-+91-9937148622 |
prerana_bgr@rediffmail.com |
Saturday 25th April 2026 |
R.N.I. Regd No. ODIODI/2010/46693
Breaking News
02-Sep-2024
ବଲାଙ୍ଗିର(ପ୍ରେରଣା ଖବର) ଗାନ୍ଧି ପାଠାଗାର ର ବରିଷ୍ଠ ସଭ୍ୟ ତଥା ରଙ୍ଗ ମଞ୍ଚ କଳାକାର ଓ ନିର୍ଦେଶକ, ଟିକ୍ରାପଡା ରାମଲୀଳା କମିଟି ତଥା ରାମଜୀ ମନ୍ଦିର କମିଟି ସଭ୍ୟ, ଚାନ୍ଦ ମନ୍ଦିର ପ୍ରତିଷ୍ଠାତା ସ୍ବର୍ଗତ ପ୍ରଦୀପ ଚାନ୍ଦ ଙ୍କ ବିୟୋଗରେ ଗାନ୍ଧି ପାଠାଗାର ସଭାପତି ପ୍ରକାଶ ନେପାକ ଙ୍କ ସଭାପତିତ୍ୱ ରେ ସ୍ଥାନୀୟ ଗାନ୍ଧି ପାଠାଗାର ରେ ଏଜ ଶୋକସଭା ଅନୁଷ୍ଠିତ ହୋଇଥିଲା l ତାଙ୍କର ଅମର ଆତ୍ମା ର ସଦଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା lବରିଷ୍ଠ ସଭ୍ୟ ଭଗବାନ ବଗର୍ତି, ପୀତବାସ ପଣ୍ଡା, ନୀଳମଣି ମିଶ୍ର, ପାଠାଗାର ସମ୍ପାଦକ ପ୍ରଦୀପ ସାହୁ, ଉପ ସଭାପତି ସନ୍ତକ ବହିଦାର ପ୍ରମୁଖ ଗଭୀର ଶ୍ରଦ୍ଧାଞ୍ଜଳି ଦେବ ସହ ତାଙ୍କର ସ୍ମୃତିଚାରଣ କରିଥିଲେ l ସେ ଜଣେ ଦକ୍ଷ ସଂଗଠକ ତଥା ପ୍ରଭୁ ଜଗନ୍ନାଥ ଙ୍କ ରଥ ଯାତ୍ରା ସହ ସମସ୍ତ ନୀତି କାନ୍ତି ନିଷ୍ଠା ର ସହ କରି ଆସୁଥିଲେ ଏବଂ ତାଙ୍କର ବିୟୋଗରେ ଅପୂରଣୀୟ କ୍ଷତି ହୋଇଛି ବୋଲି ବୈଠକ ରେ ସମସ୍ତ ମତ ପ୍ରକାଶ କରିବା ସହ ତାଙ୍କ ପରିବାର ବର୍ଗ ଙ୍କୁ ପ୍ରଭୁ ସାହସ ଦେବା ସହ ସମବେଦନା ଜ୍ଞାପନ କରାଯାଇଥିଲା l