-+91-9937148622 |
prerana_bgr@rediffmail.com |
Monday 28th September 2026 |
R.N.I. Regd No. ODIODI/2010/46693
Breaking News
23-Sep-2024
ବରଗଡ଼:(ନିରଞ୍ଜନ ତ୍ରିପାଠୀ)--ବରଗଡ ଜିଲ୍ଲା ଭେଡେନ ବ୍ଲକ ସ୍ଥିତ ନୋଡାଲ ହାଇସ୍କୁଲ ଠାରେ ଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହକୁ ନେଇ ଖୋ-ଖୋ ଖେଳ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି।୧୪ ବର୍ଷରୁ ୧୭ ବର୍ଷର ବାଳକ ବାଳିକା ଏହି ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିଲେ। ଅନୁଷ୍ଠିତ ପ୍ରତିଯୋଗୀତାରେ ୧୭ ବର୍ଷ ବାଳକ ବିଭାଗରେ ବିଜେପୁର ବ୍ଲକ ଝାରବନ୍ଧ କୁ ହରାଇ ଚମ୍ପିୟାନ ହୋଇଥିଲା। ବିଜେପୁର ଦଳର ଅଧିନାୟକ କରନ କୁମ୍ଭାର ମେନ୍ ଅପ୍ ଦି ମ୍ୟାଚ ଭାବେ ପୁରସ୍କୃତ ହୋଇଥିଲେ।ବାଳକ ବିଭାଗରେ ପଞ୍ଚାୟତ ଉଚ୍ଚବିଦ୍ୟାଳୟ କୁର୍କୁଟା ର ଛାତ୍ର ଜିତୁ ପ୍ରଧାନ,ଉଇଲିୟମ ନନ୍ଦ, ବାଳିକା ବିଭାଗରେ ପିଙ୍କି ବାଗ ଏବଂ ଲାଉମୁଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦୁଇ ଛାତ୍ର ଯଥା ସର୍ବଶ୍ରୀ କରନ୍ କୁମ୍ଭାର ଓ କୁନାଲ କୁମ୍ଭାର ପୁରୀ ଠାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଯୋଗଦେବାକୁ ମନୋନୀତ ହୋଇଛନ୍ତି। କୁର୍କୁଟା ହାଇସ୍କୁଲର କ୍ରୀଡା ଶିକ୍ଷକ ଦଶରଥ ଗଡତିଆ, ବରଗଡ଼ ଜିଲ୍ଲା ଦଳର ମ୍ୟାନେଜର ଏବଂ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଦଉପାଲିର ଚମ୍ପିକା ପ୍ରଧାନ ବରଗଡ଼ ଜିଲ୍ଲା ବାଳିକା ଦଳର ମ୍ୟାନେଜର ଭାବେ ରାଜ୍ୟସ୍ତରୀୟ ପ୍ରତିଯୋଗୀତାରେ ପିଲାଙ୍କୁ ନେଇ ତା ୨୪ ରୁ ୨୬ ପର୍ଯ୍ୟନ୍ତ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଜଣାଯାଏ।