-+91-9937148622 |
prerana_bgr@rediffmail.com |
Monday 24th August 2026 |
R.N.I. Regd No. ODIODI/2010/46693
Breaking News
03-Jan-2021
ପୁଇଁତଳା, (ସନ୍ତୋଷ କୁମାର ଠାକୁର)-ବଲାଙ୍ଗୀର ଜିଲ୍ଲା ପୁଇଁତଳା ବ୍ଲକ ରଣ୍ଡା ପଂଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହ ପ୍ରଦାନରେ ବ୍ୟାପକ ପାତରଅନ୍ତର ନୀତି ଏବଂ ଅର୍ଥ ତୋଷାରପାତ କାରବାର ଚାଲିଥିବା ଦେଖାଯାଉଛି । ଅନେକ ଯୋଗ୍ୟ ହିତାଧିକାରୀ ସରକାରଙ୍କ ଏହି ଯୋଜନାରୁ ବଂଚିତ ହେଉଥିବା ବେଳେ ଗୋଟିଏ ପରିବାରର ଏକାଧିକ ଲୋକ ଏହି ଯୋଜନା ହାତେଇବାରେ ସକ୍ଷମ ହେଉଛନ୍ତି । ଏପରି କିଛି ଅନିୟମିତତା ଓ ଚଂଚକତାର ଚିତ୍ର ଦେଖିବାକୁ ମିଳିଛି ପୁଇଁତଳା ବ୍ଲକ ରଣ୍ଡା ଗ୍ରାମରେ ।
ଅଭିଯୋଗରୁ ପ୍ରକାଶ ଯେ, ଗ୍ରାମର ଭରତ ପ୍ରଧାନଙ୍କ ସ୍ତ୍ରୀ ଭାମା ପ୍ରଧାନଙ୍କ ନାମରେ ଥିବା ଏକ ଇନ୍ଦିରା ଆବାସ ଘରକୁ ଦେଖାଇ ୩ଟି ଫଲ୍ସ ବିଲ୍ କରାଯାଇଥିବା ଅଭିଯୋଗ ହୋଇଛି, ଅନ୍ୟ ପକ୍ଷରେ ଗ୍ରାମର ଅନ୍ୟ ଜଣେ ହିତାଧିକାରୀ ରାଧାଚରଣ ସିଂହ ସମସ୍ତ କାଗଜପତ୍ର ଦାଖଲ କରିଥିଲେ ସୁଦ୍ଧା ତାଙ୍କ ନାମ ତାଲିକାରେ ରହି ନଥିବା ଅଭିଯୋଗ କରିଛନ୍ତି । ଏ ନେଇ ଆଜି ରାଧାଚରଣ ସିଂହଙ୍କ ପରିବାର ରଣ୍ଡା ଜିଆର୍ଏସ୍ ବାସୁଦେବ ନାଗଙ୍କ ସହଯୋଗୀ ଅଲେଖ ବାଗଙ୍କୁ ନିଜ ଘରେ ଅଟକ ରଖି ତାଙ୍କୁ ମାରପିଟ କରିଥିବା ଅଭିଯୋଗ ହୋଇଛି । ଆଜି ଜିଅର୍ଏସ୍ଙ୍କ ସହଯୋଗୀ ଅଲେଖ ବାଗ ଗାଁ କୁ କେନ୍ଦ୍ର ସରକାରଙ୍କ ଆବାସ ଯୋଜନାର ହିତାଧିକାରୀ ତାଲିକା ସଂପର୍କରେ ସର୍ଭେ କରିବାକୁ ଆସିଥିବା ସମୟରେ ତାଙ୍କୁ ଉତ୍ୟକ୍ତ ରାଧାଚରଣ ସିଂହଙ୍କ ପରିବାର ଅଟକ ରଖି ଘଟଣାର ଫଇସଲା ନହେବା ପର୍ଯ୍ୟନ୍ତ ଛାଡିବୁ ନାହିଁ ବୋଲି ଅଡି ବସିଥିଲେ l ଏ ସଂପର୍କରେ ଆମେ ଜିଆର୍ଏସ୍ଙ୍କ ସହଯୋଗୀ ଅଲେଖ ବାଗଙ୍କୁ ପଚାରିବାରୁ ସେ ଘଟଣାକୁ ସ୍ୱୀକାର କରିବା ସହ ମତେ ସର୍ଭେ ସମୟରେ ଜଣେ ହିତାଧିକାରୀ ଫଲ୍ସ ଘର ଦେଖାଇ ନାଁ ଲେଖାଇ ଦେଇଥିବାରୁ ଏପରି ଭୁଲ ହୋଇ ଯାଇଛି ବୋଲି କହିଥିଲେ । କେବଳ ରାଧାଚରଣ ସିଂହ ନୁହନ୍ତି ଗ୍ରାମର ପ୍ରାୟ ୧୩ ଜଣ ଅଯୋଗ୍ୟ ହିତାଧିକାରୀଙ୍କୁ ଚଂଚକତା କରି ଆବାସ ଯୋଜନାରେ ନାମ ଅନ୍ତର୍ଭୁକ୍ତ କରାଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ରଣ୍ଡା ସରପଂଚ ବୀରଭଦ୍ର ସିଂହଙ୍କୁ ଏ ସଂପର୍କରେ ପଚାରିବାରୁ କୌଣସି ଯୋଗ୍ୟ ହିତାଧିକାରୀ ଇନ୍ଦିରା ଆବାସ ଯୋଜନାରୁ ବଂଚିତ ହେବେ ନାହିଁ ଏବଂ ଖୁବ ଶୀଘ୍ର ଯୋଗ୍ୟ ହିତାଧିକାରୀ ମାନଙ୍କ ତାଲିକା ପ୍ରକାଶ କରାଯିବ ବୋଲି କହିଛନ୍ତି । ସେ ଯାହା ହେଉ ଖବର ଲେଖା ଯିବା ପର୍ଯ୍ୟନ୍ତ ସଂପୃକ୍ତ ଜିଆର୍ଏସ୍ଦଙ୍କ ସହଯୋଗୀ ରଣ୍ଡାରେ ଅଟକ ରହିଥିବା ଜଣା ପଡିଛି ।
ତେବେ ପ୍ରଧାନମନ୍ତ୍ରୀ ଅବlସ ଯୋଜନା ରେ ଚାଲିଥିବା ବ୍ୟାପକ ଦୁର୍ନୀତିର ପୁଙ୍ଖାନୁପୁଙ୍ଖ ତଦନ୍ତ ଆବଶ୍ୟକ l ପୁଇଁତଳା ବିଡିଓ ଏହି ଅନିୟମିତାଉ ପରେ ସ୍ଵତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି