-+91-9937148622 |
prerana_bgr@rediffmail.com |
Monday 27th April 2026 |
R.N.I. Regd No. ODIODI/2010/46693
Breaking News
02-Sep-2024
କଣ୍ଟାମାଳ(ଜୟ କୁମାରମହାରଣା): ବୌଦ୍ଧ ଜିଲ୍ଲା କଣ୍ଟାମାଳ ଡ୍ରାଇଭର ମହାସଂଘ ପକ୍ଷରୁ ରବିବାର କଣ୍ଟାମାଳରେ ରାଷ୍ଟ୍ରୀୟ ଡ୍ରାଇଭର ଦିବସ ପାଳିତ ହୋଇଯାଇଛି l ସକାଳ 10ଟା ସମୟରେ ଡ୍ରାଇଭର ମହାସଂଘ ସଦସ୍ୟମାନଙ୍କ ଏକ ଭବ୍ୟ ଶୋଭାଯାତ୍ରା ଗିରିଗୋବର୍ଦ୍ଧନ ପୀଠ ଠାରୁ ବାହାରି ହାଟପଦା ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ସଭାସ୍ଥଳରେ ପହଞ୍ଚିଥିଲା l ଏହି ଅବସରରେ ସଂଘ ସଭାପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ କଣ୍ଟାମାଳ ଥାନାଧିକାରୀ
ଭାବାନନ୍ଦ ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ବରିଷ୍ଠ ସାମ୍ବାଦିକ ଦିବ୍ୟଶଙ୍କର ରାଉତ,ସମାଜସେବୀ ଶ୍ରୀକାନ୍ତ ମିଶ୍ର, ସାମ୍ବାଦିକ ବଳରାମ ବାଘ ସମେତ ଡ୍ରାଇଭର ମହାସଂଘ ର କର୍ମକର୍ତ୍ତା ସମ୍ମାନୀତ ଅତିଥିଭାବେ ଯୋଗଦେଇ ଡ୍ରାଇଭର ମାନଙ୍କ ସୁରକ୍ଷା ସମେତ ବିଭିନ୍ନ ସୁବିଧା ସୁଯୋଗ ସମ୍ପର୍କରେ ମତ ରଖିଥିଲେ l ଗାଡି ମୋଟର ଚାଳନା ନିମନ୍ତେ ସରକାରଙ୍କ ପ୍ରଚଳିତ ସମସ୍ତ ନୀତିନିୟମ ପାଳନ କରିବା ସହ ଗାଡି ଚାଳନା ସମୟରେ ମଦ୍ୟପାନ ନ କରିବାକୁ ଥାନାଧିକାରୀ ଶ୍ରୀ ପ୍ରଧାନ ସମସ୍ତ ଡ୍ରାଇଭର ମାନଙ୍କୁ ପରାମର୍ଶ ଦେଇଥିଲେ l ସଭାରେ କଣ୍ଟାମାଳ ଡ୍ରାଇଭର ମହାସଂଘର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟମାନେ ଉପସ୍ଥିତ ଥିଲେ l