-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
31-Aug-2024
ବରଗଡ଼(ନିରଞ୍ଜନ ତ୍ରିପାଠୀ)-ବରଗଡ ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚବିଦ୍ୟାଳୟ ପୁରେନା ପରିସର ମଧ୍ୟରେ ଏକ ସ୍ୱାସ୍ଥ୍ୟ ସଚେତନତା ସମ୍ବନ୍ଧିତ ଆୟୁଷ୍ମାନ ଆରୋଗ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ସଭାପତିତ୍ବ କରିଥିଲେ ପ୍ରଧାନଶିକ୍ଷକ ଶ୍ରୀ ରେଣୁଧର ସାହୁ ଓ ସଂଯୋଜନା
କରିଥିଲେ ଶିକ୍ଷକ ଶ୍ରୀ ପ୍ରମୋଦ ନାଥ। କମ୍ୟୁନିଟି ସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀ ଦୀପକ କୁମାର ସାହୁ ସ୍ବାସ୍ଥ୍ୟରକ୍ଷା ଉପରେ ତାଙ୍କର ବକ୍ତବ୍ୟ ରଖିଥିଲେ। ଏହି ସଭାରେ ବରିଷ୍ଠ ଶିକ୍ଷକ ଶ୍ରୀ
ଅକ୍ଷୟ କୁମାର ବେହେରା ଓ ଶ୍ରୀ ଚନ୍ଦ୍ରଭାନୁ ବଡଗୁଛିଆ ଉପସ୍ଥିତ ଥିଲେ। ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ କୁଇଜ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ସମସ୍ତ କାର୍ଯ୍ୟରେ ଶ୍ରୀ ସୁରେଶ ପଟେଲ ସହଯୋଗ କରିଥିଲେ ଓ ଶେଷରେ କମ୍ୟୁନିଟି ସ୍ବାସ୍ଥ୍ୟ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ।