-+91-9937148622 |
prerana_bgr@rediffmail.com |
Wednesday 30th September 2026 |
R.N.I. Regd No. ODIODI/2010/46693
Breaking News
22-Sep-2024
କନ୍ଧମାଳ/ଟିକାବାଲି{କ୍ଷୀରୋଦ କୁମାର ସାହାଣୀଙ୍କ ରିପୋର୍ଟ} କନ୍ଧମାଳ ଜ଼ିଲ୍ଲା ଟିକାବାଲି ସ୍ଥିତ ମା ଭୈରଵୀ କଲ୍ୟାଣ ମଣ୍ଡପ ଠାରେ ଟିକାବାଲି ସାମ୍ବାଦିକ ସଂଘ ତରଫରୁ ମହା ଆଡମ୍ବର ଭାବେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ପ୍ରାରମ୍ଭରେ ବରେଣ୍ୟ ଅତିଥି ବୃନ୍ଦ ମାନଙ୍କ ଦ୍ୱରା ପ୍ରଦୀପ ପ୍ରଜ୍ଵଳନ କରାଯାଇଥିଲା ଏବଂ ସମ୍ମlନିତ ଅତିଥି ମାନଙ୍କୁ ପୁଷ୍ପଗୁଛ ଓ ଉପଢୌକନ ଅର୍ପଣ କରି ସମ୍ବର୍ଦ୍ଧିନା କରାଯାଇ ଆସନ ଅଳଙ୍କୃତ କରାଯାଇଥିଲା ଏବଂପିକରଡ଼ି ଗ୍ରାମ ରୁ ଆସିଥିବା କଳାକାର ମହାସଂଘର କୁନି କୁନି ଝିଅ ମାନଙ୍କ ଦ୍ୱରା ସୁନ୍ଦର ନୃତ୍ୟ ପରିବେଷଣ କରାଯାଇଥିଲା ଓ ପରେ ଉପଦେଷ୍ଟା ଶ୍ରୀ କ୍ରିଷ୍ଣା ଚନ୍ଦ୍ର ଡିଗଲ ସାମ୍ବାଦିକ ସଙ୍ଘ ଗଠନର ଲକ୍ଷ, ଉଦେଶ୍ୟ ସ୍ୱରୂପ ମୁଖ୍ୟବନ୍ଧକୁ ଦୃଷ୍ଟି ଆକର୍ଷଣ କରିଥିଲେ ଏବଂ ସମ୍ପାଦକ କୁନା ଦିଗାଲ ବିଗତ ତିନି ବର୍ଷ ମଧ୍ୟରେ ସଂଘ ଦ୍ୱରା କରାଯାଇଥିବା ଜନହିତକର କାର୍ଯ୍ୟର ବିବରଣୀ ପଠନ କରିଥିଲେ, ସନମାନୀତ ଉତ୍ସବ ଅବସରରେ ନୂତନ ଭାବରେ ଚୟନ ହୋଇଥିବା ସଂଘର ଉପଦେଷ୍ଠା ଭାବରେ ଶ୍ରୀ ଯୁକ୍ତ କ୍ରିଷ୍ଣା ଚନ୍ଦ୍ର ଡିଗଲ, ଓ ସାମ୍ବାଦିକ ସଙ୍ଘ ର ସଭାପତି ଭାବେ ଜଣେ ଦକ୍ଷ ନିର୍ଭିକ ଯୁବ ସାମ୍ବାଦିକ ଶ୍ରୀ ସନୁଜ କୁମାର ବେହେରା ସର୍ବ ସଂମତି କ୍ରମେ ନିର୍ବାଚିତ କରାଇଥିବା ବେଳେ ସାଧାରଣ ସମ୍ପାଦକଭାବେ ମଧ୍ୟ୍ୟ ଜଣେ ସାହସୀ ନିର୍ଭିକ ନିରପେକ୍ଷ ସାମ୍ବାଦିକ ଶ୍ରୀ କୁନା ଦିଗାଲଙ୍କୁ ସର୍ବ ସଂମତି କ୍ରମେ ନିର୍ବାଚିତ କରାଯଇଥିଲା | ଏହା ବ୍ୟତୀତ ସହ ସମ୍ପାଦକ ଭାବେ ଶ୍ରୀ ସଂଜୀବ ଦିଗାଲ, ଉପସଭାପତି ଭାବେ ଶ୍ରୀ ରାଜକିଶୋର ପ୍ରଧାନ, ଓ କୋଷାଧକ୍ଷ ଭାବ ଜଣେ ଉଦାରବାଦୀ ନିଷ୍କପଟ ସ୍ୱଚ୍ଛ ନିର୍ମଳ ଭାବ ମୂର୍ତ୍ତି ସମ୍ପନ୍ନ ଯୁବ ସାମ୍ବାଦିକ ଶ୍ରୀ ହେମନ୍ତ ମୁଖୀ ଚୟନ କରାଯାଇ ଥିଲା | ଚୟନ ପ୍ରକ୍ରିୟା ପରେ ନବ ନିର୍ବାଚିତ କର୍ମକର୍ତ୍ତା ମାନଙ୍କୁ ପୁଷ୍ପଗୁଛ ଏବଂ ଉତ୍ତରୀୟ ଅର୍ପଣ କରି ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା |
ଆଜିର ସମ୍ବର୍ଦ୍ଧନା ଉତ୍ସବରେ ବରେଣ୍ୟ ସନମାନୀତ ଅତିଥି ମାନଙ୍କ ମଧ୍ୟରେ ଶ୍ରୀ ଦିଲୀପ କହଁର ଅଧକ୍ଷ ପଂଚାୟତ ସମିତି ଟିକାବାଲି, ଶ୍ରୀ ରାମବିଶି ଦିଗାଲ ପୂର୍ବତନ ଜିଲ୍ଲାପରିଷଦ ଉପାଧ୍ୟାକ୍ଷ ତଥା ବିଜେପି ଏସି ମୋର୍ଚା ରାଜ୍ୟ ଉପ ସଭାପତି, ଶ୍ରୀ ମତୀ ବିଷ୍ଣୁ ପ୍ରିୟା ପଣ୍ଡା ଅଧକ୍ଷା ମହାବିଦ୍ୟାଳୟ, ଟିକାବାଲି ଯୋଗଦାନ କରିଥିବା ବେଳେ ଶ୍ରୀ ପ୍ରକାଶ ଭୋଇ ଅବସରର ଶିକ୍ଷକ, କୃଷ୍ଣ ପ୍ରଧାନ, ସୋସିଆଲ ୱାରକର ଏବଂଆକ୍ଟିଭି ଶିକ୍ଷକ ଅରବିନ୍ଦ ମହାପାତ୍ର,ଆକ୍ଟିଭି ଲିଡର ଚନ୍ଦନ ପଣ୍ଡା, ହିରୋ ନୟକ, ରୁଦ୍ର ପ୍ରସାଦ ସେଠି, କେଦାର ନାଥ ଦିଗାଲ, ବଳରାମ ପାତ୍ର, କଳାକାର ମହାସଂଘ ସମ୍ପାଦକ ବଳି କହଁର, ପ୍ରେମନ୍ତ କହଁର, ମିନାକ୍ଷୀ ମଲିକ, କରାଟେ ପ୍ରଶିକ୍ଷକ ଶ୍ରୀ ଗୋପାଳ କହଁର, କାର୍ଯ୍ୟକ୍ରମ ରେ ନିମନ୍ତ୍ରିତ ଅତିଥିଭାବେ ଯୋଗଦାନ କରିଥିଲେ | ଏହି କାର୍ଯ୍ୟକ୍ରମ ଅବସରରେ ଟିକାବାଲି ବ୍ଲକ ର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗଦାନ କରି କାର୍ଯ୍ୟକ୍ରମ କୁ
ସରଷ ସୁନ୍ଦର କରିବାରେ ସହାୟକ ହୋଇଥିଲେ | ଉପସ୍ଥିତ ସନମାନୀତ ଅତିଥି ମାନଙ୍କ ଉତ୍ତମ ସହଯୋଗ,ଅତୁଳନୀୟ ଅବଦାନ ଏକ ଆଦର୍ଶ ସମାଜ ଗଠନ ଦିଗରେ ସହାୟକ ହୋଇପାରିବ ବୋଲି ମଂଚାସୀନ ବକ୍ତା ମାନେ ନିଜ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ | କାର୍ଯ୍ୟକ୍ରମ ରେ ଉପସ୍ଥିତ ସମସ୍ତ ବରେଣ୍ୟ ଅତିଥି ମାନଙ୍କୁ ସାମ୍ବାଦିକ ସଂଘ ପରିବାର ତରଫରୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ଅର୍ପଣ କରି ସନମାନୀତ କରାଯାଇଥିଲା , ଯାହାକି ବେଶ ରୋମାଞ୍ଚକର ଥିଲା ଇତି ମଧ୍ୟରେ ନିମନ୍ତ୍ରିତ ବରେଣ୍ୟ ଅତିଥି ବୃନ୍ଦ ଅତି ସୁନ୍ଦର ଏବଂ ଚମତ୍କାର ଭାବରେ ସାମ୍ବାଦିକ ମାନଙ୍କୁ ନିଜର ବହୁମୂଲ୍ୟ ବକ୍ତବ୍ୟ ମାଧ୍ୟମରେ ସମାଜରେ ନିର୍ଭିକ ଓ ନିରପେକ୍ଷ ଭାବେ କାର୍ଯ୍ୟ କରିବାକୁ ଉତ୍ସlହିତ କରିବା ସହିତ ନିଜକୁ ଜଣେ ବଳିଷ୍ଠ, କର୍ତ୍ତବ୍ୟ ନିଷ୍ଠ, ଓ ନିର୍ଭିକ ନିରପେକ୍ଷ ସାମ୍ବାଦିକତା କରିବାକୁ ଦିଗ ଦର୍ଶନ ଦେଇଥିଲେ | ଆଜିର କାର୍ଯ୍ୟକ୍ରମକୁ ଅତି ସୁନ୍ଦର ଭାବେ ପରିଚାଳନା କରିଥିଲେ ସଂଜୀବ ଦିଗାଲ ଓ ଶେଷରେ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିବା ସମସ୍ତ ବରେଣ୍ୟ ଅତିଥି ସମେତ ସମସ୍ତ ଜନସାଧାରଣଙ୍କୁ ନବ ନିର୍ବାଚିତ ସଭାପତି ସାନୁଜ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ |