓ ଅଧ୍ୟାପକ ସ୍ମୃତିରଞ୍ଜନ ଭରାସାଗର ପ୍ରମୁଖ ଉପସ୍ଥିତ ଥିଲେ । ଏହାପରେ ବିଭାଗର ପ୍ରାଚୀର ପତ୍ର – ପଲିଟିକସ୍ ଅଧ୍ୟକ୍ଷଙ୍କ ଦ୍ବାରା ଉଦଘାଟିତ ହୋଇଥିଲା । ପରେ ଅଧ୍ୟକ୍ଷ ଡ. ପାଢୀଙ୍କ ସଭାପତିତ୍ବରେ ଓ ଅଧ୍ୟାପକ ଶ୍ରୀ ଝାଙ୍କ ସଂଯୋଜନାରେ ମାନବିକ ଅଧିକାର ସମ୍ପର୍କରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରିୟଙ୍କା ପଧାନ, ଅଙ୍କିତା ପୁରୋହିତ, ଅଙ୍କିତା ପାଣିଗ୍ରାହୀ, ବିମଳ କୁମାର କୁମ୍ଭାର, ଜୋର୍ତିମୟୀ ସାହୁ ଓ ଝରଣା ମହାକୁର ପ୍ରମୁଖ ପ୍ରବନ୍ଧ ଉପସ୍ଥାପନ କରିଥିଲେ । ବିଭାଗ ମୁଖ୍ୟ ଶ୍ରୀ ପୁରୋହିତ ବିଷୟ ଭିତ୍ତିକ ବକ୍ତବ୍ଯ ପ୍ରଦାନ କରିଥିଲେ । ଅଧ୍ୟାପକ ଶ୍ରୀ ଭରାସାଗର ଧନ୍ୟବାଦ ଅର୍ପଣ କରିଥିଲେ ।