-+91-9937148622 |
prerana_bgr@rediffmail.com |
Saturday 25th April 2026 |
R.N.I. Regd No. ODIODI/2010/46693
Breaking News
01-Sep-2024
ପ୍ରାକ୍ତନ ଏନ୍ ଏ ସି ( ଏସଟି )ର ଅବସରପ୍ରାପ୍ତ ଶିକ୍ଷକ ଜୟହିନ୍ଦ ସାହୁଙ୍କ ୭୬ ବର୍ଷ ବୟସରେ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା କାରଣରୁ ବାଙ୍ଗାଲୋର ଠାରେ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ଗତକାଲି ପୂର୍ବାହ୍ନ ୧୧.୩୦ ଘଟିକା ରେ ପରଲୋକ ହୋଇଯାଇଛି ।
ସେ ଜଣେ ଶାନ୍ତ, ମିଷ୍ଟଭାଷୀ,ମେଳାପି , ଧର୍ମପରାୟଣ , ଛାତ୍ର ବାତ୍ସଲ୍ୟ ଓ ପରୋପକାରୀ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ। ମୃତ୍ୟୁଶଯ୍ୟା ନିକଟରେ ପୁତ୍ର ରଞ୍ଜନ ସାହୁ, ନାତୁଣୀ ଶୃତି, କନ୍ୟା କବିତା ଓ ସରିତା, ଆତ୍ମୀୟ, ସ୍ୱଜନ ଓ ଆଖପାଖ ଅଞ୍ଚଳର ବହୁ ଲୋକ ଉପସ୍ଥିତ ଥିଲେ। ପୁତ୍ର ରଞ୍ଜନ ସାହୁ ମୁଖାଗ୍ନୀ ଦେଇଥିଲେ। ତାଙ୍କର ଶେଷକୃତ୍ୟ ବାଙ୍ଗାଲୋର ଠାରେ ସମ୍ପନ୍ନ ହୋଇଯାଇଛି । ଚାକିରିରୁ ଅବସର ପରେ ସ୍ବର୍ଗତ ସାହୁ ପୁଅ ରଞ୍ଜନ ପାଖରେ ସ୍ଥାୟୀ ଭାବରେ ଅବସ୍ଥାନ କରୁଥିଲେ। ପ୍ରାକ୍ତନ ଏନ୍ ଏ ସି ( ଏସ ଟି )ର ଅବସରପ୍ରାପ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କ ପକ୍ଷରୁ ଅମର ଆତ୍ମାର ଶାନ୍ତି ଓ ସଦଗତି କାମନା ସହ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି l
(ଅନ୍ତର୍ଯ୍ୟାମୀ ସାହୁଙ୍କ ରିପୋର୍ଟ)