-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
27-Sep-2024
ବୀରମହାରାଜପୁର, (ବିନୋଦ ପାଣ୍ଡେ ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଜଟେସିଂହା ଆଞ୍ଚଳିକ ସାଧନା କେନ୍ଦ୍ରର କ୍ଲଷ୍ଟର ପ୍ତରୀୟ ସୁରଭି କାର୍ଯ୍ୟକ୍ରମ ଜଟେସିଂହା ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଆଞ୍ଚଳିକ ସାଧନା ସଂଯୋଜକ ଅନନ୍ତ ମାଣ୍ଡିଆ ପ୍ରଶାନ୍ତ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାର ଶାନ୍ତାନୁ କୁମ୍ଭକାର , ପୂର୍ବତନ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାର ସୁଶିଲ ପରିଡ଼ା, ଶିକ୍ଷାବିତ ଅନ୍ତର୍ଯ୍ୟାମୀ ରଥ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ସ୍ଥାନୀୟ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଗୋପିନାଥ ଚାନ୍ଦ ମଞ୍ଚାସୀନ ଥିଲେ। କ୍ଲଷ୍ଟର ଅନ୍ତର୍ଗତ ୮ ଟି ସ୍କୁଲରୁ ୧୫୦ ଜଣ ଛାତ୍ରଛାତ୍ରୀଅଂଶଗ୍ରହଣ କରିଥିଲେ। ଚିତ୍ରାଙ୍କନ,ହସ୍ତାକ୍ଷର, ଶୃତଲିଖନ, ପ୍ରବନ୍ଧ,ସଙ୍ଗୀତ, ଶିଳ୍ପକଳା, ବକ୍ତୃତା, କ୍ଟିଜ୍,ନୃତ୍ୟ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ବାରା ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଆଞ୍ଚଳିକ ସାଧନା କେନ୍ଦ୍ରର କ୍ଲଷ୍ଟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଗ୍ରାମବାସୀ ସହଯୋଗ କରିଥିଲେ। ସେହିପରି ଉଫୁଲା,ସଂଗ୍ରାମପୁର,ଚକାବର,ପିତାମହୁଲ, ସୁବଳୟା ଓ ମର୍ଷୁଣ୍ଢୀ ପ୍ରଭୁତି ସ୍ଥାନରେ କ୍ଳଷ୍ଟର ସ୍ତରରେ ସୁରଭି କାର୍ଯ୍ୟକ୍ରମ ବହୁତ ଧୁମଧାମରେ ଆୟୋଜନ ହୋଇଥିଲା।