-+91-9937148622 |
prerana_bgr@rediffmail.com |
Saturday 25th April 2026 |
R.N.I. Regd No. ODIODI/2010/46693
Breaking News
01-Sep-2024
କଣ୍ଟାମାଳ(ଜୟ କୁମାର ମହାରଣା) ସୁଭଦ୍ରା ଯୋଜନାରେ ଆବେଦନ ପାଇଁ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ା ନଂ୧ ଅଙ୍ଗନୱାଡ଼ି କେନ୍ଦ୍ରରେ ମହିଳାମାନଙ୍କୁ ବଣ୍ଟନ କରାଯାଇଛି। କେନ୍ଦ୍ରର କର୍ମୀ ଶ୍ରୀମତୀ ଜ୍ୟୋସ୍ନା ସାହୁଙ୍କ ତତ୍ବାବଧାନରେ ଅନୁଷ୍ଠିତ ମେଳାରେ ଯାଞ୍ଚ କମିଟୀ ସଭାପତି ପ୍ରଭାତ କୁମାର ସାହୁ ଉପସ୍ଥିତ ରହି ସୁଭଦ୍ରା ଯୋଜନାର ଆବେଦନ ପାଇଁ ଗାଇଡଲାଇନ ଉପରେ ଆଲୋକପାତ କରିଥିଲେ।ପ୍ରଥମ ଦିବସରେ ପ୍ରାୟ ୧୦୦ ଜଣ ମହିଳାଙ୍କୁ ଆବେଦନ ଫର୍ମ ବଣ୍ଟନ କରାଯାଇଥିଲା। କେନ୍ଦ୍ରର ସହାୟିକା ବବିତା ମହାନ୍ତି ସହଯୋଗ କରିଥିଲେ।