-+91-9937148622 |
prerana_bgr@rediffmail.com |
Monday 24th August 2026 |
R.N.I. Regd No. ODIODI/2010/46693
Breaking News
03-Jan-2021
ବଲାଙ୍ଗୀର/ଟିଟିଲାଗଡ,(ପ୍ରେରଣା ଖବର) ଓଡିଶା ସାମ୍ବାଦିକ ସଙ୍ଘ ର ବରିଷ୍ଠ ସଦସ୍ୟ √ସଙ୍କର ପ୍ରସାଦ ମିଶ୍ର ଙ୍କ ଅକାଳ ବିୟୋଗ ରେ ଆଜି ଏକ ଶୋକସଭା ସ୍ଥାନୀୟ ପଞ୍ଚାୟତ ଧର୍ମଶାଳା ସ୍ଥିତ ସଭାଗୃହ ରେ ଅନୁଷ୍ଠିତ ହୋଇଛି । ଏହି ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ସଭା ରେ ବଲାଙ୍ଗୀର ଜିଲ୍ଲା ର ବିଭିନ୍ନ ଅନୁଷ୍ଠାନ ର ମୁଖ୍ୟ କାର୍ଯ୍ୟକର୍ତାଙ୍କ ସହ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ତଥା ଜିଲ୍ଲା ସାମ୍ବାଦିକ ସଙ୍ଘ ର ସଦସ୍ୟ ଯୋଗ ଦେଇ ନିଜର ମତ ପ୍ରକାଶ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ପ୍ରକାଶ ଯେ, ସାମ୍ବାଦିକତା କ୍ଷେତ୍ରରେ ଅକ୍ଳାନ୍ତ ପରିଶ୍ରମ ସାରା ଜୀବନ କରି ଥିବା ଓ ଜାତୀୟ ସ୍ତରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ । ଜଣେ ସକ୍ରିୟ ବରିଷ୍ଠ ସଦସ୍ୟ ଙ୍କ ର ଅକାଳ ବିୟୋଗ ନେଇ ସମସ୍ତଙ୍କୁ ମର୍ମାହତ କରିଥିବା ବେଳେ ତାଙ୍କ ପରିବାର ବର୍ଗଙ୍କୁ ଭଗବାନ ଦୁଃଖ ସହିବାର ଶକ୍ତି ଦେଉ ବୋଲି ତାଙ୍କ ଅମର ଆତ୍ମା ର ସଦ୍ଗତି ନିମନ୍ତେ ପ୍ରାର୍ଥନା କରାଯାଇଛି । ସାମ୍ବାଦିକତା ଦିଗରେ ସାରା ଜୀବନ ଅକ୍ଳାନ୍ତ ପରିଶ୍ରମ କରି ନିରପେକ୍ଷତା,ସ୍ପଷ୍ଟ ବାଦିତା, ସାଲିସ ବିହୀନ ସମ୍ବାଦ ପରିବେଷଣ କରି ଯେପରି ସମାଜ ରେ ତାଙ୍କର ସ୍ୱତନ୍ତ୍ରତା ସୃଷ୍ଟି କରି ପାରିଥିଲେ । ସେହିପରି ବର୍ତ୍ତମାନ ଅନ୍ୟ ସମସ୍ତ ସାମ୍ବାଦିକ ଅନୁସରଣ କରିବା ଉଚିତ ବୋଲି ମତ ପ୍ରକାଶ ପାଇଥିଲା । ଏହି ସଭାରେ ଜିଲ୍ଲା ସାମ୍ବାଦିକ ସଙ୍ଘ ସଭାପତି ଦୀପକ ସମ୍ମଦାର ସାମ୍ବାଦିକ ଶିବ ପରିଡା,ମନୋରଞ୍ଜନ ଯୋଶୀ,ଦିଲୀପ ପୁରୋହିତ, ଇଶ୍ୱର ଜୈନ, ଜଗଦୀଶ ଜୈନ,ସଞ୍ଜୟ ବେହେରା,ସଞ୍ଜୟ ନାୟକ,ମାନସ ମହାନ୍ତି, ତଥା ଅନେକ ସଦସ୍ୟ ଉପସ୍ଥିତ ଥିଲେ । ସେହିପରି ସ୍ବେଚ୍ଛାସେବୀ ତାହା ବରିଷ୍ଠ କବି ଟିକେଲାଲ ବେହେରା, କବି ତଥା ଲେଖକ ସଞ୍ଜୟ ଅଗସ୍ତି,ଓକିଲ ସଂଘ ସମ୍ପାଦକ ମହେଶ ମହାନ୍ତି,ବଣିକ ସଙ୍ଘ ସଭାପତି ତଥା ଅନେକ ମନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ।