-+91-9937148622 |
prerana_bgr@rediffmail.com |
Saturday 22nd August 2026 |
R.N.I. Regd No. ODIODI/2010/46693
Breaking News
03-Jan-2021
କୋକସରା(ତ୍ରିନାଥ ଵ୍ରେଶ୍ରା) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ର ଓଡ଼ିଆ ବାର୍ତା ୱେବ ପୋର୍ଟାଲ ପାଇଁ କାର୍ଯ୍ୟରତ ଜଣେ ସାମ୍ବାଦିକ ହିରଣ୍ୟ ବେହେରା ଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା ର ଅଭିଯୋଗ ରେ ଆଜିକୋକସରା ପୋଲିସ ଚାରି ଜଣ ଙ୍କୁ କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛନ୍ତି l
ସୂଚନା ଅନୁସାରେ ଗତକାଲି କୁସୁମଖୁଣ୍ଟି ଗ୍ରାମର,ଭୀମ ଲହଜଲ, ପୁସ୍ତମ ଲହଜଲ, କାଳିଆ ଲହଜଲ, ଡ଼ାକେଶ୍ୱର ଲହଜଲ, ଏହି ଚାରିଜଣ ଦଲବଧଃ ଭାବରେ ସାମ୍ବାଦିକ ଜଣକୁ ଆକ୍ରମଣ କରିଥିଲେ l ଏନେଇ ସାମ୍ବାଦିକ ଜଣକ କୋକସରା ଥାନାରେ ଅଭିଯୋଗ କଲା ପରେ ଅଭିଯୁକ୍ତ ମାନଙ୍କୁ ପୋଲିସ ପକ୍ଷରୁ ଜେରା କରି ଆଜି କୋର୍ଟ ଚାଲାଣ କରି କେସ ନଂ 3/21 ରେ ଏକ ମାମଲା ରୁଜୁ ହୋଇ ଥିବା କୋକସରା ଥାନା ଅଧିକାରୀ ବାସୁଦେବ ଛତ୍ରିଆ ସୂଚନା ଦେଇଛନ୍ତି l