-+91-9937148622 |
prerana_bgr@rediffmail.com |
Tuesday 29th September 2026 |
R.N.I. Regd No. ODIODI/2010/46693
Breaking News
22-Sep-2024
ବଲାଙ୍ଗିର(ପ୍ରେରଣାଖବର) : ଜିଲ୍ଲା ପ୍ରଶାସନ ବଲାଙ୍ଗିର ଦ୍ୱାରା ପଥରଚେପା ଠାରେ ଆୟୋଜିତ “ବିକାଶ ମେଳା ୨୦୨୪” ରେ ଉତ୍ତମ ସ୍ୱାସ୍ଥ୍ୟ ସେବା, କାର୍ଯ୍ୟ, ଦକ୍ଷତା, ସମୟାନୁବର୍ତ୍ତିତା ଓ ଦଳଗତ ନିଷ୍ଠାକୁ ଭିତ୍ତି କରି ୨୦୨୪-୨୫ ଆର୍ଥିକ ବର୍ଷ ଜାତୀୟ ସ୍ତରୀୟ ଗୁଣବତ୍ତା ସୁନିଶ୍ଚିତ (ଏନ୍କ୍ୱୁଏଏସ୍) ସମ୍ମାନରେ ଲୋଇସିଂହା ବ୍ଲକ ଅଧୀନସ୍ଥ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ସ୍ୱାସ୍ଥ୍ୟ ଉପକେନ୍ଦ୍ର ଅଗଲାପାଲି ଆଜି ସମ୍ମାନିତ ହୋଇଛି । ଏହି ଅବସରରେ ଏକ ବିରାଟ ସଭାରେ ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ସାଂସଦ ସଂଗୀତା କୁମାରୀ ସିଂଦେଓ, ରାଜ୍ୟସଭା ସଦସ୍ୟ ନିରଞ୍ଜନ ବିଶି, ଜିଲ୍ଲାପାଳ ଗୌରବ ଶିବାଜୀ ଇଶ୍ୱାଲ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଋଷିକେଶ ଖିଲାରୀ, ଟିଟିଲାଗଡ ବିଧାୟକ ନବୀନ କୁମାର ଜୈନ ଓ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ କୁମାର ବାଗ ଙ୍କ ଉପସ୍ଥିତିରେ ସ୍ୱାସ୍ଥ୍ୟ ଅଧିକାରୀ ଯଶସ୍ୱିନୀ ରାଉତ ଓ ବହୁମୁଖି ସ୍ୱାସ୍ଥ୍ୟ ଅଧିକାରୀ ସେବତୀ ନନ୍ଦ ମାନପତ୍ର, ଟ୍ରଫି ଗ୍ରହଣ କରି ସମ୍ମାନିତ ହୋଇଥିବାରୁ ଅଂଚଳରେ ଖୁସିର ଲହରୀ ଖେଳିଯାଇଛି ।