-+91-9937148622 |
prerana_bgr@rediffmail.com |
Wednesday 30th September 2026 |
R.N.I. Regd No. ODIODI/2010/46693
Breaking News
22-Sep-2024
ପାଟଣାଗଡ଼ (ପୁର୍ଣ୍ଣ ଶଶୀ ଶେଖର ରାଓ) ବଲାଙ୍ଗିର ଜିଲ୍ଲା ରେ ନୂଆଁଖାଇ ସରିଲା ପରେ ଏବେ ଦାଦନ ଋତୁ ଆସିଯାଇଛି। ଦାଦନ ସର୍ଦ୍ଦାର ମାନେ ଦାଦନ ଶ୍ରମିକ ଚାଲାଣ କରିବାକୁ ଲାଗି ପଡ଼ିଥିବା ବେଳେ ବଡ଼ ବଡ଼ିଆ ସର୍ଦ୍ଦାର ମାନେ ସ୍ଥାନୀୟ ପୋଲିସ ସହିତ ସମ୍ପର୍କ ଅଭିଯାନ ଆରମ୍ଭ କଲେଣି। ଏପଟେ ପୋଲିସ ପ୍ରଶାସନ ନିଜର ପାରିବାପଣିଆ ଦେଖାଇବାକୁ ଗତକାଲି ଦାଦନ ଗଡ଼ ର ମୁଖ୍ୟ ଚାଲାଣ ସ୍ଥାନ ଲାଠୋର ଥାନା ରେ ମିଶନ ଉଦ୍ଧାର କାର୍ଯ୍ୟକ୍ରମ ସାରିଦେଇଛି। ବଲାଙ୍ଗିର ଜିଲ୍ଲାର ଦାଦନ ଉଦ୍ଧାର ର ଶୁଭାରମ୍ଭ ବେଲପଡା ଥାନା ଅଧିକାରୀ ଅନନ୍ତ ପ୍ରଧାନ କରିଥିବା ବେଳେ ଦୁଇ ନମ୍ବର ରେ ତୁରେକେଲା ଥାନା ଅଧିକାରୀ ରମାକାନ୍ତ ସାହୁ ମଧ୍ୟ ଧରି ସାରିଛନ୍ତି। ତୃତୀୟ ଥର ପାଇଁ ଖପ୍ରାଖୋଲ ଥାନା ଅଧିକାରୀ ନରେନ୍ଦ୍ର ଛତର ମଧ୍ୟ ଦାଦନ ଉଦ୍ଧାର କରି ଦାଦନ ମିଶନ ଉଦ୍ଧାର କାର୍ଯ୍ୟକ୍ରମ ର ଶୁଭାରମ୍ଭ କରି ଦେଇଛନ୍ତି। ମୁଖ୍ୟତଃ ବଲାଙ୍ଗିର ଜିଲ୍ଲା ଲାଠୋର, ତୁରେକେଲା, କଣ୍ଟାବାଞ୍ଜି,ମୁରିବାହାଲ, ଟିଟିଲାଗଡ଼ ରେଲୱେ ଷ୍ଟେସନ ରେ ରେଳ ଦ୍ଵାରା ବେଆଇନ ଦାଦନ ଶ୍ରମିକ ଚାଲାଣ କରାଯାଏ ଚଳିତ ବର୍ଷ ନୂଆ ସରକାର ଙ୍କ ପୋଲିସ କେତେ କାର୍ଯ୍ୟକାରୀ କରିବ ଦେଖିବାକୁ ବାକି ରହିଲା। ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ସଦର ମହକୁମା ବ୍ଳକ କାର୍ଯ୍ୟାଳୟ ଆଗରେ ଗତ ୨୧/୦୯/୨୪ ଶନିବାର ଦିନ ସନ୍ଧ୍ୟାରେ ପାଚେର ଓ କଟାପାଲି ଗାଁ ର ୧୧ ଜଣ ଶ୍ରମିକଙ୍କୁ ଚାଲାଣ କରାଯିବା ପାଇଁ ପ୍ରସ୍ତୁତ ଚାଲିଥିବା ବେଳେ ଖପ୍ରାଖୋଲ ପୋଲିସ ଦେଖିବାକୁ ପାଇଥିଲେ। ପଚରାଉଚରା କରି ଶ୍ରମିକଙ୍କୁ ଖପ୍ରାଖୋଲ ଥାନା କୁ ଆଣିଥିବା ବେଳେ ଦୁଇ ଜଣ ଦାଦନ ସର୍ଦ୍ଦାର ଖପ୍ରାଖୋଲ ବ୍ଳକ ସାହାଜପାଣି ଗାଁ ର ପଦ୍ମନ ମେହେର ଓ କଟାପାଲି ଗାଁ ର ଗଦା ଝାଙ୍କର କୁ ମଧ୍ୟ ଧରିଥିଲେ । ଉକ୍ତ ଦୁଇ ଜଣ ବେଆଇନ ଚାଲାଣ କରୁଥିବା ଯୋଗୁଁ ସେମାନଙ୍କ ନାଁ ରେ ଖପ୍ରାଖୋଲ କେଶ୍ ନମ୍ବର ୨୨୧ ତା.୨୧.୦୯.୨୪ ୟୁ, ଏସ ୧୪୩/୧୪୬/୩୧୮(୪)/୩(୫) ବି ଏନ୍ ଏସ ଆର୍ ଡବ୍ଳୁ ସେକ୍ସନ ୨୫ ଆଇ ଏସ୍ ଏମ୍ ଡବ୍ଳୁ ଧାରା ଅନୁସାରେ ମାମଲା ରୁଜୁ କରି ଆସାମୀ ଦୁଇ ଜଣକୁ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ନରେନ୍ଦ୍ର ଛତର ସୂଚନା ଦେଇଛନ୍ତି।