-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
27-Sep-2024
ବଲଙ୍ଗୀର(ପ୍ରେରଣା ଖବର): ଗତ ୨୬ ଓ ୨୭ ତାରିଖ ଦୁଇ ଦିନ ଧରି ଏକ ରିଜିଓନାଲ୍ ଲେଭେଲ୍ ଗୋଲ ଟେବୁଲ ବୈଠକ ଅନଷ୍ଠିତ ହୋଇଯାଇଅଛି । ଉକ୍ତ ଗୋଲ ଟେବୁଲ୍ ବୈଠକଟି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ଶିଶୁ ମଙ୍ଗଳ କମିଟି ଓ ୱା.ସି.ଡି.ଏ. ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ପାଞ୍ଚଟି ଜିଲ୍ଲାରୁ ଯଥା, ସମ୍ବଲପୁର, ବରଗଡ, ସୋନପୁର, କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲାର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ, ସଦସ୍ୟ ଓ ସଦସ୍ୟା, ଶିଶୁ ଗୃହ ଅନୁଷ୍ଠାନର କର୍ମକର୍ତ୍ତା ଓ ବିଭିନ୍ନ ସ୍ୱେଛାସେବୀ ଅନୁଷ୍ଠାନ
ମାନଙ୍କର କର୍ମକର୍ତ୍ତା ମାନଙ୍କୁ ନେଇ ଉକ୍ତ କାର୍ଯ୍ୟକ୍ରମ ଟି ପରିଚାଳନା କରାଯାଇ ଥିଲା । ସେହି କାର୍ଯ୍ୟକ୍ରମରେ ୭୦ ଜଣରୁ ଅଧିକ ଅଂଶ ଗ୍ରହଣକାରି ଯୋଗଦେଇ ବଲାଙ୍ଗୀର ଜିଲ୍ଲାରେ ଜିଲ୍ଲା ପ୍ରଶାସନ ଓ ୱା. ସି. ଡ଼ି. ଏ. ଦ୍ଵାରା ଚାଲୁଥିବା ଫୋଷ୍ଟର କେଆର୍ କାର୍ଯ୍ୟକ୍ରମ କୁ ବିଭିନ୍ନ ଅଂଶଗ୍ରହଣକାରିମାନେ ପରିଦର୍ଶନ କରି ଅନେକ ଜିନିଷ ଶିଖିବାକୁ ପାଇଥିଲେ। ଏହି କାର୍ଯ୍ୟକ୍ରମଟି ଅଲଗା ଜିଲ୍ଲା ମାନଙ୍କ ପାଇଁ ଏକ ଅଭିନବ କାର୍ଯ୍ୟକ୍ରମ ଥିଲା । ଯଦିଓ ଏହା ପ୍ରତ୍ୟେକ ଜିଲ୍ଲା ମାନଙ୍କ ପାଇଁ କରିବା ଜରୁରୀ ଯଥା କିଶୋର ନ୍ୟାୟ ଆଇନ ଅଧୀନରେ କରିବା ଆବଶ୍ୟକ କିନ୍ତୁ ଏହା କିଛି ଅଳ୍ପ ଜିଲ୍ଲାରେ ଅନୁଷ୍ଠିତ ହେଉଅଛି, ସେଥି ମଧ୍ୟରୁ ବଲାଙ୍ଗୀର ଜିଲ୍ଲା ଅନ୍ୟତମ, କାରଣ ଉକ୍ତ ଜିଲ୍ଲା ରେ ୧୭ ଜଣ ରୁ ଅଧିକ ଶିଶୁ ମାନଙ୍କୁ ଫୋଷ୍ଟର୍ କେଆର କାର୍ଯ୍ୟକ୍ରମରେ ସାମିଲ୍ କରାଯାଇଛି । ଏହି କାର୍ଯ୍ୟକ୍ରମର ଉଜ୍ଜାପନି ଦିବସ ୨୭ ତାରିଖ ରେ ଜିଲ୍ଲାପାଳଙ୍କ ଅଫିସ ସ୍ଥିତ ସଭାଗୃହରେ ଏ. ଡି. ଏମ. ଡ଼. ବିଜୟାନନ୍ଦ ସେଠୀଙ୍କ ଅଧ୍ୟକ୍ଷତାରେ ସମ୍ପାଦିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ଫୋଷ୍ଟର କେଆର ଗାଇଡ୍ ଲାଇନ୍ କୁ ଆଇ.ଏ.ସି.ଏନ୍. ର ପ୍ରତିନିଧି ଡ଼. କବିତା ମଙ୍ଗନାନୀ ଉପସ୍ଥାପନା କରିଥିଲେ ଓ ସମସ୍ତ ଅଂଶଗ୍ରହଣ କାରି ମାନଙ୍କୁ ଫୋଷ୍ଟେର କେଆର ନେଟୱାର୍କରେ ସାମିଲ୍ ହେବା ପାଇଁ ଆହ୍ବାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ୱା.ସି.ଡ଼ି.ଏ. ର କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ସମ୍ପାଦକ ଶ୍ରୀଯୁକ୍ତ ରାଜେନ୍ଦ୍ର ମେହେର ଫୋଷ୍ଟାର କେଆର କାର୍ଯ୍ୟ କ୍ରମ ର ବିଭିନ୍ନ ଦିଗ ଗୁଡ଼ିକୁ ଆଲକପାତ କରିଥିଲେ । ଏଥିସହତ ଫ୍ରୋଷ୍ଟର କେଆର୍ କାର୍ଯ୍ୟକ୍ରମ କୁ ପ୍ରୋତ୍ସାହିତ କରିବାର ଅଭିଜ୍ଞତାକୁ ଅଂଶଗ୍ରହଣକାରୀମାନଙ୍କୁ ଜଣାଇ ଥିଲେ ଓ ସେମାନଙ୍କ ମନ ଭିତରେ ଉପୁଜୁଥିବା ସନ୍ଧେହ ତଥା ଜିଜ୍ଞାସା କୁ ଦୂର କରିଥିଲେ । ପରିଶେଷରେ ବିଭିନ୍ନ ଜିଲ୍ଲାରୁ ଆସିଥିବା କର୍ମକର୍ତ୍ତାମାନେ ନିଜ ଜିଲ୍ଲା ପାଇଁ ଫ୍ରଷ୍ଟୋର୍ କେଆର୍ କାର୍ଯ୍ୟକ୍ରମ କରିବା ନିମିତ୍ତ ବିଭିନ୍ନ ଯୋଜନା ତିଆରି କରିଥିଲେ, ସେହି ଯୋଜନା ଗୁଡ଼ିକୁ ତ୍ଵରାନିତ କରିବା ପାଇଁ ବଲଙ୍ଗିର୍ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ୱା.ସି.ଡ଼ି.ଏ. ମିଳିତ ସୋହଯୋଗ ର ହାତ ବଢେଇଥିଲେ । ଏଡିଏମ ଫ୍ରୋଷ୍ଟର କେଆର୍ କରୁଥିବା ପିତା ମାତା ମାନଙ୍କୁ ପୁରସ୍କୃତ କରିଥିଲେ ଏଥିସହିତ ଅଧିକରୁ ଅଧିକ ଫ୍ରୋଷ୍ଟର କେଆର୍ କାର୍ଯ୍ୟକ୍ରମ କରିବା ପାଇଁ ଉତ୍ସାହିତ କରିଥିଲେ ଯାହା ଦ୍ଵାରା ଶିଶୁମାନେ ଆନୁଷ୍ଠାନିକ ଶିଶୁ ଗୃହ ବ୍ୟତୀତ ଏକ ବିକଳ୍ପ ପରିବାର ରେ ରହିବାର ସୁଯୋଗ ପାଇବା ସହିତ ସେମାନଙ୍କର
ଉପଯୁକ୍ତ ବିକାଶ ହୋଇ ପାରିବ। ୨୬ ତାରିଖ ସନ୍ଧ୍ୟାରେ ଜାତୀୟ ପରିବାର ଦିବସରେ ୧୦୦ରୁ ଅଧିକ ଅଂଶଗ୍ରହଣକାରୀଙ୍କୁ ନେ଼ଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ଏଥିରେ ପରିବାର କାହିଁକି ଆବଶ୍ୟକ ତାହା ଉପରେ ବିସ୍ତ୍ରୁତ ଆଲୋଚନା ହୋଇଥିଲା ଯାହା ର ନିଷ୍କର୍ଷ ହୋଇଥିଲ କି ଆମେ ସମସ୍ତେ ଶିଶୁ ମନକୁ ବିକଳ୍ପ ପରିବାର ଯୋଗାଇ ଦେଲେ ଶିଶୁର ଉପଯୁକ୍ତ ବିକାଶ ହେବ ଓ ସେମାନଙ୍କ ଶୈଶବ ଜୀବନ ଏକ ପରିବାର ରେ ବିତିବ । ଉକ୍ତ କାର୍ଯ୍ୟକ୍ରମକୁ ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତୀ ଲକ୍ଷ୍ମ ସିଂ ୨ ଦିନ ଧରି କାର୍ଯ୍ୟକ୍ରମ ସଭାପତିତ୍ଵ କରିଥିଲେ ଏବଂ ସୁଭ୍ରତ୍ତା ଜେନା, ଆନନ୍ଦିନୀ ରଥ ଓ ଅରୁଣ ପ୍ରଧାନ କାର୍ଯ୍ୟକ୍ରମ କୁ ସଂପାଦନ କରିବାରେ ସାହାଯ୍ୟ କରିଥିଲେ।