-+91-9937148622 |
prerana_bgr@rediffmail.com |
Monday 27th April 2026 |
R.N.I. Regd No. ODIODI/2010/46693
Breaking News
18-Sep-2024
ବରଗଡ଼/ରେଙ୍ଗାଲିକ୍ୟାମ୍ପ(ଆକାଶ ମିଶ୍ର): ବରଗଡ଼ ଜିଲ୍ଲା ଅତାବିରା ବସଷ୍ଟାଣ୍ଡ ଛକରୁ ବାବେବିରା କୁ ଯାଇଥିବା ରାସ୍ତାର ସ୍କୁଲ ଛକରୁ ବୁଗବୁଗାକୁ ଯାଇଥିବା ୫ କିମି ବିଶିଷ୍ଟ ଗ୍ରାମ୍ୟ ଉନ୍ନୟନ ରାସ୍ତାର ଦ୍ୱାର ମୁହଁଟି ବିପଦ ସଂକୁଳ ଅବସ୍ଥାରେ ଦୀର୍ଘ ୨୦ /୨୫ ଦିନ ହେଲା ରହିଛି।କେନାଲ ଉପରେ ତିଆରି ହୋଇଥିବା ପାଇପ ପୋଲର ଉଭୟ ପାର୍ଶ୍ଵରେ ଗର୍ତ୍ତ ହୋଇ ରାସ୍ତାଟି ଫାଟି ଯାଇଛି।ଯାହା ଫଳରେ ଯାତ୍ରୀ ମାନେ ନାହିଁ ନଥିବାର ହଇରାଣ ହେଉଛନ୍ତି।ଏପରିକି ଏହି ରାସ୍ତା ଦେଇ ଯାଉଥିବା ମୁଖ୍ୟମନ୍ତ୍ରୀ (ଲକ୍ଷ୍ମୀ) ବସ ସେବା ଠାରୁ ଆରମ୍ଭ କରି ଆମ୍ବୁଲାନ୍ସ ଗୁଡ଼ିକ ଯାତାୟାତ ଠପ ରହିଛି।ଏହାଦ୍ବାରା ବୁଗବୁଗା, ଭୁତଟିକ୍ର।,ପଲସାପାଲି, କର୍ମୀଟିକ୍ରା,ଗମ୍ଭା ଟିକ୍ରା ଗାଁକୁ ୪ ଚକିଆ ଯାନ ଯାଇପାରୁ ନାହିଁ।ଅପରପକ୍ଷେ ଏହି ରାସ୍ତା ଉପରେ ନିର୍ଭର କରି ଅତାବିରାକୁ ଆସୁଥିବା କ୍ଷୀରାପାଲି, ଭୈରୁପାଲି, ଝିଲିମିଣ୍ଡା ଅଞ୍ଚଳର ଛାତ୍ରଛାତ୍ରୀ, ଚାଷୀ, ବ୍ୟବସାୟୀ, ହିତାଧିକାରୀ ନାହିଁ ନଥିବାର ହଇରାଣ ହେଉଛନ୍ତି ଓ ଅଯଥା ଖର୍ଚ୍ଚର ସମ୍ମୁଖୀନ ହେଉଛନ୍ତି।ତୁରନ୍ତ ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ବିହୀତ ପଦକ୍ଷେପ ନେବାପାଇଁ ଅଞ୍ଚଳ ବସି ଦାବି କରିଛନ୍ତି ।