-+91-9937148622 |
prerana_bgr@rediffmail.com |
Tuesday 29th September 2026 |
R.N.I. Regd No. ODIODI/2010/46693
Breaking News
23-Sep-2024
ସୁବର୍ଣ୍ଣପୁର ( ମନୋରଞ୍ଜନ ତ୍ରିପାଠୀ ) ସୋନପୁର ବ୍ଲକ ବାବୁପାଲି ଠାରେ ଆଜି ବିଜେପି ପକ୍ଷରୁ ଅନୁଷ୍ଠିତ ହୋଇଥିବା ବିଜେପି ର ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ଅଭିଯାନରେ ଯୋଗ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା। ବିଜେପି ଦେଶ ଏବଂ ଜାତିର ବିକାଶ ପାଇଁ ପ୍ରତିଶୃତି ବଦ୍ଧ ବୋଲି କହିବା ସହ ବିଜେପିର ସଦସ୍ୟତା ଗ୍ରହଣ କରି ଶକ୍ତ ଭାରତ ଏବଂ ଶକ୍ତ ଓଡିଶା ଗଠନ ଦିଗରେ ସହାୟକ ହେବାକୁ ପରାମର୍ଶ ଦେଇଥିଲେ। ଜିଲ୍ଲା ବିଜେପି ସଭାପତି ପ୍ରମୋଦ ମହାପାତ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଲା, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ପୂଜାରୀ, ସାଂସଦଙ୍କ ଜିଲ୍ଲା ପ୍ରତିନିଧି ଶରତ ଶତପଥି, ବିଜେପି ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ସ୍ୱରୂପ ପାତ୍ର, କାଉନସିଲର ଗଙ୍ଗାଧର ତରିଆ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଗୁପ୍ତ ପ୍ରକାଶ ମିଶ୍ର, ପ୍ରବୀଣ ପଟ୍ଟନାୟକ, କୁନାଲ ପ୍ରଧାନ, ସଂଜୀବ ମେହେର, ବବୃବାହାନ ମେହେର, ନିତୁ ଦରୱାନ ପ୍ରମୁଖଙ୍କ ସହ ଅନ୍ୟମାନେ ବିଜେପିରେ ଯୋଗ ଦେଇଥିଲେ। ପରେ ବିଜେପି କାର୍ଯ୍ୟାଳୟରେ ବିଜେପିର ସଦସ୍ୟତା ଅଭିଯାନକୁ ବ୍ୟାପକ କରିବା ପାଇଁ ହୋଇଥିବା ବୈଠକରେ ସାଂସଦ ଶ୍ରୀ ପଣ୍ଡା ଯୋଗ ଦେଇ ମାର୍ଗ ଦର୍ଶନ କରିଥିଲେ। ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା। ବିଜେପି ଦେଶ ଏବଂ ଜାତିର ବିକାଶ ପାଇଁ ପ୍ରତିଶୃତି ବଦ୍ଧ ବୋଲି କହିବା ସହ ବିଜେପିର ସଦସ୍ୟତା ଗ୍ରହଣ କରି ଶକ୍ତ ଭାରତ ଏବଂ ଶକ୍ତ ଓଡିଶା ଗଠନ ଦିଗରେ ସହାୟକ ହେବାକୁ ପରାମର୍ଶ ଦେଇଥିଲେ। ଜିଲ୍ଲା ବିଜେପି ସଭାପତି ପ୍ରମୋଦ ମହାପାତ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଲା, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ପୂଜାରୀ, ସାଂସଦଙ୍କ ଜିଲ୍ଲା ପ୍ରତିନିଧି ଶରତ ଶତପଥି, ବିଜେପି ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ସ୍ୱରୂପ ପାତ୍ର, କାଉନସିଲର ଗଙ୍ଗାଧର ତରିଆ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଗୁପ୍ତ ପ୍ରକାଶ ମିଶ୍ର, ପ୍ରବୀଣ ପଟ୍ଟନାୟକ, କୁନାଲ ପ୍ରଧାନ, ସଂଜୀବ ମେହେର, ବବୃବାହାନ ମେହେର, ନିତୁ ଦରୱାନ ପ୍ରମୁଖଙ୍କ ସହ ଅନ୍ୟମାନେ ବିଜେପିରେ ଯୋଗ ଦେଇଥିଲେ। ପରେ ବିଜେପି କାର୍ଯ୍ୟାଳୟରେ ବିଜେପିର ସଦସ୍ୟତା ଅଭିଯାନକୁ ବ୍ୟାପକ କରିବା ପାଇଁ ହୋଇଥିବା ବୈଠକରେ ସାଂସଦ ଶ୍ରୀ ପଣ୍ଡା ଯୋଗ ଦେଇ ମାର୍ଗ ଦର୍ଶନ କରିଥିଲେ।