-+91-9937148622 |

prerana_bgr@rediffmail.com |

  Saturday 22nd August 2026 |

| | | |

R.N.I. Regd No. ODIODI/2010/46693

Breaking News

ଖବର ଆଜିର   (22-Aug-2026)       ||      *ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡିର ତୀବ୍ର ପ୍ରତିବାଦ*   (22-Aug-2026)       ||      ଫୋଟୋ ପ୍ରଦର୍ଶନୀ ରେ ଫଟୋ ଉପରେ କବିଙ୍କ କବିତା ପାଠ    (21-Aug-2026)       ||      ଫୋଟୋଗ୍ରାଫି ପ୍ରଦର୍ଶନୀ ଉଦଯାପିତ ll ଫୋଟଗ୍ରାଫର ମାନଙ୍କୁ ସମ୍ବର୍ଦ୍ଧିତ କଲା ଜିଲ୍ଲା ସାମ୍ବାଦିକ ସଂଘ ll   (21-Aug-2026)       ||      କଣ୍ଟାବାଞ୍ଜିରେ ସମ୍ବିଧାନ ପ୍ରଣେତାଙ୍କୁ ଅସମ୍ମାନ ଅଭିଯୋଗ♦️ ଆମ୍ବେଦକର ଜୟନ୍ତୀ ମହୋତ୍ସବ କମିଟି ପକ୍ଷରୁ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ୪ ଦଫା ଦାବିପତ୍ର ପ୍ରଦାନ    (21-Aug-2026)       ||      ଦୁର୍ଘଟଣା ସ୍ପଟ ପାଳଟିଛି ଏଫସିଆଇ ଛକ, ଟ୍ରକ୍ ଧକ୍କାରେ ଶ୍ରମିକର ମୃତ୍ୟୁ    (21-Aug-2026)       ||      ଚରଦାରେ ଜିଲ୍ଲା ସ୍ତରୀୟ ସିନିଅର ଫୁଟବଲ ପ୍ରତିଯୋଗିତା କଦଳିପାଲୀ ଓ ଖୁର୍ଡିଆବାହଲ ଫାଇନାଲକୁ ଉନ୍ନୀତ।   (21-Aug-2026)       ||      ସତଲମା ଜନଆରୋଗ୍ୟ କେନ୍ଦ୍ରର ସାଧାରଣ ବୈଠକ ଅନୁଷ୍ଠିତ   (21-Aug-2026)       ||      କୁତୁର୍ଲା ସରକାରୀ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣରେ ବିଳମ୍ବ   (21-Aug-2026)       ||      ନାବାର୍ଡର ପ୍ରତିଷ୍ଠା ଦିବସ♦️  କୁମାରୀ ପ୍ରଧାନଙ୍କୁ ସାର୍ଟିଫିକେଟ୍ ଅଫ୍ ଏକ୍ସଲେନ୍ସ ସମ୍ମାନ ପ୍ରଦାନ   (21-Aug-2026)       ||      ବିଜେପୁରରେ ଚାଞ୍ଚଲ୍ୟ ଘଟଣା : ବାଇକ୍‌ରେ ଆସି ସୁନା ଲୁଟ୍‌, ଭୁଜାଲିରେ ଆକ୍ରମଣ ଅଭିଯୋଗ   (21-Aug-2026)       ||      ରିଜିଓନାଲ କରାଟେ ପ୍ରତିଯୋଗିତାରେ ଅଭିଳାଶାଙ୍କୁ ସ୍ୱର୍ଣ୍ଣ ପଦକ ସିଆଇଏସ୍‌ସିଇ ନେସନାଲ ଯିବେ ଅଭିଳାଶା   (21-Aug-2026)       ||      ଡିଏନ୍‌ଏ କଲେଜରେ ପରିବେଶ ସଚେତନତା କାର୍ଯ୍ୟକ୍ରମ   (21-Aug-2026)       ||      ରେଙ୍ଗାଲି ପୁଲିସର ବଡ଼ ସଫଳତା: ୧୩ ଚୋରି ବାଇକ୍ ଉଦ୍ଧାର, ୫ ଅଭିଯୁକ୍ତ ଗିରଫ   (20-Aug-2026)       ||      ପାର୍ବତୀ ଗିରି ଡିଗ୍ରୀ ମହାବିଦ୍ୟାଳୟରେ ନିଶାମୁକ୍ତ ଯୁବା ,ବିକଶିତ ଭାରତ କାର୍ଯ୍ୟକ୍ରମ    (20-Aug-2026)       ||      ସ୍ୱାସ୍ଥ୍ୟସେବାରୁ ସ୍ୱାସ୍ଥ୍ୟ ନ୍ୟାୟ : ସ୍ୱାସ୍ଥ୍ୟ ଅଧିକାରର ନୂତନ ପରିକଳ୍ପନା ଶୀର୍ଷକ ଆଲୋଚନା ସମାନ ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବାକୁ ମାନବାଧିକାରର ଅବିଚ୍ଛିନ୍ନ ଅଂଶ କରିବାକୁ ଆହ୍ୱାନ ସୁସ୍ଥ ପରିବେଶ ଓ ସାମାଜିକ ସୁରକ୍ଷା ଭଳି ବିଷୟ ସ୍ୱାସ୍ଥ୍ୟ ସହ ଗଭୀର ଭାବେ ଜଡ଼ିତ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ସ୍ୱାସ୍ଥ୍ୟ ଅଧିକାର ହେଲେ ଏହା ନ୍ୟାୟରେ ପରିଣତ ହେବ    (20-Aug-2026)       ||      ଅତ୍ୟାବଶ୍ଯକ ସାମଗ୍ରୀର ଦର ବୃଦ୍ଧି ର ପ୍ରତିବାଦ ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ।   (20-Aug-2026)       ||      ବିଶିପାଲି ରେ କୋଶଲି ନାଟ୍ୟ ମହର୍ଷି ଭଗବାନ ସାହୁଙ୍କ ଜୟନ୍ତୀ ପାଳିତ   (20-Aug-2026)       ||      ଆଶ୍ରା ବୃଦ୍ଧାଶ୍ରମର ପ୍ରଥମ ବାର୍ଷିକୋତ୍ସବ ପାଳିତ   (20-Aug-2026)       ||      ମୁଖ୍ୟମନ୍ତ୍ରୀ ସଡକ ଯୋଜନାର ରାସ୍ତା କାମ ନିମ୍ନମାନ, ମାସ ନପୁରୁଣୁ ପିଚୁ ଉଠିଲା   (20-Aug-2026)       ||     

HOME   ଜିଲ୍ଲା

ସୋନଗଡ ନଦୀରେ ବ୍ୟାରେଜ ନିର୍ମାଣ ଦାବିରେ ସିକୁଆଁରେ ବିଶାଳ ଚାଷୀ ସମାବେଶ “କାନଖୁଲିକରି ସୁନ ସରକାର,ଆମର କ୍ଷେତକେ ପାଏନ ଦରକାର”

03-Jan-2021



ଦେଓଗାଁ,(ପ୍ରେରଣା ଖବର ବ୍ୟୁରୋ)- “କାନଖୁଲିକରି ସୁନ ସରକାର,ଆମର କ୍ଷେତକେ ପାଏନ ଦରକାର” । ଏଭଳି କିଛି ନାରା ଆଜି ଦେଓଗାଁ ବ୍ଲକର ସିକୁଆଁଠାରେ ଆୟୋଜିତ ଚାଷୀ ସମାବେଶରେ ଶୁଣାଯାଉଥିଲା । ୫୦୦ରୁ ଉର୍ଦ୍ଧ୍ୱ ଚାଷୀ ସମ୍ମିଳିତ ହୋଇ ସୋନଗଡ ନଦୀରେ ବ୍ୟାରେଜ ନିର୍ମାଣ ଦାବି କରିଛନ୍ତି । 
    ବଲାଙ୍ଗୀର ଜିଲ୍ଲାର ଦେଓଗାଁ ବ୍ଲକ ଓ ସଦରବ୍ଲକର ୨୩ ଖଣ୍ଡ ଗ୍ରାମର ଜମିକୁ ଜଳସେଚନ ପାଇଁ ସରକାରଙ୍କ ପ୍ରସ୍ତାବିତ ସୋନଗଡ ନଦୀରେ ବ୍ୟାରେଜ ନିର୍ମାଣ ଦାବିରେ ଆଜି ସିକୁଆଁଠାରେ ଏକ ବିଶାଳ ଚାଷୀ ସମାବେଶ ଅନୁଷ୍ଠିତ ହୋଇଯାଇଛି । ସିକୁଆଁ ମନ୍ଦିର ପ୍ରାଙ୍ଗଣରେ ଆଞ୍ଚଳିକ କୃଷକସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଦେଓଗାଁ ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବିଡିସିସି ବ୍ୟାଙ୍କର ପୂର୍ବତନ ସଭାପତି ଲକ୍ଷ୍ମଣକୁମାର ମେହେରଙ୍କ ସଭାପତିତ୍ୱ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଜିଲ୍ଲା କୃଷକମହାସଂଘର ସଂପାଦକ ଚାଷିନେତା ଜତି ପଧାନ,ଦେଓଗାଁ ବ୍ଲକର ଅଧ୍ୟକ୍ଷା ରୀନା ମେହେର,ବଲାଙ୍ଗୀର ସଦର ବ୍ଲକର ଅଧ୍ୟକ୍ଷ ଗୁଲାବ ବାଗ,ଜିଲ୍ଲା ପରିଷଦ ସଭ୍ୟ ସୁଶୀଳ ଚାନ୍ଦ,ସିକୁଆଁ ସରପଞ୍ଚ କବିତା ବିଶି,ଶିବତଳା ସରପଞ୍ଚ ବାଳକୃଷ୍ଣ ବେହେରା, ସାହାଜବାହାଲ ସରପଞ୍ଚ ପ୍ରଦ୍ୟୁମ୍ନ କୁମାର ହୋତା, ଧଣ୍ଡାମାଲ ସରପଞ୍ଚ ଦୟାନିଧି ଖମାରି, ,ସାମାଜିକକର୍ମି ଧରଣୀଧର ନାଏକ,ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଗୋପାଳ ମିଶ୍ର,ପୂର୍ବତନ ସରପଞ୍ଚ ଅନ୍ତର୍ଯ୍ୟାମୀ ଭୋଇ,ଦେଓଗାଁ ବ୍ଲକ ଯୁବବିଜେଡି ସଭାପତି ଶୈଳେନ୍ଦ୍ର ସାହୁ,ପବିତ୍ର ପଧାନ, ଅବସରପ୍ରାପ୍ତ ଶିକ୍ଷକ ଚାପ ବଗର୍ତ୍ତି ପ୍ରମୁଖ ଯୋଗଦେଇ ରାଜ୍ୟ ସରକାର ତୁରନ୍ତ ସୋନଗଡ ବ୍ୟାରେଜ ପାଇଁ ପଦକ୍ଷେପ ନେବାକୁ ଦାବି କରିଥିଲେ । ଲକ୍ଷ୍ମଣ କୁମାର ମେହେର ତାଙ୍କ ବକ୍ତବ୍ୟରେ ଦେଓଗାଁ ବ୍ଲକ ଅଞ୍ଚଳର ଲୋକେ ଏକତ୍ରୀତ ହୋଇ ଅଞ୍ଚଳର ଦାବିକୁ ଉପସ୍ଥାପନ କରିବାକୁ ପଡିବ ବୋଲି କହିଥିବା ବେଳେ ସୁଶୀଳ ଚାନ୍ଦ ଓ ବଲାଙ୍ଗୀର ବ୍ଲକ ଅଧ୍ୟକ୍ଷ ଗୁଲାବ ବାଗ ତାଙ୍କ ବକ୍ତବ୍ୟରେ କିଛି ସ୍ୱାର୍ଥବାଦୀ ଲୋକପ୍ରତିନିଧି ଲୋକଙ୍କ ଦାବି ଅପେକ୍ଷା ନିଜର ସ୍ୱାର୍ଥପାଇଁ କାମ କରୁଥିବା କହିଥିଲେ । ବଲାଙ୍ଗୀର ଜିଲ୍ଲାର ବିକାଶ ପାଇଁ ନବୀନ ସରକାର ଅନେକ ପ୍ରକଲ୍ପ କରାଉଛନ୍ତି । କିନ୍ତୁ ବିରୋଧି ସେଥିରେ ନିଜର ସ୍ୱାର୍ଥସାଧନ କରିବାକୁ ଲୋକଙ୍କୁ ଭ୍ରମିତ କରୁଛନ୍ତି ବୋଲି କହିଥିଲେ । ଅଧ୍ୟକ୍ଷା ରୀନା ମେହେର,ସରପଞ୍ଚ ଦୟାନିଧି ଖମାରୀ ଓ ପ୍ରଦ୍ୟୁମ୍ନ ହୋତା ଏ ଅଞ୍ଚଳର ଲଢେଇରେ ସେମାନେ ସବୁବେଳେ ରହିଛନ୍ତି ଓ ଆଗକୁ ରହିବେ ବୋଲି କହିଥିଲେ । ସୋନଗଡ ନଦୀରେ ବ୍ୟାରେଜ ନହେବା ପର୍ଯ୍ୟନ୍ତ ଚାଷିମାନେ ସେମାନଙ୍କର ନ୍ୟାର୍ଯ୍ୟଦାବିକୁ ହାସଲ ପାଇଁ ସଂଗ୍ରାମ ଜାରି ରଖିବେ ବୋଲି ଚାଷିଙ୍କ ମଧ୍ୟରେ ମତ ପ୍ରକାଶ ପାଇଥିଲା । ମୁଖ୍ୟ ଅତିଥି ଶ୍ରୀ ପଧାନ ତାଙ୍କ ବକ୍ତବ୍ୟରେ ଚାଷିଙ୍କ ଉନ୍ନତି ପାଇଁ ମହିଳାମାନେ ଆଗେଇ ଆସି ଲଢେଇର ନେତୃତ୍ୱ ନେବାକୁ କହିଥିଲେ । ପ୍ରକାଶ୍ୟ ଯେ,ଗତ ୩୦ବର୍ଷ ପୂର୍ବେ ସୋନଗଡ ନଦୀରେ ବ୍ୟାରେଜ ନିର୍ମାଣ କରିବାକୁ ସର୍ଭେ କରାଯାଇଥିଲା । ଗତ ବର୍ଷ ଜଳସେଚନ ବିଭାଗର ଉଚ୍ଚବୈଷୟୀକ ପରାମର୍ଶଦାତା କମିଟି ବୈଠକରେ ମଧ୍ୟ ଉକ୍ତ ବିଷୟରେ ଆଲୋଚନା କରାଯାଇ ପ୍ରକଲ୍ପକୁ ମଞ୍ଜୁର କରାଯାଇଛି । କିନ୍ତୁ ଜିଲ୍ଲାରେ କିଛି ଅନାବଶ୍ୟକ ପ୍ରକଲ୍ପ ପାଇଁ ସରକାର ଅର୍ଥ ମଞ୍ଜୁର କରିଥିବା ବେଳେ ଏହି ପ୍ରକଲ୍ପକୁ ଅଣଦେଖା କରିଛନ୍ତି । ସିକୁଆଁଠାରେ ବ୍ୟାରେଜ ହେଲେ ଦେଓଗାଁ ବ୍ଲକର ୧୮ଟି ଗ୍ରାମ ଓ ସଦର ବ୍ଲକର ୫ଟି ଗ୍ରାମର ୩୦୦୦ ହେକ୍ଟର ଜମିକୁ ଜଳସେଚନ କରାଯାଇ ପାରିବ । ମରୁଡି ପ୍ରବଣ ଏହି ଅଞ୍ଚଳର ଜଳସେଚନ ପାଇଁ ଏହି ପ୍ରକଲ୍ପକୁ ପ୍ରାଥମିକତା ଭିତ୍ତିରେ ନିର୍ମାଣ କରାଇବାକୁ ଚାଷିମାନେ ଆଜି ମିଳିତ ଭାବରେ ଦାବି କରିଛନ୍ତି । 


News Comment




Photo in News

Advertisment
Lastest News
  ଜିଲ୍ଲା  
ଖବର ଆଜିର   22-Aug-2026
  ଜିଲ୍ଲା  
*ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡିର ତୀବ୍ର ପ୍ରତିବାଦ*   22-Aug-2026
  ଜିଲ୍ଲା  
ଫୋଟୋ ପ୍ରଦର୍ଶନୀ ରେ ଫଟୋ ଉପରେ କବିଙ୍କ କବିତା ପାଠ   21-Aug-2026
  ଜିଲ୍ଲା  
ଫୋଟୋଗ୍ରାଫି ପ୍ରଦର୍ଶନୀ ଉଦଯାପିତ ll ଫୋଟଗ୍ରାଫର ମାନଙ୍କୁ ସମ୍ବର୍ଦ୍ଧିତ କଲା ଜିଲ୍ଲା ସାମ୍ବାଦିକ ସଂଘ ll   21-Aug-2026
  ଜିଲ୍ଲା  
କଣ୍ଟାବାଞ୍ଜିରେ ସମ୍ବିଧାନ ପ୍ରଣେତାଙ୍କୁ ଅସମ୍ମାନ ଅଭିଯୋଗ♦️ ଆମ୍ବେଦକର ଜୟନ୍ତୀ ମହୋତ୍ସବ କମିଟି ପକ୍ଷରୁ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ୪ ଦଫା ଦାବିପତ୍ର ପ୍ରଦାନ   21-Aug-2026
  ଜିଲ୍ଲା  
ଦୁର୍ଘଟଣା ସ୍ପଟ ପାଳଟିଛି ଏଫସିଆଇ ଛକ, ଟ୍ରକ୍ ଧକ୍କାରେ ଶ୍ରମିକର ମୃତ୍ୟୁ   21-Aug-2026
  ଜିଲ୍ଲା  
ଚରଦାରେ ଜିଲ୍ଲା ସ୍ତରୀୟ ସିନିଅର ଫୁଟବଲ ପ୍ରତିଯୋଗିତା କଦଳିପାଲୀ ଓ ଖୁର୍ଡିଆବାହଲ ଫାଇନାଲକୁ ଉନ୍ନୀତ।   21-Aug-2026
  ଜିଲ୍ଲା  
ସତଲମା ଜନଆରୋଗ୍ୟ କେନ୍ଦ୍ରର ସାଧାରଣ ବୈଠକ ଅନୁଷ୍ଠିତ   21-Aug-2026
  ଜିଲ୍ଲା  
କୁତୁର୍ଲା ସରକାରୀ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣରେ ବିଳମ୍ବ   21-Aug-2026
  ଜିଲ୍ଲା  
ନାବାର୍ଡର ପ୍ରତିଷ୍ଠା ଦିବସ♦️  କୁମାରୀ ପ୍ରଧାନଙ୍କୁ ସାର୍ଟିଫିକେଟ୍ ଅଫ୍ ଏକ୍ସଲେନ୍ସ ସମ୍ମାନ ପ୍ରଦାନ   21-Aug-2026
  ଜିଲ୍ଲା  
ବିଜେପୁରରେ ଚାଞ୍ଚଲ୍ୟ ଘଟଣା : ବାଇକ୍‌ରେ ଆସି ସୁନା ଲୁଟ୍‌, ଭୁଜାଲିରେ ଆକ୍ରମଣ ଅଭିଯୋଗ   21-Aug-2026
  ଜିଲ୍ଲା  
ରିଜିଓନାଲ କରାଟେ ପ୍ରତିଯୋଗିତାରେ ଅଭିଳାଶାଙ୍କୁ ସ୍ୱର୍ଣ୍ଣ ପଦକ ସିଆଇଏସ୍‌ସିଇ ନେସନାଲ ଯିବେ ଅଭିଳାଶା   21-Aug-2026

You Might Also Like

  ଜିଲ୍ଲା  

ଖବର ଆଜିର